Odisha news

କାଳୀ ପୂଜା ଉତ୍ସବ ପାଇଁ ଶୁଭ ଖୁଣ୍ଟି ସ୍ଥାପନ

0

ରାୟଗଡା (Rabindra Patkhandal)-ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୩୮ ତମ କାଳୀ ପୂଜା ଉତ୍ସବ ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ ହୋଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଚଳିତ ମାସ ୧୪ ତାରିଖ ଠାରୁ ୨୪ ତାରିଖ ଯାଏଁ ମା ଦକ୍ଷିଣ କାଳୀଙ୍କ ଦଶ ମହାବିଦ୍ୟା ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇ ୨୫ ତାରିଖ ଦିନ ମୂର୍ତ୍ତି ବିସର୍ଜନ ହେବ । ଶୁଭ ଖୁଣ୍ଟି ସ୍ଥାପନ ବେଳେ କର୍ତ୍ତା ଭାବେ ଶିବ ପଟ୍ଟନାୟକ ଏବଂ ସହ କର୍ତ୍ତା ଭାବେ ଶିବାଜୀ ଦାସ ଉପସ୍ଥିତ ଥିଲେ ।

ଶୁଭ ଖୁଣ୍ଟି ସ୍ଥାପନ ପରେ ପାଇକପଡା ସ୍ଥିତ ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ଅଣାଯାଇ ମାଁ ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶୁଭ ଖୁଣ୍ଟି ସ୍ଥାପନ ସମୟରେ ସାଧାରଣ ସମ୍ପାଦକ ଶିବ ପଟ୍ଟନାୟକ, ଉପ-ସଭାପତି ଶିବାଜୀ ଦାସ, ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, କୋଷାଧ୍ୟକ୍ଷ ଗୌରି ପଟ୍ଟନାୟକ, ସଭ୍ୟ ସରୋଜ ପାଢୀ, ବି.ରାମୁ, ସୁନିଲ କୁମାର ପାଣିଗ୍ରାହୀ, ବଳରାମ ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସରକାର ଜାରୀ କରିଥିବା ପୂଜା କୋଭିଡ କଟକଣା ଗାଇଡ ଲାଇନ ମାନ ଚଳିତ ବର୍ଷ ମାଁଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ, ତେଣୁ ପୂଜା ସମୟରେ ମନ୍ଦିର ସମ୍ମୁଖରେ ଅଯଥାରେ ଗହଳି ନ କରିବା ପାଇଁ ଜନସାଧାରଣଙ୍କୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଏସନର ସାଧାରଣ ସମ୍ପାଦକ ଶିବ ପଟନାୟକ ନିବେଦନ କରିଛନ୍ତି ।

Leave A Reply