ରାୟଗଡା (Rabindra Patkhandal)-ମହଙ୍ଗା ପଡ଼ିଲା ବାରା ଶୀକାର କରିବା ଶିକାରୀ ଗୁଳିରେ ସହଯୋଗୀ ଗାଁ ଭାଇର ମୃତୁ୍ୟ । ଏହି ଘଟଣାକୁ ନେଇ ପୋଲିସ ୧୮ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଫସଲ ନଷ୍ଟ କରୁଥିବା ବାରିହାକୁ ମାରିବା ପାଇଁ ଯୋଜନା ହୋଇଥିଲା । ଗ୍ରାମବାସୀ ମାନେ ଏକତ୍ରିତ ହୋଇ ବନ୍ଧୁକ ସାହାର୍ଯ୍ୟରେ ବାରା ମାରିବା ପାଇଁ ଯୋଜନା ପ୍ରସ୍ତୁତି କରିଥିଲେ । ହେଲେ ବାରା ତ ମଲା ନାହିଁ, ଶୀକାରି ଗୁଳିରେ କାଳିଆଜୋଡ଼ି ଗ୍ରାମର ଖଗେଶ୍ୱର ଝୋଡ଼ିଆ ୩୦ ବର୍ଷର ଯୁବକଙ୍କ ମୃତୁ୍ୟ ଘଟିଛି ।
ଘଟଣାଟି ହେଲା କାଳିଆଯୋଡି ଓ କଞ୍ଚଗୁମ୍ମା ଗାଁର ଲୋକ ମିଳିତ ଭାବେ ଚାଷ ଜମି ନଷ୍ଟ କରୁଥିବା ବାରିହାକୁ ମାରିବା ପାଇଁ ଯୋଜନା କରିିଥିଲେ । ଯୋଜନା ମୁତାବକ ଉଭୟ ଗ୍ରାମର ୧୮ ଜଣ ବ୍ୟକ୍ତି ନିକଟସ୍ଥ ପାହାଡ ଉପରକୁ ଯାଇ ବାରିହା ଅପେକ୍ଷାରେ ଥିଲେ । ତେବେ ବନ୍ଧୁକ ଧରିଥିବା ଧନସିଂ ଦିଶାରୀଙ୍କ ଅଜଣାତରେ ବନ୍ଧୁକର ଗୁଳି ଫୁଟିଥିଲା ତେବେ ଗୁଳିଟି ଖଗେଶ୍ୱର ଝୋଡିଆ (୩୦)ଙ୍କ ମୁଣ୍ଡରେ ବାଜିଥିଲା । ଗୁଳି ବାଜିବା ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିବା ଏବଂ ଘଟଣା ସ୍ଥଳରେ ହିଁ ଖଗେଶ୍ୱରର ମୃତ ହୋଇଥିଲା ।
ଏହି ଘଟଣା ସଂପର୍କରେ କାଳିଆଯୋଡି ଗ୍ରାମରେ ଏକ ବୈଠକ ବସିଥିଲା । ଖଗେଶ୍ୱରର ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଗ୍ରାମବାସୀ ମାନେ ଚାନ୍ଦା କରି ୨ ଲକ୍ଷ ୮୦ ହଜାର ଟଙ୍କା ଦେବା ପାଇଁ ନିଷ୍ପତି କରିଥିଲେ । ତେବେ ଘଟଣା ସଂପର୍କରେ ପୋଲିସ ଥାନାରେ କୌଣସି ଅଭିଯୋଗ ନ କରିବା ପାଇଁ ଖଗେଶ୍ୱର ପରିବାରକୁ କୁହାଯାଇଥିଲେ ।
କାଳିଆଯୋଡି ନିକଟରେ ଥିବା ଶ୍ମଶାନରେ ଶବଦାହ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଣ୍ଡିରାକଞ୍ଚ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଶବ ଉଦ୍ଧାର କରିଥିଲା । କାଶିପୁର ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରାଯାଇ କାଶିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ପାଇଁ ଅଣାଯାଇଥିଲା ।
ଶିକାର କରିବା ପାଇଁ ବ୍ୟବହୃତ ଦେଶୀ ବନ୍ଧୁକ ସହ ୧୮ ଜଣଙ୍କୁ ଅଣ୍ଡିରାକଞ୍ଚ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିିଛି । ଘଟଣାକୁ ନେଇ ଅଣ୍ଡିରାକଂଚ ଥାନାରେ କେଶ ନଂ ୬୮ ତା ୨୩.୦୯.୨୦୨୦ ରିଖ ପ୍ରକାରେ ଦଫା ୩୦୨/୨୦୧/ ୩୪ ପ୍ରକାରେ ମାମଲା ରୁଜ୍ଜୁ ହୋଇଥିବା ଏସପି ଡ଼ଃ ଶ୍ରର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।