ଡ଼ାକ୍ତରଙ୍କ ଚରମ ଅବହେଳାର ସଜା କାଟୁଛି ଦମୟନ୍ତ : ମାନବାଅଧିକାର କମିଶନଙ୍କ ନିଦେ୍ର୍ଦଶ ରହିଗଲା ଫାଇଲ ତଳେ , ଗର୍ଭରେ ଛୁଆ ନଥାଇ ଗର୍ଭବତୀ ଚିକିତ୍ସା ଘଟଣା
ରାୟଗଡା (Rabindra Pakhandal): ବାବୁ (ଅଜ୍ଞା) ମତେ ବଞ୍ଚେଇ ଦିଅ । ମୁଁ ଯିଇଁବାକୁ ଚାହେଁ । ଡାକ୍ତରଟା ମୋତେ ରୋଗିଣା କରିଦେଲା । ମୁଁ ମରିଗଲେ ଦୁଇଟି ସନ୍ତାନ ଅନାଥ ହୋଇଯିବେ । ସ୍ୱାମୀ ପାଗଳ ହୋଇଯିବ । ଡ଼ାକ୍ତରବାବୁଙ୍କ ଦାୟୀତ୍ୱଦୀନତାରା ପରିଣାମ ସ୍ୱରୁପ ମୋ ଜୀବନ ଦୀପ ଲିଭିଲିଭି ଯାଉଛି । ମାନବାଅଧିକାର କମିଶନଙ୍କ ନିଦେ୍ର୍ଦଶକୁ ମଧ୍ୟ ଖାତିରି କଲନାହିଁ ଏହି ପ୍ରଶାସନ । ପେଟରେ ଅସହ୍ୟ ଯନ୍ତ୍ରଣା । ଗୋଡରୁ ମାଂସ ଝଡିଝଡି ପୋକରେ ସାଲୁବାଲୁ ହୋଉଛି । ମୋତେ ଚିକିତ୍ସା ଟିକିଏ ଯୋଗାଇଦିଅବୋଲି ପାହାଡ ତଳ ଗାଁ ଟିକିରାରୁ ଜଣେ ଅସହାୟ ମହିଳା ଦମୟନ୍ତୀ ଚିକ୍ରାର କରୁଛି ।
ରାୟଗଡା ଜିଲା କଲ୍ୟାଣସିହପୁର ବ୍ଳକ ଅନ୍ତର୍ଗତ ଗାଁ ଟିର ନାଁ ଟିକିରା । ଗତ ୪ବର୍ଷ ଧରି ଡାକ୍ତରଙ୍କ ଭୂଲ ଉପଲବ୍ଧିର ପରିଣାମ ଭୋଗୁଛନ୍ତି ଦମୟନ୍ତୀ ସାହୁକାର । ପେଟରେ ଗର୍ଭ ନଥାଇ ଗର୍ଭବତୀ ବୋଲି କହିବାର ସଜା ଭୋଗୁଛନ୍ତି ଏହି ଗରିବ ଖଟିଖିଆ ପରିବାର । ୨୦୧୬ ମସିହାର ଘଟଣା । କମଳଲୋଚନ ସାହୁକାରଙ୍କ ପତ୍ନୀ ଦମୟନ୍ତୀଙ୍କ ପେଟ ଗୋଡହାତ ଫୁଲିବା ପରେ ମହିଳା ସ୍ୱାସ୍ଥ୍ୟକର୍ମୀ ପରେ ବାସନ୍ତି କାଡ୍ରାକା ଏବଂ ଡ଼ାକ୍ତର ବି ଲକ୍ଷ୍ମୀକାନ୍ତ ସାହୁ ଗର୍ଭରେ ସନ୍ତାନ ଟିଏ ଥିବା କହିଥିଲେ ।
ପୂର୍ବରୁ ଦୁଇଟି ସନ୍ତାନ ଥିବାସତ୍ୱେ ଆଉଏକ ସନ୍ତାନ ପାଇବା ଆଶାରେ ପୁରା ପରିବାଟି ଖୁସିରେ ଦିନ କାଟୁଥିଲେ । ଥରୁକୁ ଥର ଡାକ୍ତର ପରିକ୍ଷା କରିବା ପରେ ସାମନ କଥା କହିଥିଲେ । ୧୦ମାସ ପରେ ଡାକ୍ତର ଦେଇଥିବା ପ୍ରସବ ତାରିଖରେ କଲ୍ୟାଣସିଂହପୁର ଚିକିତ୍ସାଳୟକୁ ନେବାପରେ ସନ୍ତାନ ଜନ୍ମରେ ସମସ୍ୟା ରହିଛି କହି ରାୟଗଡା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଦେଇଥିଲେ । ତେବେ ସେଠାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଲଟ୍ରାସାଉଣ୍ଡ କରିବା ପରେ ପେଟରେ ଛୁଆଁ ନୁହେଁ ଟିୁମର ଟିଏ ବଢ଼ୁବାରରେ ଲାଗିଛି ଜାଣିପାରିଥିଲ ।
କ୍ଷଣିକରେ ପରିବାରର ଦିନର ସ୍ୱପ୍ନ ପାଣିରେ ମିଳେଇଯାଇଥିଲା । ଆଉ ସେହି ଦିନଠାରୁ ମୁତୁ୍ୟ ସହ ସଂଗ୍ରାମ କରି ଆସୁଛନ୍ତି ଦମୟନ୍ତୀ । ଗତ ୪ବର୍ଷ ଧରି ରାୟଗଡ଼ା ପରେ ବ୍ରହ୍ମପୁର ଏବଂ କୋରାପୁଟ ବଡବଡ ମେଡ଼ିକାଲ ଗତ ୩ ବର୍ଷ ବୁଲିବୁଲି ପରିବାରଟା ସାରା ଥକିଗଲେଣି । ପାଖରେ ଟଙ୍କା ମଧ୍ୟ ନାହିଁ । ଜଣେ ସାମାଜିକ କର୍ମୀ ଡାକ୍ତରଙ୍କ ଅବହେଳା ଓ ମହିଳାଙ୍କ କଷ୍ଟୁ ଓ ପରିବାର ଉପରକୁ ଆସିଥିବା ବପତ୍ତି ସମ୍ପର୍କରେ ମାନବାଧିକାରଙ୍କୁ ଲିଖିତ ରୂପେ ଜଣାଇଥିଲେ । କଥାର ଗମ୍ଭିତାକୁ ଉପଲବ୍ଧି କରି ତୁରନ୍ତ ଚିକିତ୍ସା ଯୋଗଇଦେବାକୁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେବାର ୪ବର୍ଷ ବିତିଗଲା ।
କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲାପ୍ରଶାସନ ନିଦାବିଷ୍ଣୁ ସାଜି ବସିରହିଛନ୍ତି । ଏଣେ ଦମୟନ୍ତୀଙ୍କ ଗୋଡାରୁୁ ମାଂସ ଝଡ଼ି ଝଡି ଯାଉଛି । ପୁଅର ପାଠପଢ଼ାରେ ଡୋରି ବନ୍ଧା ହୋଇଯାଇଥିବା ବେଳେ ବାପା ଓ ପୁର ରାତିପାହିଲେ ପଥର ପିଟିବାକୁ ଯାଇ ଯାହା ରୋଜଗାର କରୁଛନ୍ତି ସେଥିରେ ପେଟକୁ ନିଅଣ୍ଟ ହୋଉଥିବା ବେଳେ ଚିକିତ୍ସା ସେମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଥିବା ସ୍ୱାମୀ କମଳଲୋଚନ କହିଛନ୍ତି । ଭାଗ୍ୟକୁ ଆଦରି ପଡିରହିଥିବା ସେମାନେ କହିଛନ୍ତି । ଏହି ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ କହିଛନ୍ତି ଆମକୁ ମାନବାଅଧିକାରଙ୍କ ଠାରୁ ଚିଠି ଆସିଛି ତାହାର ବିଷୟରେ ଜଣେ କର୍ମଚାରୀଙ୍କୁ ଦାୟୀତ୍ୱ ଦିଆଯାଇଛି ଅତି ସିଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି ଅତି ହାଲୁକା ଭାବରେ କହିଛନ୍ତି ।