Odisha news

ଦାରିଦ୍ର୍ୟ ଯୋଗୁଁ ଆତ୍ମହତ୍ୟା କଲେ ଅସହାୟ ମହିଳା ଏବଂ ୪ ବର୍ଷର ପୁଅ

0

ରାୟଗଡା ୨୦/୨ :  ଦାରିଦ୍ର୍ୟତା ଯୋଗୁଁ  ପୁଅକୁ ହତ୍ୟାକରି  ନିଜେ ଆତ୍ମହତ୍ୟା  କଲେ ଅସହାୟ ମହିଳା।ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ଠାରେ। ଜଣେ ମହାଳା ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟ ଏକ ଘରେ ତାଙ୍କର ୪ ବର୍ଷର ପୁଅ ଝୁଲନ୍ତା ଭାବେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ମା ଓ ପୁଅ ହେଲେ ପି. ଦିବ୍ୟା(୨୯) ଓ ପି. ସାଇ(୪)। ଆର୍ଥିକ ଅନଟନରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ଦିବ୍ୟାଙ୍କ ସ୍ବାମୀ ପି. ଶ୍ରୀନୁଙ୍କର ଗତ ୫ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦିବ୍ୟା ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ନିଜର ଏକମାତ୍ର ପୁଅ ଓ ଶାଶୁଙ୍କ ସହ ସେ ଜେକେ କାଗଜକଳ ଏସପିଟି କୋଲୋନୀରେ ରହି ଆସୁଥିଲେ। ତେବେ ଶନିବାର ମଧ୍ୟାହ୍ନ ସମୟରେ ଘରେ ଶାଶୁ ନଥିଲା ବେଳେ ଉଭୟ ମା ଓ ପୁଅ ଘରେ ରହିଥିବା ଶାଢୀ ବେକରେ ଗୁଡେଇ ଆତ୍ମହତ୍ୟା କରିଥିଲେ। ଶାଶୁ ୫ ଟା ସମୟରେ ପହଞ୍ଚି ଦେଖିବା ବେଳେ ଉଭୟେ ଝୁଲନ୍ତା ଅବସ୍ଥାରେ ରହିଥିଲେ। ଏହା ଦେଖି ସେ ପାଟି କରିଥିଲେ ପାଟି ଶୁଣି ପଡୋଶୀ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିଛି। ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ରଶ୍ମି ରଞ୍ଜନ ପ୍ରଧାନ କହିଛନ୍ତି।

Leave A Reply