Odisha news

ଗୁଣପୁର ଶତାୟୁ ହାଇସ୍କୁଲର ଅବସରପ୍ରପ୍ତ ଶିକ୍ଷକ ଦୟାନିଧି ଚୌଧୁରୀଙ୍କ ଦେହାନ୍ତ

0

ରାୟଗଡା,୨୬ ।୯(Rabindra Patkhandal)- ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ଶତାୟୁ ହାଇସ୍କୁଲର ଅବସରପ୍ରପ୍ତ ଶିକ୍ଷକ ଦୟାନିଧି ଚୌଧୁରୀ ୭୯ବର୍ଷ ବୟସରେ ଗୁଣପୁର ଶେଖର ନଗରସ୍ଥିତ ନିଜ ବାସଭବନରେ ଗତକାଲି ଇହଲୀଲା ସମ୍ବରଣ କରିଛନ୍ତି । ବିଶିଷ୍ଟ ଜ୍ୟୋଜିର୍ବିଦ, ଆଧ୍ୟାତ୍ମିକ ସାଧକ ଓ ସୁସାହିତି୍ୟକ ତଥା ଭାରତ ବର୍ଷର ବହୁ ସ୍ଥାନରେ ଅନେକ ମନ୍ଦିର ପ୍ରତିଷ୍ଠା କରିଥିବା ଭାରତୀୟ ସୂଚନା ସେବାର ଜଣେ ବରିଷ୍ଠ ଅଧିକାରୀ ଭାବରେ ସଂପ୍ରତି ଭୂବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟରେ କାର୍ଯ୍ୟରତ ଡ଼ଃ ପ୍ରଦୀପ କୁମାର ଚୌଧୁରୀଙ୍କ ସେ ପିତା ଅଟନ୍ତି ।

ଅନ୍ତିମ ସମୟରେ ତାଙ୍କ ନିକଟରେ ତିନି ପୁତ୍ର ଦୁଇ କନ୍ୟା, ପୁତ୍ର ବଧୁ ଓ ନାତି ନାତୁଣୀ ଓ ସମସ୍ତ ପରିବାର ପରିଜନ ଉପସ୍ଥିତ ଥିଲେ ।ସେ ଜଣେ ଆଦର୍ଶ ଶିକ୍ଷକ, ପରୋପକାର. ମିଷ୍ଟାଭାଷୀ, ମେଳାପୀ ଓ ଭଦ୍ର ବ୍ୟକ୍ତିତ୍ୱ ଭାବରେ ସେ ଥିଲେ ବହୁଜନ ପ୍ରିୟ । ନିଜ ଶିକ୍ଷକ ଜୀବନରେ ଅନେକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟ ଗଠନ କରିଥିଲେ ସେ । ତାଙ୍କ ବିୟୋଗରେ ଗୁଣପୁର ସହରର ଛାତ୍ର ଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅନ୍ତିମ ସଂସ୍କାର ସ୍ଥାନୀୟ ବଂଶଧାରା ନଦୀର ଅବବାହିକାରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିବା ବେଳେ ତାଙ୍କ ଦେହାନ୍ତରେ ଶୋକର ସନ୍ତପ୍ତ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବ. ସାମ୍ବାଦିକ ଓ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply