Odisha news

୨୭ ତମ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ

0
ରଣପୁର, ୦୪/୦୪ : ଆଜି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି | ଏହାର ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମ୍ମାନିତ ଅତିଥି ଭାବେ ଉପ-ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଉପ-ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଏହି ସଭା କାର୍ଯ୍ୟ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା | ଶିକ୍ଷକ ପ୍ରଭାତ କୁମାର ପଣ୍ଡା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ | ଅତିଥିମାନେ କୁନି ବୈଜ୍ଞାନିକମାନଙ୍କୁ ବର୍ତ୍ତମାନ ସମୟରେ ବିଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବୁଝାଇ ଥିଲେ  |  ଏହାପରେ ମୁଖ୍ୟ ଅତିଥି ଫିତା କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ  | ଏହାପରେ ଅତିଥିମାନେ ବୁଲି କୁନି ବୈଜ୍ଞାନିକମାନେ ଆଣିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ | ଏହାପରେ ବିଚାରପତିମାନେ ପ୍ରକଳ୍ପଗୁଡିକୁ ବୁଲି ଦେଖିବା ସହ ପ୍ରକଳ୍ପର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ତାହାର ଉପକାରିତା ସମ୍ବନ୍ଧରେ ପଚାରି ବୁଝିବା ସହ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ |
 ଅପରାହ୍ନ ସମୟରେ ବିଜ୍ଞାନ ମେଳର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା | ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଞ୍ଜିନିଅର ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ସଭାପତି ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପ-ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ଓ ଶାନ୍ତିଲତା ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେ ପରିଚାଳିତ ହୋଇଥିଲା | ଶିକ୍ଷକ ଜ୍ୟୋତି ରଞ୍ଜନ କର ଅତିଥି ପରିଚୟ ପ୍ରଦାନ କରିଥିଲେ | ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ  |  ଶିକ୍ଷକ ଶକ୍ତି ପ୍ରସାଦ ଆଚାର୍ଯ୍ୟ ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  | ଏହାପରେ କୁନି ବୈଜ୍ଞାନିକମାନଙ୍କୁ ସାର୍ଟିଫିକେଟ ଓ କପ୍ ଦେଇ ପୁରସ୍କୃତ କରାଯଇଥିଲା  | ଏହି ବିଜ୍ଞାନ ମେଳାରେ ଉପ-କନିଷ୍ଠ ବିଭାଗରେ ୩୦ଟି , କନିଷ୍ଠ ବିଭାଗରେ ୫୧ ଟି  ଏବଂ ବରିଷ୍ଠ ବିଭାଗରେ ୩୨ ଟି ପ୍ରକଳ୍ପ ଭାଗ ନେଇଥିଲା   |
ଚଳିତ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପିଲାମାନଙ୍କ ପାଈଁ ଥଣ୍ଡା ପାଣିର ସୁବିଧା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସି.ସି, ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ସଙ୍ଘର କର୍ମ କର୍ତ୍ତା ଏବଂ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ   |
Leave A Reply