Odisha news

ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା

0

ରାୟଗଡା : କୋଭିଡ଼ ମହାମାରି ସମୟରେ ବିଦ୍ୟାଳୟରେ ଶିକ୍ଷାଦାନକୁ ନେଇ ସରକାରଙ୍କ ନିକଟରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଠି ହୋଇଥିଲା । ଏହା ସହ ଅନଲାଇନ ଶିକ୍ଷାକୁ ନେଇ ଅନେକ ପ୍ରକାର ତର୍ଜମା ହୋଇଥିବା ବେଳେ ମଧ୍ୟ ଏହି କଠିଣ ପରିସ୍ଥିତିରେ ଶିକ୍ଷାଦାନକୁ ସୁପରିଚାଳନା କରିଥିବାରୁ ଆକାଶବାଣୀ ଶ୍ରୋତା ପରିଷଦ ତରଫରୁ ରାୟଗଡ଼ା ଜିଲ୍ଲା ବୀରନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଛି ।

କୋରନା ମହାମାରୀ ଯୋଗୁଁ ଶିକ୍ଷାଦାନରେ ବ୍ୟାଘାତ ଘଟିଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶ୍ରୀଦୋରାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବୀରନାରାୟଣପୁ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଠମ ଶ୍ରେଣୀରେ ୧୨୨ ଜଣ ଆଦିବାସୀ ଓ ହରିଜନ ଛାତ୍ରଛାତୀ ଅଧ୍ୟୟନ କରୁଥିବା ବେଳେ ସମସ୍ତ ଛାତ୍ରଛାତୀଙ୍କ ଅଭିବାବକ ଶ୍ରମଜୀବୀ ଅଟନ୍ତି । ତେଣୁ ମୋବାଇଲ କିଣିବା ତାଙ୍କ ପାଇଁ ସ୍ୱପ୍ନ ହୋଇଯାଇଥିଲା । ଅନ୍ୟ ପଟେ ସରକାର ଅନଲାଇନ କ୍ଲାସ ପାଇଁ ଗରୀବ ଶ୍ରେଣୀଙ୍କ ପାଇଁ କୈଣସି ଅନୁଦାନର ମଧ୍ୟ ସହଯୋଗ ନଥିଲା ।

କିନ୍ତୁ ଗ୍ରାମରେ ହାତଗଣତି ମାତ୍ର ୩ଟି ଏଣ୍ଡୋଏÿଡ଼ ମୋବାଇଲ ଫୋନ ଥିବାବେଳେ ଶିକ୍ଷକ ଶ୍ରୀଦୋରା ଭୁବନେଶ୍ୱର ସ୍ଥିତ ଏକ ସ୍ୱେଚ୍ଛାସେବୀ ଏକ ଆଶା ଟ୍ରଷ୍ଟ ନାମକ ଅନୁଷ୍ଠାନର ସହଯୋଗ ପାଇଁ ହାତ ବଡ଼ାଇ ଥିଲେ । ତାଙ୍କ ମାଧ୍ୟମରେ ଆମେରିକା ନିବାସୀ ଦୁର୍ଗା ପ୍ରସାଦ ପାଣିଗ୍ରାହୀଙ୍କ ତରଫରୁ ୩ଟି ଲାପଟାପ ଏବଂ ଏକ ଆଶା ଅନୁଷ୍ଠାନ ତରଫରୁ ଗୋଟିଏ ଏପରି ୪ଟି ଲାପଟେପ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା । ପୁଣି ଏଥିସହ ଡ଼ାଟା ପ୍ୟାକ ସହ ୩ଟି ଜିଓଫାଇ ପ୍ରଦାନ କରାଯାଇଛି । କୋଭିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷାକରି ଛାତ୍ରଛତ୍ରୀ ଶିକ୍ଷାଲାଭ କରୁଥିବା ବେଳେ । ପ୍ରତି ସପ୍ତାହରେ ରବିବାର ଓ ବୁଧବାର ଦିନ ଆଇଆଇଟି ଭୁବନେଶ୍ୱର ଅଧ୍ୟାପକଙ୍କ ମାନେ ୪ଟି କ୍ଲାସ ନେଇ ବୈଦ୍ଧିକ ଶିକ୍ଷା ଏବଂ ସହବୈଦ୍ଧିକ ଶିକ୍ଷା ଦେଉଛନ୍ତି । ଯେଉଁ ଥିରେ କି ଏକ ଆଶା ଟ୍ରଷ୍ଟର ପରିଚାଳକ ସମ୍ବିତ ଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏଥି ସହିତ ଶିକ୍ଷକ ଶ୍ରୀଦୋରା ବିଭିନ୍ନ ବୈଦାନ୍ୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପୁରୀସ୍ଥିତ ଅବସରପ୍ରାପ୍ତ ବିଚାରପତି ବିରଞ୍ଚି ପ୍ରସାଦ ପାଢୀଙ୍କ ସହାୟତାରେ ୨ଶହ ସମ୍ବଲପୁରୀ ମାସ୍କ ଏହି ଆଦିବାସୀ ଛାତ୍ରଛାତୀଙ୍କୁ ପ୍ରଦାନ କରିଥିଲେ । ଏହି ସବୁ କାର୍ଯ୍ୟପାଇଁ ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା ତରଫରୁ ଓୟା ମଣ୍ଡପ କଟକ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆକାଶବାଣୀ କଟକ କାର୍ଯ୍ୟକ୍ରମ ନିଷ୍ଫାଦକ ଜଗଦୀଶ ଅଧିକାରୀ,ଅନନ୍ତ ଚରଣ ଜେନା, ଯୁଗଳ କିଶୋର ପଣ୍ଡା, ଓୟୁଏଟିର ବୈଜ୍ଞାନିକ ସୁଦର୍ଶନ ସାମଲ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରାଙ୍କୁ କୋରନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରିଥିଲେ । ଏହି ସମ୍ମାନିତ ପରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିଆ, ଡ଼ିପିସି ଆନେସ୍ତେସିଆ କେରକେଟା, ବ୍ଲକ ଶିକ୍ଷାଅଧିକାରୀ ରଜନୀକାନ୍ତ ସାମନ୍ତରା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟତୀ ଶୁଭେଚ୍ଚା ଜଶାଇଛନ୍ତି ।

Leave A Reply