Odisha news

ମକା ବଝେଇ ଟ୍ରକରୁ ୨କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ

0

ରାୟଗଡା,୨୨ ।୨(Rabindra Patkhandal)- ମକା ବଝେଇ ଟ୍ରକରୁ ୨ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ କଲା ବିଷମକଟକ ପୁଲିସ । ରାୟଗଡ଼ା ଜିଲ୍ଲା ଗଞ୍ଜେଇ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଯାଇଛି । ଦୁର୍ଗମ ଇଲାକାରୁ ଉତ୍ପାଦିତ ଗଞ୍ଜେଇକୁ ବିଭିନ୍ତ ଉପାୟରେ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ହାତରେ ଧରା ପଢୁଛନ୍ତି । ଜିଲ୍ଲାରେ ଦୀର୍ଘ ୯ ମାସର ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟ ମଧ୍ୟରେ ଗଞେଇ ବେପାରୀଙ୍କ ଚାହିଦା ଦିନକୁ ଦିନ ବଢିବାରେ ଲାଗରହୁଛିି । ବାରମ୍ବାର ପୋଲିସର ତଦନ୍ତ ପରେ ମଧ୍ୟ ସୁଧୁରୁ ନାହାନ୍ତି ମାଫିଆ । କେତେବେଳେ ପରିବା ବୋଝେଇ ଟ୍ରକ୍ରେ ତ ପୁଣି କେତେବେଳେ କାରର ସିଟ୍ ତଳେ, ପେଟ୍ରୋଲ ଟ୍ୟାଙ୍କରେ, କେତେବେଳେ ଲୁହା ଛଡ଼ ଗାଡ଼ିରେ ଏପରି ଦୀର୍ଘ ୧୧ ମାସ ମଧ୍ୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଗଞ୍ଜେଇ ସହ ବହୁ ଗାଡ଼ି ଓ ଟ୍ରକ୍ ଜବତ ହୋଇଛି ।ତେବେ ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଅଧିକ୍ଷକ ଆକାଶ ଚନ୍ଦ୍ର ସାହୁ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ନେତୃତ୍ୱରେ ବିଭାଗର ଅନ୍ୟ ଅଧିକାରୀ ଏସ ଆଇ ମଧୁସୂଦନଶର୍ମା ଓ କନଷ୍ଟେବଲ୍ ମିଳିତ ଭାବେ ଟେଡିପଦା ଛକ ନିକଟରେ ଏକ ଏପି୨୬-ଟିଟି ୬୨୮୨ ମକା ବୋଝେଇ ଟ୍ରକ ଓ କାରରୁ ୩୮ ପେକେଟ ଗଞ୍ଜେଇ ବସ୍ତା ଉଦ୍ଧାର କରଯାଇଥିଲା ଯାହାର ଓଜନ ୧୧୪୦କିଲୋ ୫୦୦ ଗ୍ରାମ ଥିବା ବେଳେ ଆନୁମାନିକ ମୂଲ୍ୟ ୨କୋଟି ୨୮ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଅତିରିକ୍ତ ଏସପି ରାମପ୍ରସାଦ ସାହୁ ସୂଚନା ଦେଇଛନ୍ତି ।

Leave A Reply