ରାୟଗଡା,୧୬ ।୧୧(Rabindra Patkhandal)- କରୋନା କାଳରେ ଜୀବନକୁ ବିପର୍ଣ୍ଣ କରି ଗଣମାଧ୍ୟମକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିନିଧିମାନେ ସଚେତନତାର ବାର୍ତ୍ତାବହ ଏବଂ ସରକାରଙ୍କ ପ୍ରତି ମୁହୁତ୍ତ୍ୱର କ୍ଷଣ କ୍ଷଣ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇ ଲୋକଙ୍କ ଜୀବନ ରକ୍ଷାରେ ଏକ ପ୍ରମୁଖ ଭୂମୁକା ସାଜିଛି ଗଣମାଧ୍ୟମ । ଯଦି ଗଣମାଧ୍ୟମ ନାହିଁ ତାହାହେଲେ କରୋନା ବିପତ୍ତ ଅତି ଭୟଙ୍କର ହୋଇ ଆଣି ଦଇଥାନ୍ତା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜାତୀୟ ପ୍ରେସ ଦିବସ ଅବସୋରରେ ୱେବନାର ମାଧ୍ୟମରେ କହିଛନ୍ତି ।
ଆଜି ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୱେବନାର ମାଧ୍ୟମରେ ଜାତୀୟ ପ୍ରେସ ଦିବସ ଆୟୋଜନ କରାଯାଇଥିଲା । ମହାମାରୀ କରୋନା ସମୟରେ ଗଣମାଧ୍ୟମର ଭୂମିକା ଓ ଗଣମାଧ୍ୟମ ଉପରେ ପ୍ରଭାବ ସଂମ୍ପର୍କରେ ଆଲୋଚନାର ଶୀର୍ଷକ ବିଷୟ ରହିଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବରେ ଜିଲ୍ଲାପାଳ ବେହେରା ଉପସ୍ଥିତ ହୋଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସରୁ ଲକ ଡ଼ାଉନ ଯୋଗୁ ଯେଉଁ ସବୁ ସମସ୍ୟା ସୃଷ୍ଠି ହେଉଥିଲା ସେଗୁଡ଼ିକ ବିଭିନ୍ନ ଗଣମାଧ୍ୟମରେ ସତ୍ୟ ଘଟଣା ଗୁଡ଼ିକ ପ୍ରକାଶ ପାଇବା ପରେ ପ୍ରସାଶନ ତୁରନ୍ତ ଦୃଷ୍ଟିଦେଇ କାର୍ଯ୍ୟ କରିବାରୁ ଜିଲ୍ଲାରେ ମହାମାରୀ ନିୟୋନ୍ତ୍ରଣରେ ରହିଛି ।
ଏବଂ ସେହି ସମୟରେ ଯେ କିଛି ଅନ୍ୟମିତା ଯୋଗୁଁ ହଜାର ହଜାର ଦାଦନ ଶ୍ରମିକ ଚାଲିଚାଲି ସହର ଦେଇ ଯାଉଥିବା ଦୃଶ୍ୟ ଆମକୁ ବ୍ୟତିତ କରିଦେଇଥିଲା । ଏବଂ କରୋନା ବିପତ୍ତି ବେଳେ ମୋର କିଛି ସାମ୍ବାଦିକ ବନ୍ଧୁଙ୍କୁ କହୁଥିଲି ବାହାରକୁ ବୁଲନ୍ତୁ ନାହିଁ କରୋନା ସଂଙ୍କମଣ ହୋଇଯିବ ତଥାପି ମୋ ବନ୍ଧୁମାନେ ନିଉଜ ସଂଗ୍ରହ କରି ନିଜେ ସଂଙ୍କମଣର ଶିକାର ହୋଇ ବହୁ ସମସ୍ୟା ଭୋଗିଥିଲେ ତାଙ୍କ କର୍ତ୍ତବ୍ୟକୁ ସାଦ୍ଦୁତା ବୋଲି କହିଥିଲେ ସମ୍ନାନୀତ ଅତିଥ ତଥା ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା ।
ସେହିପରି ନିର୍ଭିକ ସାମ୍ବାଦିକତାକୁ ନେଇ ରାଜ୍ୟରେ ବହୁ ସାମ୍ବାଦିକ କରୋନା ମହାମାରୀରେ ହାରିଗଲେ ତଥାପ ହାରନମାନି ସଂଙ୍କମଣରେ ମୃତୁ୍ୟ ବ୍ୟକ୍ତିଙ୍କ ଶବ ସଂସ୍କାର କରି ରାଜ୍ୟରେ ଚହଳ ସୃଷ୍ଠି କରିଥିଲେ ଏହି ସାମ୍ବାଦିକ ବୋଲି ମୁଖ୍ୟ ବର୍ତ୍ତା ତଥା ଅବସର ପ୍ରାପ୍ତ ଅଧ୍ୟାପକ ଦୁଷ୍ମନ୍ତ କୁମାର ମହାନ୍ତି କହିଛନ୍ତି । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଦାନ ଧନ୍ୟବାଦ ଅର୍ପଣ କରିଥିଲେ ।