Odisha news

୭୨ତମ ଜିଲ୍ଲା ପରିଷଦ ବୈଠକ ହଟଗୋଳରେ ଅନୁଷ୍ଠିତ ହୋଇଯାଇଛି

0

ରାୟଗଡା (Rabindra Patkhandal) : ୭୨ତମ ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ଅଧ୍ୟକ୍ଷତାରେ ଅୟୋଜିତ ବୈଠକରେ ଲୋକ ସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କମିଟିର ଉପଦେଷ୍ଟା ସୁଧୀର ଦାଶ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବୀଣାପାଣି ସାହୁକାର, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମୃତ ଋତୁରାଜ, ଗୁଣପୁର ଉପ-ଜିଲ୍ଲାପାଳ କେ.ସୋନଲ, ରାୟଗଡା ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବୈଠକ ଆରମ୍ଭରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବୀଣାପାଣି ସାହୁକାର ଏବଂ ଜିଲ୍ଲାପରିଷଦ ସଦସ୍ୟ ପି ଗୈରୀ ଅଞ୍ଚଳର ସମସ୍ୟା ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଅମୃତ ଋତୁରାଜଙ୍କୁ ସାକ୍ଷାତ କରିବାକୁ ଯିବାରୁ ସୁଯୋଗ ଦେଇନଥିଲେ ଏନେଇ ବିଭିନ୍ନ ହଟଗୋଳ ହେବାପରେ ଜିଲ୍ଲାପାଳ ହସ୍ତକ୍ଷେପକରି କ୍ଷମା ପ୍ରାର୍ଥନା କରିବାରୁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ ଯୋଜନା ଏବଂ ତାର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା । ଲୋକ ସଭା ସାଂସଦ ଇଂ.ସପ୍ତଗିରି ଉଲ୍ଲାକା ଜିଲ୍ଲା ପ୍ରଶାସନ କରୋନା ସଫଳ ମୁକାବିଲା କରିଥିବାରୁ ସାଧୁବାଦ ଜଣାଇଥିଲେ ଥିଲେ । ଏଥି ସହ ଜିଲ୍ଲାର ବିକାଶ ପାଇଁ ସାଂସଦ ପାଣ୍ଠି ବିନିଯୋଗ ହେଉ ନଥିବାରୁ ଉଦ୍୍ବେଗ ପ୍ରକାଶ କରିଥିଲେ ।

ଜିଲ୍ଲାର ଯେ କୌଣସ ବିକାଶ ସାଂସଦ ପାଣ୍ଠି ବିନିଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ରଘୁବାରୀ ଏବଂ ପୁଟାସିଂ ପଞ୍ଚାୟତକୁ ସାଂସଦ ଆଦର୍ଶ ଗ୍ରାମ ଭାବେ ଚୟନ କରିଥିବା ଏବଂ ମୁନିଗୁଡା ଠାରେ ଆଉ ଏକ କେନ୍ଦ୍ରିୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବୀ ଉପସ୍ଥାପନ କରିଥିବା ସାଂସଦ ଶ୍ରୀଉଲ୍ଲାକା ପ୍ରକାଶ କରିଥିଲେ । ସେହିପରି ରାଜ୍ୟ ସଭା ସାଂସଦ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକଙ୍କ ସହ କଥାବାର୍ତା ହୋଇଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେପରି ସୁଦୃଢ ହେବ ସେ ନେଇ କଣ ସବୁ ପଦକ୍ଷେଣ ଗ୍ରହଣ କରାଯାଇଛି ପଚାରି ବୁଝିଥିଲେ । ଜିଲ୍ଲା ଚିକିତ୍ସାଧିକାରୀ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଯେଉଁ ସବୁ ତଥ୍ୟ ରଖିଥିଲେ ଶ୍ରୀରାଓ ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଥିଲା ।

ରାୟଗଡା ଜିଲ୍ଲାରେ ସ୍ୱାସ୍ଥ୍ୟବସ୍ଥା ଠପ୍ ହୋଇଯାଇଥିବା ନେଇ ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ବେହେରା ଓ ନନ୍ଦ ଚୌଧୁରୀ ଅଭିଯୋଗ କରିଥିଲେ । ସେହିପରି କଲୋନରା ଜିଲ୍ଲା ପରିଷଦ ସଦସ୍ୟ ଆଶୁତୋଷ କିଲ୍ଲାକା କହିଥିଲେ ଯେ ତାଙ୍କ ଅଞ୍ଚଳରେ ପାହାଡ଼ ଉପରେ ଜନବସତି ଥିବା ବେଳେ ପ୍ରତିଦିନ ସଂନ୍ଧ୍ୟାରେ ପଥର ଖାଦାନରେ ବିସ୍ଫୋରଣ ହେଉଥିବାରୁ ବହୁ ଛେଳି ମେଣ୍ଡା ସହ ସାଧାରଣ ଲୋକଙ୍କ ଜୀବନ ହାନୀ ଘଟୁଛି । ଏହି ବିସ୍ଫୋରଣ ବନ୍ଦ ନକରିଲେ ବହୁ ଗାଁ ଲୀନ ହୋଇଯିବ ଗତ ଦୁଇଟି ବୈଠକରେ ଆଲୋକପାତ କରିବା ପରେ ମଧ୍ୟ କିଛି କାର୍ଯ୍ୟକାରୀ ହୋଇନଥିଲା । ଏଠାରେ ଥିବା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଇଂ ପ୍ରଶାନ୍ତ କରଙ୍କୁ ଲିଖିତ ଦେବାପରେ କିଛି କାର୍ଯ୍ୟକାରୀ କରୁନାହାଁନ୍ତି । ଆଗାମୀ ଦିନରେ ଏହାର ବିଚାର ନକରାଯାଏ ଆମେ ଆଦିବାସୀ ଏକ ହୋଇ ଆଇନ ହାତକୁ ନେବୁ ବୋଲି ତାଗିଦ କରିଥିଲେ ।

ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚର୍ଚ୍ଚା ଜୋରସୋର ହୋଇଥିଲା । ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ପ୍ରଦାନ କରାଯାଉଥିଲେ ମଧ୍ୟ ୬୦ ପ୍ରତିଶତ ବିଦ୍ୟାର୍ଥି ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି । ଯେ ହେତୁ ରାୟଗଡା ଜିଲ୍ଲା ପାହାଡ ଘେରାରେ ରହିଥିବା ବେଳେ ସମସ୍ତ ଅଞ୍ଚଳରେ ମୋବାଇଲ ଟାବାର ନାହିିଁ । ତେଣୁ ୬୦ ପ୍ରତିଶତ ବିଦ୍ୟାର୍ଥି ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି ।

ତେବେ ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀ ଶବର ଅନଲାଇନ ପାଠ ପଢାକୁ ସରକାରଙ୍କ ବିଫଳତା ବୋଲି କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଗ୍ରାମ୍ୟ ସଡ ଯୋଜନା, ପୂର୍ତ୍ତ ବିଭାଗ, ଯୋଗାଣ ବିଭାଗ, କୃଷି ବିଭାଗର ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା ।

Leave A Reply