ରାୟଗଡା,୧୩ ।୧୧(Rabindra Patkhandal)- ରାୟଗଡ଼ା ଜିଲ୍ଲାରେ ବିଳମ୍ବରେ ଚିହ୍ନଟ ହୋଇଥିଲା କରୋନା ଆକ୍ରାନ୍ତ ତେବେ ଜୁନ ୪ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ମାତ୍ର ୧୬୩ ଦିନପରେ ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ଆଜିର ରିପୋର୍ଟ କହୁଛି । ଗତକାଲି ଜିଲ୍ଲାରୁ ୮୮୮ ଜଣଙ୍କ କରୋନା ଟେଷ୍ଟିଂ ହୋଇଥିବା ବେଳେ ଆର୍ଟିପିସିଆଲରେ ୧୧ଜଣଙ୍କ ପରୀକ୍ଷା କରାଯାଇଥିଲେ ମଧ୍ୟ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା ।
ତେବେ ଆଜିର ରିପୋର୍ଟ ଏବଂ ସ୍ଥିତି ଦେଖିବା ପରେ ଖୁସି ଲାଗୁଛି ଯେ ଦୁଇଟି କୋଭିଡ କେୟାର ସେଣ୍ଟର ବନ୍ଦ ହୋଇଯାଇଥିବା ବେଳେ ଜେକେ କୋଭିଡ ହସ୍ପିଟାଲରେ କେହିହେଲେ ରୋଗୀ ନାହାନ୍ତି ବୋଲି ଜିଲ୍ଲାପାଳ ପ୍ରମୋଦ କୁମର ବେହେରା ସୂଚନା ଦେଇଛନ୍ତି । ଓଡିଶାର ଶେଷ ଜିଲ୍ଲାଭାବେ ରାୟଗଡା ଜିଲ୍ଲାରୁ ଗତ ଜୁନ ୪ ତାରିଖ ଦିନ ପ୍ରଥମ କୋରନା ପଜିଟିଭ୍ ଚିହ୍ନଟ ହୋଇଥିଲା । ରାୟଗଡା ସହରରୁ ଜଣେ ଦିଲ୍ଲୀ ଫେରାନ୍ତ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।
ସେତେବେଳେ ଯୁବତୀ ଜଣଙ୍କୁ ଚିକିତ୍ସା ନିମନ୍ତେ ଜୟପୁର ସ୍ଥିତି କୋଭିଡ କେୟାର ସେଂଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହା ପରେ ରାୟଗଡା ଜିଲ୍ଲାରେ ଧିରେ ଧିରେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଲ୍ଲାରେ କୋରନା ପଜିଟିଭିଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲେ । ପ୍ରତିଦିନ ଶହ ଶହ ସଂଖ୍ୟକ ପଜିଟିଭ୍ ଜିଲ୍ଲାର ବିଭିନ୍ନ ବ୍ଲକରୁ ଚିହ୍ନଟ ହୋଉଥିଲେ । କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ଦୋକନା ବଜାର ଖୋଲିବା, ଭିଡ ନିୟନ୍ତ୍ରଣ, ବସ ଚଳାଚଳ ଉପରେ କଟକଣା ଲଗାଯାଇଥିଲା । ଜିଲ୍ଲାପାଳ ଶ୍ରୀବେହେରା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ.ଶ୍ରବଣ ବିବେକ ଏମ ରାସ୍ତାରେ ବୁଲି କୋରନା ମହାମାରୀ ସଂପର୍କରେ ଲୋକଙ୍କୁ ସଚେତନ ମଧ୍ୟ କରାଉଥିଲେ । ପଜିଟିଭଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ କେୟାର ହସ୍ପିଟାଲ ଓ କୋଭିଡ କେୟାର ସେଂଟର ଖୋଲାଯାଇ ଚିକିତ୍ସା କରାଯାଉଥିଲା ।
ତେବେ ରାୟଗଡା ମୁଖ୍ୟ କାରାଗାରା ଓ ଗୁଣପୁର ଉପ-କାରଗାରାରୁ କରୋନା ପଜିିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା । ଏହି ୨ ଗୋଟି କାରଗାରାକୁ କୋଭିଡ କେୟାର ସେଂଟର ଘୋଷଣା କରାଯାଇ ସେଠାରେ ହିଁ ଅନ୍ତେବାସୀଙ୍କୁ ଚିକିତ୍ସା କରାଯାଇଥିଲା । ଅକ୍ଟୋବର ମାସରୁ ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେବାରେ ଲାଗିଥିଲା । ବର୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୮୨୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୮.୨୨ ପ୍ରତିଶତ ହାରରେ ୮୦୬୪ ଜଣ ସୁସ୍ଥ ହୋଇ ସାରିଲେଣି । ୧୦୪ ଜଣ ଘରୋଇ ସଙ୍ଗରୋଧରେ ଥିବା ବେଳେ ୪୨ ଜଣଙ୍କ ମୃତ୍ୟୁ ହୋଇଛି ।
କରୋନା ମହାମାରୀ ସମୟରେ ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ୮୨୦ ଜଣ କୋଭିଡ ଯୋଦ୍ଧା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୧୨ ଜଣ ସୁସ୍ଥ ହୋଇ ସାରିଲେଣି । ୪ ଜଣ ଚିକିତ୍ସିତ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଆଜି ଜିଲ୍ଲାରେ କେହି ବି ପିଜିଟିଭି ଚିହ୍ନଟ ନ ହେବେ ଏକ ଖୁସିର ମୁହୂର୍ତ୍ତ, ଏବେ ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଜିଲ୍ଲାପାଳ ଶ୍ରୀବେହେରା ପ୍ରକାଶ କରିଛନ୍ତି ।