Odisha news

ପ୍ରେମ କରିବା ମହଙ୍ଗା ପଡିଲା : ହତ୍ୟାର ଶିକାର ହେଲେ ପ୍ରେମିକ , ଘଞ୍ଚ ଜଙ୍ଗଲର ପଥର ଗୁମ୍ପାରୁ ନରକଙ୍କାଳ ଉଦ୍ଧାର

0

ରାୟଗଡା(Rabindra Patkhandal) : ପ୍ରେମ କରିବା ମନୋରଞ୍ଜନ ବଳିଆରସିଂଙ୍କୁ ମହଙ୍ଗା ପଡ଼ିଲା ଶେଷରେ ଗୁଳିକରି ହତ୍ୟାର ଶିକାର ହେଲେ ପ୍ରେମିକ ମନୋରଞ୍ଜନ । ଘଞ୍ଚ ଜଙ୍ଗଲର ପଥର ଗୁମ୍ପାରୁ ନରକଙ୍କାଳ ଉଦ୍ଧାର କରିବା ସହ ୩ଜଣକୁ ଗିରଫକରି କୋର୍ଟ ଚାଲାଣ କଲା ଚନ୍ଦ୍ରପୁର ପୋଲିସ ।
ଗତ ୩ମାସର ତଦନ୍ତ ପରେ ସଫଳ ହେଲା ପୋଲିସ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅନ୍ଧଲିମା ଜଙ୍ଗଲରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା ।

ପ୍ରେମବ୍ୟାପାରକୁ କେନ୍ଦ୍ର କରି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ମନୋରଞ୍ଜନଙ୍କ ଘର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ଗ୍ରାମର ବୋଲି ଜଣାପଡିଛି । ହତ୍ୟାକାଣ୍ଡର ୩ ମାସ ପରେ ଚନ୍ଦ୍ରପୁର ପୋଲିସକୁ ମିଳିଥିଲା ସଫଳତା । ଏକ ନିଛାଟିଆ ଘଞ୍ଚ ଜଙ୍ଗଲରୁ ମୃତ ବ୍ୟକ୍ତିର ନରକଙ୍କାଳ ଉଦ୍ଧାର କରିଛି ଚନ୍ଦ୍ରପୁର ପୋଲିସ ।

ମୃତକ ଜଣକ ନିଖୋଜ ଥିବା ନେଇ ତାଙ୍କ ଭାଇ ବିଷମକଟକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ବିଷମକଟକ ଏବଂ ଚନ୍ଦ୍ରପୁର ପୋଲିସ ମିଳିତ ଭାବେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ୩ ମାସ ପରେ ମୃତ ବ୍ୟକ୍ତିର ନରକଙ୍କାଳ ଉଦ୍ଧାର କରିବା ସହ ହତ୍ୟାକାଣ୍ଡରେ ଲିପ୍ତ ଥିବା ରଘୁନାଥ ଭଟ୍ଟ, ନକୁଳ ଦଣ୍ଡସେନା ଏବଂ ଗଣେଶ୍ୱର ସାହୁଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ମାନେ ବଳିଆର ସିଂକୁ ପ୍ରଥମେ ଦେଶି ବନ୍ଧୁକ ସାହାର୍ଯ୍ୟରେ ଗୁଳି କରିବା ପରେ ଅତି ବିଭତ୍ସ ଭାବେ ଏକ ଧାରୁଆ ଛୁରି ମାଧ୍ୟମରେ ହତ୍ୟା କରିଥିଲେ ।

ହତ୍ୟା ପରେ ମୃତ ବଳିଆର ସିଂକୁ ଏକ ନିଛାଟିଆ ପାହାଡିଆ ପଥର ଗୁମ୍ଫା ମଧ୍ୟରେ ପୋତି ଦେଇଥିଲେ । ଅଭିଯୁକ୍ତ ମାନେ ଦୋଷ ସ୍ୱୀକାର କରିବା ପରେ ପୋଲିସ ଏବଂ ସାଇଁଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ମୃତ ବ୍ୟକ୍ତିର ନରକଙ୍କାଳ ଉଦ୍ଧାର କରିଛନ୍ତି । ଏହି ହତ୍ୟାକାଣ୍ଡ ଏକ ତରଫା ପ୍ରେମକୁ ନେଇ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଅଭିଯୁକ୍ତ ନକୁଳ ଦଣ୍ଡସେନାଙ୍କ ଭଉଣୀକୁ ମନୋରଂଜନ ବଳିଆର ସିଂ ଏକ ତରଫା ପ୍ରେମ କରୁଥିଲା ।

ଏହାକୁ ନକୁଳ ଦଣ୍ଡସେନାଙ୍କ ପରିବାର ବିରୋଧ କରୁଥିଲେ । ତେବେ ମନୋରଂଜନର ଆଚରଣର କୌଣସି ପରିବର୍ତନ ନ ହେବାରୁ ଶେଷରେ ରାସ୍ତାରୁ ହଟାଇବା ପାଇଁ ନକୁଳ ନିଜ ଜ୍ୱାଇଁ ଓ ଜଣେ ସହଯୋଗୀର ସହଯୋଗରେ ଏଭଳି ଚରମ ନିଷ୍ପତି ନେଇଥିଲା । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ମାନେ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଏବଂ ଛୁରିିକୁ ବଂଶଧାରା ନଦୀରେ ଫୋପାଡି ଦେଇଥିଲେ । ଏ ନେଇ ଚନ୍ଦ୍ରପୁର ଥାନାରେ କେଶ ନଂ ୨୯, ତା ୨୦.୦୯.୨୦୨୦ ପ୍ରକାରେ ଧାରା ୩୦୨/୨୦୧/୧୨୦ବି ଆଇପିସି ପ୍ରକାରେ ମାମଲା ରୁଜ୍ଜୁ ହୋଇଛି ।

 

Leave A Reply