ନୀଳଭୂମି ଶ୍ରୀକ୍ଷେତ୍ର । ଉପରେ ନୀଳ ଆକାଶ । ନାରୀକେଳ ଗଛର ସବୁଜ ବାହୁଙ୍ଗାଭିତରୁ ଉଙ୍କି ମାରୁଛି ନୀଳ ଆକାଶ । ପାଖରେ ନୀଳ ସମୁଦ୍ର । ନୀଳ ଭୂମିରେ ନୀଳାଚଳ । ନୀଳାଚଳରେ ନୀଳାଦ୍ରିନାଥ । ନୀଳ ଦିଅଁଙ୍କର ନୀଳ ନବର । କାହିଁକି ଏଠି ନୀଳର ଏ ଅପୂର୍ବ ସମାହାର? କି ସମ୍ମୋହନ ଅଛି ଏଥିରେ? ହଁ, ସମ୍ମୋହନ ଅଛି । କାରଣ ଅସୀମତା ହିଁ ନୀଳ । ଜଡ଼-ଜୀବନ, ମୃତ-ଅମୃତ, ସସୀମ-ଅସୀମର ପରିଭାଷା ନୀଳ । ନୀଳ ଏକ ଦୂ୍ୟତି, ଏକ ବ୍ୟାପ୍ତି । ଅଳିକ ଜୀବନର ଅନୁଭବରେ ଏହି ବ୍ୟାପ୍ତି ହିଁ ଅନନ୍ତ ଆଲୋକ ଓ ଅନୁଭବର ସମ୍ଭାବନା ବୁଣେ । ଅମୃତ ଅନୁଭବର ସ୍ପର୍ଶ ଆଣେ । ପୁଣି ନୀଳ ଏକ ନିଃସଙ୍ଗତା । ଏହି ନିଃସଙ୍ଗତା ଦିଏ ମନ୍ମୟ ଅନୁଭବ, ତନ୍ମୟ ତଲ୍ଲୀନତା । ସମଗ୍ର ସମର୍ପଣର ଆଦ୍ୟ ନୀଳବିନ୍ଦୁରେ ବ୍ୟକ୍ତିଦୃଷ୍ଟି ବିଶ୍ୱଦୃଷ୍ଟିରେ ପରିଣତ ହୋଇଯାଏ । ଅନନ୍ତ ନୀଳିମାରେ ଆଚ୍ଛନ୍ନ ହୋଇଯାଏ ଇହକାଳର ସ୍ଥୂଳଦୃଷ୍ଟି । ନୀଳ ଏକ ଯାତ୍ରା । ଏକ ସୀମିତ ବ୍ୟକ୍ତିସତ୍ତାରୁ- ଅସୀମତା ଆଡ଼କୁ ଯାତ୍ରା । ବ୍ୟକ୍ତରୁ ଅବ୍ୟକ୍ତକୁ- ଯାତ୍ରା ।
ଏମାଟିରେ ପାଦ ଦେଲେ ମଣିଷର ପାପ କେବଳ ଧୋଇ ହୋଇଯାଏନି । ସେ ପରମ ସହିତ, ବିଶ୍ୱବ୍ରହ୍ମାଣ୍ଡ ସହିତ ମିଶିଯାଏ । ମିଶି ଏକାକାର ହୋଇଯାଏ । ସିଏ କୌଣସି ଆକଟ ଭିତରେ ବାନ୍ଧି ହୋଇପାରନ୍ତିନି । ସେ ମୁକ୍ତ, ସେ ସ୍ୱାଧୀନ, ସେ ସର୍ବବ୍ୟାପ୍ତ । ସେ ପାଣିରେ, ପବନରେ, ଆକାଶରେ, ମାଟିରେ, ଗଛରେ, ଲତାରେ, ଫୁଲର ବସ୍ନାରେ, କୀଟପତଙ୍ଗ, ସବୁରି ଭିତରେ । ସେ ସର୍ବବିଦ୍ୟମାନ । ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ । ଅନ୍ୟ ତିନି ଧାମର ଦେବତା ତାଙ୍କ ଅଧିଷ୍ଠିତ ଆସନରେ ପୂଜା ପାଆନ୍ତି । ମାତ୍ର ଏ ଠାକୁର ଭାବର ଠାକୁର, ଅନୁଭବର ଠାକୁର । ଇଏ ନିଜେ ଓହ୍ଲେଇ ଆସନ୍ତି ବଡଦାଣ୍ଡକୁ । ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ । ବିଦେଶୀ ଭକ୍ତର ନୟନ ଓ ହୃଦୟ ଭରି ଉଠେ ଆନନ୍ଦରେ । ଆନନ୍ଦ ରୂପାନ୍ତର ହୁଏ ବିଶ୍ୱାସରେ ।
ଇଂରେଜମାନେ ଓଡିଶା ଦଖଲ କରିବା ପୂର୍ବରୁ ଜଗନ୍ନାଥ ମନ୍ଦିରର ଗୁରୁତ୍ୱ ସମ୍ବନ୍ଧରେ ଅବଗତ ଥିଲେ । ସେମାନେ ଏହି ମନ୍ଦିର ଏବଂ ଏହା ସହିତ ସଂପୃକ୍ତ ନୀତି ଓ ଅନୁଷ୍ଠାନଗୁଡିକୁ ଅପରିବର୍ତ୍ତନୀୟ ରଖିବାକୁ ପ୍ରଥମରୁ ସ୍ଥିର କରିଥିଲେ । ୧୮୦୩ରେ ଓଡିଶା ଦଖଲ ପାଇଁ ପ୍ରେରିତ ସେନା ବାହିନୀର ଅଧିନାୟକ ହାରକୋଟ୍ଙ୍କୁ ଗଭର୍ଣ୍ଣର ଜେନେରାଲ ଲର୍ଡ ଉଏଲସଲି ଲେଖିଥିଲେ, “ତୁମେ ଜଗନ୍ନାଥ (ପୁରୀ)ରେ ପହଞ୍ଚôଲା ପରେ ସାବଧାନଭାବରେ ବିଭିନ୍ନ ଉପାୟ ଦ୍ୱାରା ମନ୍ଦିରର ସମ୍ମାନ ଏବଂ ବ୍ରାହ୍ମଣ ଓ ତୀର୍ଥଯାତ୍ରୀମାନଙ୍କର ଧର୍ମ ବିଶ୍ୱାସକୁ ଅକ୍ଷୁର୍ଣ୍ଣ ରଖିବ, ବ୍ରାହ୍ମଣ ମାନଙ୍କ ଜୀବନ, ଧାର୍ମିକ ପ୍ରଥା, ରୀତିନୀତି, ଉସôବ ଏବଂ ମନ୍ଦିରର ପବିତ୍ରତାକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବ” ।
କିନ୍ତୁ ଓଡିଶା ଦଖଲ ପରେ ଯେଉଁ ଖ୍ରୀଷ୍ଟିୟାନପାଦ୍ରୀ ଓ ଖ୍ରୀଷ୍ଟଧର୍ମର ପ୍ରଚାର ସମର୍ଥକ ଇଂରେଜଲୋକେ ଆସିଲେ, ସେମାନେ ଜଗନ୍ନାଥ ମନ୍ଦିର ଓ ଧର୍ମ ସମ୍ବନ୍ଧରେ ଭିନ୍ନ ନୀତି ବୟାନ ଓ ଅନୁସରଣ କଲେ । ମୁସଲମାନ ରାଜତ୍ୱ ଅମଳରୁ ପୁରୀରେ ତୀର୍ଥଯାତ୍ରୀ କର ଆଦାୟ ହେଉଥିଲା । ଏହି ତୀର୍ଥକର ଜଗନ୍ନାଥ ମନ୍ଦିର ଓ ତତ୍ ସମ୍ବନ୍ଧୀୟ ଖର୍ଚ୍ଚ ଚର୍ଚ୍ଚରେ ବିନଚେଯାଗ ହେଉଥିଲା । ମିଶନାରୀମାନେ ସରକାରଦ୍ୱାରା ଏହି କର ଆଦାୟକୁ ବିରୋଧ କଲେ । ସେମାନେ ଜଗନ୍ନାଥ ଧର୍ମକୁ ଘୃଣା ଚକ୍ଷୁରେ ଦେଖୁଥିଲେ ଓ ଖ୍ରୀଷ୍ଟ ଧର୍ମର ପ୍ରଚାର ଚାହୁଁଥିଲେ । ୧୮୦୬ ମସିହାରେ ଫୋଟର୍୍ ଉଇଲିୟମ (ୠକ୍ଟକ୍ସଗ୍ଧ ଡସକ୍ଷକ୍ଷସବଜ୍ଞ) କଲେଜର ଉପ ପ୍ରଭୋଷ୍ଟ (ଠସମର -କ୍ଟ୍ରକ୍ସକ୍ଟଙ୍ଖକ୍ଟଗ୍ଦଗ୍ଧ) କ୍ଲଡିୟାସ ବୁକ୍ମ୍ୟାନ (ଉକ୍ଷବୟସଙ୍କଗ୍ଦ ଈଙ୍କମଳଜ୍ଞବଦ୍ଭ) ପୁରୀ ଆସିଥିଲେ । ପୁରୀରୁ ଯାଇ ସେ ପ୍ରଚାର କରିଥିଲେ ଯେ, ରଥଯାତ୍ରା ବେଳେ ରଥଗୁଡିକର ଚକତଳେ ତୀର୍ଥଯାତ୍ରୀମାନେ ବଳି ପଡୁଛନ୍ତି ।
୧୮୧୩ ମସିହାର ଚାର୍ଟାର ଆକ୍ଟ ସହାୟତାରେ ଇଂରେଜମାନଙ୍କ ଦ୍ୱାରା ଶାସିତ ଅଞ୍ଚଳରେ ଖ୍ରୀଷ୍ଟଧର୍ମ ପ୍ରଚାର ପାଇଁ ରହିଥିବା କଟକଣାମାନ ଦୂରୀଭୂତ ହୋଇଥିଲା । ୧୮୨୩ରେ ବାପ୍ଟିଷ୍ଟ ମିଶନାରୀମାନେ ପୁରୀରେ ମୂର୍ତ୍ତିପୂଜା ଓ ଜଗନ୍ନାଥ ଉପାସନାକୁ ତୀବ୍ରଭାବରେ ବିରୋଧ କଲେ । ସେମାନେ କହିଲେ ଯେ ଇଂରେଜ ସରକାର ଭଳି ଏକ ଖ୍ରୀଷ୍ଟିୟାନ୍ ସରକାର ଜଗନ୍ନାଥ ଧର୍ମକୁ ପୃଷ୍ଠପୋଷକତା ଦେବାଦ୍ୱାରା ମୂର୍ତ୍ତିପୂଜା ଭଳି ଏକ ଅନ୍ଧବିଶ୍ୱାସଭିତ୍ତିକ ପ୍ରଥାକୁ ସମର୍ଥନ ଦେଇଛନ୍ତି । ବାପ୍ଟିଷ୍ଟ ମିଶନାରୀମାନେ ତୀର୍ଥକର ଆଦାୟ ବିରୋଧରେ ଇଷ୍ଟଇଣ୍ଡିଆ କମ୍ପାନୀର ଉକ୍ଟଙ୍କକ୍ସଗ୍ଧ ଊସକ୍ସରମଗ୍ଧକ୍ଟକ୍ସଗ୍ଦ ଏବଂ ଐକ୍ଟଙ୍କଗ୍ଦର କ୍ଟଲ ଉକ୍ଟଜ୍ଞଜ୍ଞକ୍ଟଦ୍ଭଗ୍ଦକୁ ଲେଖିଲେ । ମିଶନାରୀମାନଙ୍କ କ୍ରମାଗତ ଚାପ ଫଳରେ ୧୮୪୦ ମସିହାର ଏକ ଆଇନ (ଇମଗ୍ଧ-ଢ) ଦ୍ୱାରା ଇଂରେଜ ସରକାର ଏହ୍ଲାବାଦ, ଗୟା ଓ ପୁରୀରେ ତୀର୍ଥଯାତ୍ରୀମାନଙ୍କଠାରୁ କର ଆଦାୟ ବନ୍ଦ କଲେ । ତୀର୍ଥଯାତ୍ରୀ କର ଆଦାୟ ବନ୍ଦ ହେଲା ପରେ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଇଂରେଜ ସରକାର ଖୋର୍ଦ୍ଧା ରାଜାଙ୍କୁ ଏକ ନିର୍ଦ୍ଦିଷ୍ଟ ଅର୍ଥ (ଟ. ୫୬୩୪୨) ପ୍ରଦାନ କରୁଥିଲେ ଏବଂ ମନ୍ଦିର ପାଇଁ କେତେକ ଭୂମି ଖଞ୍ଜି ଦେଇଥିଲେ । ମିଶନାରୀମାନଙ୍କ ତରଫରୁ ବିରୋଧ ଫଳରେ ୧୮୬୩ ମସିହାରେ ସରକାର ଜଗନ୍ନାଥ ମନ୍ଦିରକୁ ଅର୍ଥ ମଞ୍ଜୁରୀ ବନ୍ଦ କଲେ ।
ଊନବିଂଶ ଶତାବ୍ଦୀର ସପ୍ତମ ଦଶକରେ ଡ.ଡ. ଐଙ୍କଦ୍ଭଗ୍ଧରକ୍ସ ଯିଏ କି ଜଣେ ପ୍ରଶାସକ-ଗବେଷକ, ସେ ଓଡିଶା ସମ୍ବନ୍ଧରେ ଗବେଷଣା ଆରମ୍ଭ କଲେ । ୧୮୭୨ରେ ତାଙ୍କ ରଚିତ ପୁସ୍ତକ ଐସଗ୍ଦଗ୍ଧକ୍ଟକ୍ସଚ୍ଚ କ୍ଟଲ ଙକ୍ସସଗ୍ଦଗ୍ଦବ ଦୁଇଟି ଖଣ୍ଡରେ ଲଣ୍ଡନରେ ପ୍ରକାଶିତ ହେଲା । ଏହି ପୁସ୍ତକର ପ୍ରଥମ ଖଣ୍ଡ ଆରମ୍ଭରେ ଐଙ୍କଦ୍ଭଗ୍ଧରକ୍ସ ଲେଖିଛନ୍ତି “ଏହି ବର୍ଣ୍ଣନା କୌଣସି ମହାନ୍ ଐତିହାସିକ ଚରିତ୍ର କିମ୍ବା ଅପରାଧ ମୂଳକ ଘଟଣା ଦ୍ୱାରା ସଜ୍ଜିତ ହୋଇନାହିଁ । ପୃଥିବୀ ଇତିହାସର ବୀରମାନଙ୍କର ତାଲିକାରେ ଏଥିରେ କୌଣସି ନାମ ଯୋଡା ଯାଇନାହିଁ । ଯେଉଁ ଲୋକମାନଙ୍କ ବିଷୟରେ ଏଥିରେ ଲେଖାଯାଇଛି ସେମାନେ ମାନବିକ ସ୍ୱାଧୀନତା ପାଇଁ କୌଣସି ବିରାଟ ଯୁଦ୍ଧ ଲଢିନାହାନ୍ତି କିମ୍ବା ପ୍ରକୃତିର ଶକ୍ତିକୁ ମଣିଷର ନିୟନ୍ତ୍ରଣରେ ଆଣିବାରେ ସମର୍ଥ ହୋଇନାହାନ୍ତି” ।
୧୯୭୦ରେ ଇ ଋଗ୍ଦମଷଜ୍ଞବଦ୍ଭଦ୍ଭ, ଐରକ୍ସଜ୍ଞବଦ୍ଭଦ୍ଭ କଙ୍କକ୍ଷଳର, ଟ ଝମଷଦ୍ଭରସୟରକ୍ସ ଏବଂ ଐ.ଠ. ଝଗ୍ଧରସଗ୍ଧରଦ୍ଭମକ୍ସକ୍ଟଦ୍ଭ ଆଦି ଜର୍ମାନ ଗବେଷକ ଭାରତୀୟ ଗବେଷକମାନଙ୍କ ସହଯୋଗରେ ଜଗନ୍ନାଥ ଧର୍ମର ବିଭିନ୍ନ ଦିଗ, ଯଥା ବୈ÷ଷ୍ଣବଧର୍ମ, ପୁରୁଷୋତ୍ତମ ତତ୍ତ୍ୱ, ଆଦିବାସୀ ଦେବତାଙ୍କର ହିନ୍ଦୁଭାବରେ ରୂପାନ୍ତରୀକରଣ, ପାରମ୍ପରିକ ଶାସନ ବ୍ୟବସ୍ଥା ସହିତ ଜଗନ୍ନାଥ ଧର୍ମର ସମ୍ପର୍କ, ଜଗନ୍ନାଥଙ୍କ ନବକଳେବର ଏବଂ ଜଗନ୍ନାଥ ଧର୍ମ ଓ ଓଡିଶା ଅସ୍ମିତା ଉପରେ ଗବେଷଣା କରିଛନ୍ତି । ଆଦିବାସୀ ସଂସ୍କୃତି ଓ ହିନ୍ଦୁଧର୍ମ ମଧ୍ୟରେ ନିରବିଚ୍ଛିନ୍ନ ଆଦାନ ପ୍ରଦାନ (ଟଦ୍ଭଗ୍ଧରକ୍ସକ୍ସଙ୍କକ୍ଟ୍ରଗ୍ଧରୟ ଗ୍ଧକ୍ସସଭବକ୍ଷ-ଐସଦ୍ଭୟଙ୍କ ମକ୍ଟଦ୍ଭଗ୍ଧସଦ୍ଭଙ୍କଙ୍କଜ୍ଞ) ଓଡିଆ ସଂସ୍କୃତିର ମୂଳ ସ୍ୱରୂପ ବୋଲି ଜର୍ମାନ ଗବେଷକମାନେ ମତ ଦେଇଛନ୍ତି । କହିଛନ୍ତି- “ଓଡିଶାର ଆଞ୍ଚଳିକ ପରମ୍ପରାର ସ୍ୱରୂପ ହେଉଛି ଆଦିବାସୀ ସଂସ୍କୃତି ଓ ହିନ୍ଦୁ ଧର୍ମ ମଧ୍ୟରେ ନିରବିଚ୍ଛିନ୍ନ ଆଦାନ ପ୍ରଦାନ । ଏହି ସ୍ୱରୂପର ଶାଶ୍ୱତ ପରିପ୍ରକାଶ ହେଉଛି ପୁରୀର ଜଗନ୍ନାଥ ଧର୍ମ” ।
ଓଡିଶାର ଶାସନ ଓ ଜଗନ୍ନାଥ ଧର୍ମ ମଧ୍ୟରେ ସମ୍ପର୍କ ସମ୍ବନ୍ଧରେ ଐରକ୍ସଜ୍ଞବଦ୍ଭଦ୍ଭ କଙ୍କକ୍ଷଳର ଲେଖିଛନ୍ତି : “ଓଡିଶାର ରାଜନ୍ୟ ବର୍ଗଙ୍କ ଆଭ୍ୟନ୍ତରୀଣ ବୈ÷ଧତା ପୁରୀର ହିନ୍ଦୁକୃତ (ଐସଦ୍ଭୟଙ୍କସଗ୍ଦରୟ) ଆଦିବାସୀ ଦେବତାଙ୍କ ସହିତ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହି ଦେବତାଙ୍କ ଅଧୀନରେ ଆଞ୍ଚଳିକ ଉପଦେବତାମାନେ ଚୋଡଗଙ୍ଗଦେବ ଓ ଅନଙ୍ଗଭୀମଦେବଙ୍କ ଦ୍ୱାରା ସ୍ଥାପିତ ହୋଇଛନ୍ତି । ବାହ୍ୟ ଦୃଷ୍ଟିରୁ ଓଡିଶାର ରାଜନ୍ୟ ବର୍ଗଙ୍କ ବୈ÷ଧତା ପୁରୀର ବିଶାଳକାୟ ମନ୍ଦିରରେ ପ୍ରକଟିତ ଏବଂ ଏହାର ଦେବତା ଓଡିଶା ସାମ୍ରାଜ୍ୟର ସମ୍ରାଟ ରୂପେ ପରିଚିତ” । ୬
ପ୍ରାୟ ପ୍ରତ୍ୟେକ ୧୯ ବର୍ଷରେ ଯୋଡା-ଆଷାଢ ପଡିଲେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନୂତନ ମୂର୍ତ୍ତି ନିମ୍ବ ଦାରୁରେ ମିର୍ମିତ ହୁଅନ୍ତି । ଏହାକୁ ନବକଳେବର ବୋଲାଯାଏ । ଜନୈକ ଜର୍ମାନ୍ ସାମାଜିକ ନୃତତ୍ତ୍ୱବିତ୍ ଜକ୍ଟକ୍ଷବଦ୍ଭୟ ଐବକ୍ସୟରଦ୍ଭଭରକ୍ସଶ ଏହି ନବ କଳେବରକୁ ଭିତ୍ତି କରି ଏହା ସମ୍ବନ୍ଧରେ ଗବେଷଣା କରି ବର୍ଲିନର ୠକ୍ସରର ଟଦ୍ଭସଙ୍ଖରକ୍ସଗ୍ଦସଗ୍ଧଚ୍ଚ ରୁ ଡକ୍ଟରେଟ୍ ପାଇଛନ୍ତି । ତାଙ୍କ ସନ୍ଦର୍ଭ ୨୦୧୧ରେ ନୂଆଦିଲ୍ଲୀରେ ପ୍ରକାଶିତ ହୋଇଛି ।
ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ପାଶ୍ଚାତ୍ୟ ଦେଶ ଗୁଡିକର କେତେକ ଲୋକ ଶ୍ରୀଳ ପ୍ରଭୁପାଦଙ୍କ ପ୍ରଚାରିତ ବୈଷ୍ଣବ ଧର୍ମ (ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଝଷକ୍ସସଳକ୍ସସଗ୍ଦଷଦ୍ଭବ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) ଗ୍ରହଣ କରିଛନ୍ତି । ସେମାନେ ନିରବଚ୍ଛିନ୍ନ ଭାବରେ ଓଡିଶା ଆସନ୍ତି ଓ ରଥଯାତ୍ରା ସମୟରେ ସଂକୀର୍ତ୍ତନ କରିଥାନ୍ତି । କିନ୍ତୁ ଜଗନ୍ନାଥ ମନ୍ଦିର ଭିତରକୁ ସେମାନଙ୍କର ପ୍ରବେଶ ଅଧିକାର ନାହିଁ । ଏହି କଟକଣା ସମ୍ବନ୍ଧରେ ଜକ୍ଟକ୍ଷବଦ୍ଭୟ ଐବକ୍ସୟରଦ୍ଭଭରକ୍ସଶ ଙ୍କ ମତ ଏଠାରେ ଉଲ୍ଲେଖନୀୟ : “ଏହି ନିୟମ ପଛରେ ବିଭିନ୍ନ କାରଣ ରହିଛି । ପ୍ରଥମତଃ ‘ହିନ୍ଦୁ’ର ସାମାଜିକ-ଆଞ୍ଚଳିକ ସଂଜ୍ଞା ଉପରେ ଏହି ନିଷେଧ ପ୍ରତିଷ୍ଠିତ । ଦ୍ୱିତୀୟତଃ, କେବଳ ରକ୍ଷଣଶୀଳ ହିନ୍ଦୁ, ଶିଖ ଓ ବୌଦ୍ଧମାନେ ପବିତ୍ରତାର ନିୟମଗୁଡିକ କଡାକଡି ଭାବରେ ପାଳନ କରନ୍ତି । ଶରୀରର ପବିତ୍ରତା ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ଏକାନ୍ତ ଆବଶ୍ୟକ । କାରଣ ମନ୍ଦିର ହେଉଛି ଏକ ପବିତ୍ର ସ୍ଥାନ । ଏହାକୁ ଅପବିତ୍ର କରିବା ପାଇଁ କାହାର ଅଧିକାର ନାହିଁ । ମନ୍ଦିର ଭିତରେ କେହି ମଳତ୍ୟାଗ କରିଥିଲେ କିମ୍ବା ଦେବତାମାନଙ୍କ ପାଇଁ ଉଦ୍ଦିଷ୍ଟ ଭୋଗ କୌଣସି ଅଧିକାରବିହୀନ ଲୋକ ସ୍ପର୍ଶକଲେ କିମ୍ବା ମନ୍ଦିର ପରିସର ଭିତରେ କୌଣସି ଭକ୍ତ ପ୍ରାଣତ୍ୟାଗ କଲେ ମନ୍ଦିରକୁ ‘ମହାସ୍ନାନ’ ଦ୍ୱାରା ପବିତ୍ର କରିବା ଆବଶ୍ୟକ ହୁଏ” ।
ତେବେ ଊନବିଂଶ ଶତାବ୍ଦୀର ମିଶନାରୀ ପାଦ୍ରୀ –ଗବେଷକ ଏବଂ ବିଂଶ ଶତାବ୍ଦୀର ବେଦେଶୀ ଗବେଷକମାନଙ୍କ ଜଗନ୍ନାଥଙ୍କ ସଂପର୍କିତ ବିଚାର ବିଶ୍ଳେଷଣରେ ବାସ୍ତବତଃ କିଛି ପାର୍ଥକ୍ୟ ରହିଛି କି?- ଏହା ଅବଶ୍ୟ ବିଚାର୍ଯ୍ୟ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଇଷ୍ଟଇଣ୍ଡିଆ କମ୍ପାନୀର କର୍ମକର୍ତ୍ତା ପ୍ରଥମେ ପାଦ୍ରୀମାନଙ୍କୁ ଓଡିଶାର ଧର୍ମପ୍ରଚାରପାଇଁ ଅନୁମତି ଦେଇ ନାହାନ୍ତି । କାରଣ ପ୍ରତ୍ୟେକ ଜନସମୁଦାୟ ସେମାନଙ୍କ ଧର୍ମ ବିଶ୍ୱାସ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ସେମାନେ ଅନୁଭବ କରିଛନ୍ତି ସ୍ଥାନୀୟମାନଙ୍କ ଧର୍ମବିଶ୍ୱାସ ପ୍ରତି ଆକ୍ଷେପ ସେମାନଙ୍କୁ ପ୍ରତିକ୍ରିୟାଶୀଳ କରିବାର ସମ୍ଭାବନା ରହିଛି । ଏହି ପ୍ରତିକ୍ରିୟାଶୀଳତା ଶାସକପାଇଁ ମଧ୍ୟ ବେଳେବେଳେ ସମସ୍ୟା ସୃଷ୍ଟି କରିଥାଏ । ମାତ୍ର ପରବର୍ତ୍ତି କାଳରେ ପାଦ୍ରିମାନେ ଧର୍ମ ପ୍ରଚାର କରିଛନ୍ତି, ଓଡିଶାରେ ଜଗନ୍ନାଥଙ୍କପ୍ରତି ସେମାନଙ୍କ ଆଭିମୁଖ୍ୟରେ ଉଗ୍ରତା ପ୍ରକାଶ ପାଇଛି । କେତେକ ପ୍ରଚାରପତ୍ରରେ ସେମାନେ ଜଗନ୍ନାଥ ବିଶ୍ୱାସକୁ ‘ନିର୍ବୋଧତା’, ଜଗନ୍ନାଥ କାଠପାଷାଣର ଦେବତା, ଏହା ପୌତ୍ତଳିକତାର ଅଭୟାରଣ୍ୟ ଓ ବର୍ବରତା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ।
ଏବଂ, ସେମାନଙ୍କର ଏହି ଆଭିମୁଖ୍ୟ ସ୍ଥାନୀୟମାନଙ୍କୁ ମଧ୍ୟ ଉତ୍ୟକ୍ତ କରିଛି । ପରବର୍ତ୍ତିକାଳରେ ୧୮୫୭ର ସିପାହୀ ବିଦ୍ରୋହ ଇଂରେଜମାନଙ୍କ ଭାରତୀୟ ଧର୍ମପ୍ରତି ଅନୁଦାରତା ପ୍ରକାଶ କରିବାର ପରିଣତି ସେମାନେ ଅନୁଭବ କରିଛନ୍ତି । ଏବଂ, ପରବର୍ତ୍ତି କାଳରେ ଧର୍ମ ସହିତ ପ୍ରଶାସନକୁ ଅଲଗା କରିବାକୁ ବାଧ୍ୟ ହୋଇଛନ୍ତି । ଫଳତଃ, ମିଶନାରୀ ମାନଙ୍କର ଜଗନ୍ନାଥଙ୍କ ପ୍ରତି ଆକ୍ରମଣାତ୍ମକ ମାନସିକତାରେ ପରିବର୍ତ୍ତନ ଦେଖା ଦେଇଛି ଏବଂ ସେମାନେ ଜଗନ୍ନାଥ ତତ୍ତ୍ୱ ଭିତରେ ନିହିତ ମାନବବାଦୀ ବିଚାର ସଂପର୍କିରେ ଚର୍ଚ୍ଚା କରିଛନ୍ତି । ଫଳତଃ ବିଶ୍ୱାସରେ ଥିବା ଅପପ୍ରଥା ଯଥା- ଜାତିଭେଦ, ରଥାଯାତ୍ରା କାଳରେ ଡାହୁକଗୀତ ଏବଂ ରଥଚକତଳେ ଆତ୍ମତ୍ୟାଗ ଭଳି ମାନସିକତା ଅବଶ୍ୟ ପରିହାର୍ଯ୍ୟ ବୋଲି ମନ୍ତବ୍ୟ ପ୍ରକାଶ କରିଛନ୍ତି । ଅର୍ଥାତ୍, ସେମାନେ ଦର୍ଶନ ଓ ଆଚରଣରେ ସମତା ରହିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ତେବେ ପୃଥିବୀର ବିଭିନ୍ନ ଦେଶରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର, ମନ୍ଦିରକୈନ୍ଦ୍ରିକ ପୂଜାର୍ଚ୍ଚନା ଓ ରଥଯାତ୍ରାରେ ଅଣହିନ୍ଦୁମନସ୍କ କୌତୂହଳଜନିତ ସଂପୃକ୍ତିକୁ ଦେଖିଲେ, ଜଗନ୍ନାଥ ଚେତନାଭିତରେ ଥିବା ବିଶ୍ୱପ୍ରାଣତାକୁ ସେମାନେ ଯେ ଅନୁଭବ କରୁଛନ୍ତି, ଏଭଳି ଅନୁମାନକୁ ଅବାନ୍ତର କୁହାଯାଇ ପାରିବ ନାହିଁ ।
ଅତଏବ, ଶ୍ରୀଜଗନ୍ନାଥ ଧର୍ମ ଓ ସଂସ୍କୃତି ଭାରତୀୟ ଧର୍ମ ସଂସ୍କୃତିର ଏକ ବିରାଟ ବିସ୍ମୟ । ଶ୍ରୀଜଗନ୍ନାଥ ଚେତନା ତେଣୁ ସମଗ୍ର ବିଶ୍ୱର ଚେତନାକୁ ଅଭିମନ୍ତ୍ରିତ କରିଛି । ଆଛନ୍ନ କରିଛି । ଶ୍ରୀଜଗନ୍ନାଥ ତତ୍ତ୍ୱ ବିଶ୍ୱ ମୈତ୍ରୀର ଏକ ଅପୂର୍ବ ନିଦର୍ଶନ । ସମସ୍ତ ମତବାଦ, ଧର୍ମଧାରା, ସିଦ୍ଧାନ୍ତ, ଦର୍ଶନ, ଚିନ୍ତା ଓ ଚେତନା ସମଗ୍ର ବିଶ୍ୱମାନସକୁ ସ୍ତମ୍ଭୀଭୂତ କରିଛି । ଆର୍ଯ୍ୟ-ଅନାର୍ଯ୍ୟ, ବେଦାନ୍ତୀ, ଶୈବ, ଶାକ୍ତ, ଜୈନ ଓ ବୁଦ୍ଧ-ସକଳ ଧର୍ମ ଓ ବିଚାରର ପ୍ରତୀକ ଭାବରେ ସକଳଙ୍କୁ ସମୁଦ୍ଭାଷିତ କରିଛନ୍ତି । ମାନବବାଦର ମନ୍ତ୍ରରେ ଉଦ୍ବୁଦ୍ଧ କରିଛନ୍ତି ସକଳ ବିଶ୍ୱ ଜନତାଙ୍କୁ । ତେଣୁ ଶ୍ରୀମନ୍ଦିରରେ ପ୍ରତ୍ୟେହ ଯାହା ଘଟେ, ତାର ଛିଟା ପଡେ ସମଗ୍ର ଓଡିଶାରେ, ତାର ଜ୍ୟୋତି ବିଛୁରିତ ହୁଏ ସମଗ୍ର ଭାରତବର୍ଷରେ ଏବଂ ତାର ମଧୁର ନିକ୍ୱଣ ସ୍ପନ୍ଦିତ କରେ ସମଗ୍ର ଧରା ଧାମକୁ । ତେଣୁ ତାଙ୍କର ବ୍ୟାପ୍ତି ଅସୀମ ।
Comments are closed.