ରାୟଗଡା : ବର୍ଷବର୍ଷ ଧରି ମେଡିକାଲ ଶିକ୍ଷା ଓ ତାଲିମ ନିଦେ୍ର୍ଦଶକ (ଡିଏମଇଟି)ଙ୍କ ନିଦେ୍ର୍ଦଶକୁ ଉଲଙ୍ଘନ । ଭିତିଭୂମି ନାହିଁ କି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ପଞ୍ଜିକୃତ ବି ହୋଇନାହିଁ । ତଥାପି ରାୟଗଡା ସହର ସମେତ ଗଳିକନ୍ଦିରେ ଗଢ଼ିଉଠିଛି ପାଥୋଲୋଜି । ଏହାର ନିୟନ୍ତ୍ରଣ ଦାଇତ୍ୱରେ ଥିବା ଅଧିକାରୀ ମାନେ ଯେପରି ଅଖି ବୁଜିଦେଇଛନ୍ତି । ଆଉ ରକ୍ତ, ମଳ, ମୂତ୍ର ପରୀକ୍ଷା ନୀରିକ୍ଷା ପାଇଁ ରୋଗିପିଛା ୫୦ପ୍ରତିଶତ କମିଶନ ଦେଇ ବେଧଡକ ଚାଲିଛି ପାଥୋଲୋଜି ।
ଡିଏମଇଟିର ଏକ ସ୍ୱତନ୍ତ୍ର ନିୟମାବଳୀ ଓ ନିଦେ୍ର୍ଦଶ ଅନୁଯାଇ ଗୋଟିଏ ମଳ ମୁତ୍ର ଓ ରକ୍ତ ପରିକ୍ଷା ନିମନ୍ତେ ଏକ କ୍ଲିନିକ ଖୋଲିବାପାଇଁ ଅନ୍ୟୁନ୍ୟ ୪ବଖରାର ଘର ଆବଶ୍ୟକ । କ୍ଲିନକର ମାଲିକଙ୍କ ନାମରେ ଉକ୍ତ ଘରର ୫ବର୍ଷ ମାଲିକାନା ସତ୍ୱର ପଞ୍ଚିକରଣ ନଥି ରହିବା ଜରୁରୀ । ଗୋଟିଏ ଶଯ୍ୟା, ଗୋଟିଏ ପାଇଖାନା, ଯୋଗ୍ୟତା ସହ ଅନ୍ୟୁନ ୨ଜଣ ତାଲିମ ପ୍ରାପ୍ତ ମହିଳା ଓ ପୁରୁଷ କର୍ମଚାରୀ ବିଭିନ୍ନ ବର୍ଗର ପରୀକ୍ଷା ଓ ତାର ମୂଲ୍ୟ ତାଲିକାର ଫଳକ ରହିବା ଜରୁରୀ । ସମସ୍ତ ବିବରଣୀ ଓ ପରୀକ୍ଷା କେନ୍ଦ୍ରର ମାନଚିତ୍ର ସହ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଏକ କ୍ଲିନିକ ଖୋଲିବାକୁ ଆବେଦନ କରିବାକୁ ପଡିଥାଏ ।
ଆବେଦନ ପରେ ଚିକିତ୍ସାଧିକାରିଙ୍କ କାର୍ଯ୍ୟାଳୟରୁ ଏକ କମିଟି ତଦନ୍ତ ପରେ କ୍ଲିନିକ ଖୋଲିବାକୁ ଅନୁମତି ଦିଆଯାଇଥାଏ । ଆଉ ଏହି ପଞ୍ଜିକରଣ ପ୍ରତି ୫ବର୍ଷରେ ଥରେ ନବିକରଣ ମଧ୍ୟ କରାଯାଇଥାଏ । କିନ୍ତୁ ଏହି ନିୟମବଳୀ ଯେପରି ରାୟଗଡା ଜିଲାରେ ସୁପ୍ତ ହୋଇଯାଇଛି । ଜିଲାର ବିଭିନ୍ନ ବ୍ଳକରେ ଖୋଲାଯାଇଥିବା ୪୯ଟି ପାଥୋଲୋଜିର ଭିତିଭୂମି ନଥାଇ ବେଧଡକ ଚାଲିଥିବା କାର୍ଯ୍ୟାଳୟରୁ ମିଳିଥିବା ସୁଚନା ଅଧିକାର ଅଇନ ତଥ୍ୟ ବଳରେ ଜଣାପଡିଛି ଯେ କୌଣସି ପାଥୋଲୋଜିକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିନାହିଁ କି ପଞ୍ଜିକରଣ ମଧ୍ୟ ହୋଇନାହିଁ । ସବୁ କ୍ଷେତ୍ରରେ ମେଡିକାଲ ଶିକ୍ଷା ଓ ତାଲିମ ନିଦେ୍ର୍ଦଶକ (ଡିଏମଇଟି)ଙ୍କ ଆଇନ କାନୁନକୁ ଯେପରି ଧର୍ମକୁ ଆଖିଠାର ସଦୃଶ୍ୟ । ଜିଲାର ଗଳିକନ୍ଦିର କଥାକୁ ବାଦଦେଲେ ସଦର ମହକୁମା ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମ୍ୂଖରେ ଥିବା ପାଥୋଲୋଜିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟୁ ଅନୁମାନ କରାଯାଇପାରେ ।
ପରିଶ୍ରା ଓ ମଳ ସଂଗ୍ରହ ପାଇଁ ଦିଆସିଲି ଖୋଳ କିମ୍ବା ବୋତଲ ଧରାଇ ଦେଇ ରାସ୍ତାକଡକୁ ଯିବାକୁ ପରାମର୍ଶ ଦିଆଯାଉଛି । କ୍ଲନିକରେ ଥିବା କର୍ମଚାରିଙ୍କ ନିକଟରେ କୌଣସି ଯୋଗ୍ୟତା ନାହିଁ । କେବଳ ଅଭ୍ୟାସ ବଳରେ କାମ ସମ୍ପାଦନ କରାଯାଉଛି ବୋଲି ଜଣେ କ୍ଲିନିକ ଚଳାଉଥିବା ମାଲିକ ମତବ୍ୟକ୍ତ କରିଛନ୍ତି । ଉପଯୁକ୍ତ ଘରର ଚୁକ୍ତନାମା ନାହିଁ କିମ୍ବା ଦର ତାଲିକା କୈଣସି ଠାରେ ଉଲ୍ଲେଖ କରାଯାଇନାହିଁ । ତଥାପି ବେଧଡକ ଚାଲିଛି କ୍ଲିନିକ ବ୍ୟବସାୟ । କୋଠରୀ ଗୁଡିକ ଏତେ ସଙ୍କିର୍ଣ୍ଣଯେ ବସିବାକୁ ଜାଗା ନଥବାବେଳେ ଶାଯ୍ୟା ପଡିବା ଏଠି ଦିବାସ୍ୱପ୍ନ । ଆଉ ଡାକ୍ତରଙ୍କୁ ଗୋଟିଏ ରକ୍ତ ମଳ ମୁତ୍ର ପରିକ୍ଷା ପାଇଁ ପ୍ରେସକ୍ରୀପସନ ପିଛା ୫୦ରୁ ୬୦ପ୍ରତିଶତ ଟଙ୍କା ଦେଇ ପାଥୋଲୋଜି ଚାଲିଥିବା ଜଣେ ପାଥୋଲୋଜିର ମାଲିକ ମତବ୍ୟକ୍ତ କରିଛନ୍ତି ।
ପ୍ରତଦ୍ୱନ୍ଦିତା କରି ଡାକ୍ତରଙ୍କ ନିକଟତର ହେବାପାଇଁ ଏହି ପଦ୍ଧତି ଆପଣାଇଥିବା ବେଳେ ଏହାର ଚଡକ ରୋଗୀର ମୁଣ୍ଡରେ ପଡୁଛି ବୋଲି ସେ କହିଛନ୍ତି । ଆଉ କମିଶନ ନଦେଲେ ଡାକ୍ତର ରୋଗିଙ୍କୁ ପଠାଉନଥିବା ମଧ୍ୟ ସେ ନିଜ ନାମ ଗୋପନରେ ରଖିବାକୁ ଅନୁରୋଧ କରି ପ୍ରକାଶ କରିଛନ୍ତି । ପ୍ରତି ସିଡିଏମଓଙ୍କ ପରିବର୍ତ୍ତନ ପରେ ଏକ ନିୟମିତ ବ୍ୟବଧାନରେ ସହର ସମେତ ଜିଲାରେ ଥିବା ସମସ୍ତ କ୍ଲିନକ ଗୁଡିକୁ ନଥିପତ୍ର ଉପସ୍ଥାପନା କରିବାକୁ କ୍ଲିନିକକୁୁ ନୋଟିସ କରାଯାଇଥାଏ ।
କାର୍ଯ୍ୟାଳୟରୁ ଏକ ତଦନ୍ତକାରୀ ଟିମ ସମସ୍ତ କ୍ଲିନିକର ଯାଞ୍ଚ କରିଥାନ୍ତି । ସବୁ କ୍ଲିନିକର ଭିତିଭୂମିରେ କିଛି ନା କିଛି ସମସ୍ୟା ରହିଥାଏ । ଏହା ଉପଲବ୍ଧି କରିବାପରେ କାର୍ଯ୍ୟାଳୟ ତରଫରୁ କ୍ଲିନିକ ଗୁଡିକୁ ପରିକ୍ଷା ନିରିକ୍ଷା କରିବାପାଇଁ ଅନୁମତି ମିଳିନଥିବା କିଛି ପରିକ୍ଷକ କହିଛନ୍ତି । ତେବେ ପାଥୋଲୋଜି ମାନଙ୍କରେ ବିଷୟରେ ମୁଁ ଅବଗତି ଅଛି କିନ୍ତୁ କୋଭିଡ଼ ପାଇଁ ବ୍ୟସ୍ତତା ମଧ୍ୟରେ ଏହିସବୁ ତଦାରଖ କରିପାରି ନାହିଁ ଦୁଇଦିନ ମଧ୍ୟରେ କଣ ସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକ କହିଛନ୍ତି ।