Odisha news

କୋଭିଡ ନିୟନ୍ତ୍ରଣ କକ୍ଷର ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ରାୟଗଡା,୧୨ ।୫(rabindra patkhandal)- ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇ ଜିଲ୍ଲା ପ୍ରଶାସନ ତରଫରୁ ଅହରହ ଉଦ୍ୟମ ଜାରୀ ରହିଛି । ଆଜି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବା ୨୪ ଘଂଟିଆ କୋଭିଡ ନିୟନ୍ତ୍ରଣ କକ୍ଷରେ ଅଚାନକ ପହଂଚି ସ୍ଥିତି ସମୀକ୍ଷା କରିଥିଲେ ।

ନିୟନ୍ତ୍ରଣ କକ୍ଷରେ ୪ଜଣ ବ୍ୟକ୍ତିକୁ ନେଇ କାର୍ଯ୍ୟକାରୀ ହେଉଥିବା ଓ ସେଥିଯୋଗୁଁ ସମସ୍ୟା ଉପୁଜିଥିବାରୁ ଆଉ ୪ ଜଣଙ୍କୁ ନିୟୋଜିତ କରିବା ପାଇଁ ଜିଲ୍ଲାପାଳ ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଆର୍ତବନ୍ଧୁ ନାୟକଙ୍କୁ ନିର୍ଦେଶ ଦେଇଥିଲେ । ଏହି ନିୟନ୍ତ୍ରଣ କକ୍ଷଟି ସକାଳ ୮ ଘଟିକା ଠାରୁ ରାତ୍ର ୧୦ ଘଟିକା ଯାଏଁ କାର୍ଯ୍ୟକାରୀ ହେଉଛି । ଏହା ପୂର୍ବରୁ ଜିଲ୍ଲାପାଳ ଶ୍ରୀମିଶ୍ର ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି କୋଭିଡ ପରୀକ୍ଷାଗାର ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ଆଜିର ଏହି ପରିଦର୍ଶନ ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଆର୍ତବନ୍ଧୁ ନାୟକ, ଡା.ଡି.ବି.ଦେବ, ଡିପିଏମ ରାଜେଶ୍ୱର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.