ରାୟଗଡା,୨୬ ।୯(Rabindra Patkhandal)- କିଛି ଦିନ ଥମିବା ପରେ ରାୟଗଡା ଜିଲ୍ଲାରେ ପୁଣି ଥରେ ୧୨୧ ପଜିଟିଭ୍ ଚିହ୍ନଟ ପରେ ସଂଖ୍ୟା ୭୨୪୨କୁ ଛୁଇଁଲା । ତେବେ ଜିଲ୍ଲାରେ ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ପ୍ରତିଶତ ଥିଲା ବେଳେ ସୁସ୍ଥହାର ୯୨ ପ୍ରତିଶତ ରହିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୧୨୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୮୨ ପୁରୁଷ ଏବଂ ୩୯ ଜଣ ମହିଳା ଅଛନ୍ତି ।
ଗୃହ ସଙ୍ଗରୋଧରୁ ୭୪ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୮୬ ଜଣ ଚିହ୍ନଟ ହୋଇଛନ୍ତି । ଏଥି ସହ ୬ ଜଣ କରୋନା ଯୋଦ୍ଧା କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗୁଣପୁର ଗ୍ରାମାଚଂଳରୁ ୩୦, ବିଷମକଟକରୁ ୨୬, ରାୟଗଡା ପୌରାଚଂଳରୁ ୨୨, କାଶିପୁର ୧୪, କଲୋନରା, ପଦ୍ମପୁର, ରାମନାଗୁଡା ଏବଂ ରାୟଗାଡା ଗ୍ରାମାଚଂଳରୁ ୪ ଜଣ, କଲ୍ୟାଣସିଂହପୁରରୁ ୩ ଏବଂ ଗୁଣପୁର ସହରାଚଂଳରୁ ୨ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨୪୨ ରେ ପହଂଚିଥିବା ଥିବା ବେଳେ ୬୬୩୬ ଜଣ ସୁସ୍ଥ ହୋଇଛନ୍ତି । ୫୬୯ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଂଟରରେ ଟିକିତ୍ସିତ ଅଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୭୬୪ ଜଣ କୋରନା ଯୋଦ୍ଧା ସଂକ୍ରମଣ ଶୀକାର ହୋଇଥିବା ବେଳେ ୬୩୮ ସୁସ୍ଥ ହୋଇଛନ୍ତି ଏବଂ ୧୨୬ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସଂକ୍ରମଣର ଶୀକାର ହୋଇ ଜିଲ୍ଲାରୁ ୩୭ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଥିଲେ ଜିଲ୍ଲାବାସୀଙ୍କୁ ସତର୍କ ଏବଂ ସଜାଗ ରହିବା ପାଇଁ ଅନୁରୋଧ କରିବା ସହ ସତର୍କ ଏବଂ ସଚେତନା ରହିଲେ ନିଜେ ନିଜକୁ ରକ୍ଷା କରିପାରିବା ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି । ଏଥି ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।