ରଣପୁର (ଆପ୍ର); ନୟାଗଡ ଜିଲ୍ଲା ରଣପୁର ଏକ ଦର୍ଶନୀୟ ସ୍ଥାନ । ପାହାଡ ଶିଖର ରେ ମଣିନାଗ ପୂଜ ପାଉଥିବାବେଳେ ପାହାଡ ପାଦ ଦେଶ ରେ ମଧ୍ୟ ମଣିନାଗ ପୂଜା ପାଆନ୍ତି । ପ୍ରତିଦିନ ବିଭିନ୍ନ ଅଚଂଳରୁ ଲୋକମାନଙ୍କର ସୁଅ ଛୁଟେ । ତଳମଣିନାଗ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାସହ ପାହାଡ ତଳେ ଥିବା ହନୁମାନ ମନ୍ଦିର ଦେଖି ବିମୋହିତ ହୋଇଥାନ୍ତି । ପାହାଡ ଶିଖରକୁ ରାସ୍ତା ହୋଇଯାଇଥିବାରୁ ବହୁ ପର୍ଯ୍ୟଟକ ପାହାଡ ଶିଖକର କୁ ଯାଇ ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି । ରଣପୁର କୁ ଆସୁଥିବା ପର୍ଯ୍ୟଟକ ପ୍ରଥମେ ଜଗନ୍ନାଥ ମନ୍ଦିର ଦର୍ଶନ କରିବାପରେ ଏହି ପୀଠ ଗୁଡିକ ବୁଲିଥାନ୍ତି ।
ଏହି ପୀଠ ଗୁଡିକ ବାଦ ବଜ୍ରକୋଟ ଠାରେ ଥିବା ଅସୁରକୁମାରୀ ପୀଠ କୁ ଲୋକମାନଙ୍କକର ସୁଅ ଛୁଟେ । ପ୍ରତିବର୍ଷ ଶୀତ ଋତୁ ରେ ଭୁବନେଶ୍ୱର , ପୁରୀ , କଟକ , ଖୋର୍ଦ୍ଧା ଓ ଗଞମ ଜିଲ୍ଲାରୁ ଅନେକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଏଠାରେ ବଣ ଭୋଜି ର ମଜା ନେଇଥାନ୍ତି । କିନ୍ତୁ ଏହି ପୀଠ ଏବେ ଅବହେଳିତ ଭାବେ ପଡିଥିବା ଦେଖିବାକୁ ମିଳିଛି । ରଣପୁର ଠାରୁ ନୟାଗଡ ଜବା ବାଟ ରେ ୮ କିମି ଗଲେ ବଜ୍ରକୋଟ ନିକଟରେ ପଡେ ଅସୁରକୁମାରି ପୀଠ । ଏଠାରେ ଅସୁରକୁମାରୀ ଏକ ଛୋଟମନ୍ଦିର ରେ ପୂଜା ପାଆନ୍ତି । ଏଠରେ ଜଙ୍ଗଲ ପାହାଡ ଘେରା ପ୍ରକୃତିକ ସବୁଜିମା ମଧ୍ୟରେ ବୋହି ଯାଇଥିବା ଝରଣାର କୁଳୁ କୁଳୁ ଶବ୍ଦ ଲୋକମାନଙ୍କୁ ବିମୋହିତ କରିଥାଏ । ଏହି ପୀଠ ରେ ଥିବା ଝରଣା ରେ ଗାଧୋଇଲେ ପାଳିଜ୍ୱର ଭଲହୁଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି ।
କିନ୍ତୁ ରାଜ୍ୟସରକାର ଏହି ପୀଠ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଏଠାରେ ଶୀତ ଋତୁରେ ପ୍ରତିଦିନ ଶହ ଶହ ଲୋକ ଭୋଜିର ମଜା ନେଉଥବାବେଳେ ପିଇବା ପାଣି ମୁଖ୍ୟ ସମସ୍ୟା ହୋଇଥାଏ । ଏଠାରେ ଥିବା ନଳକୂପ ରେ ବିଶୁଦ୍ଦ ପାଣି ବାହାରୁ ଥିବାରୁ ଲୋକମାନେ ଭୋଜି ରାନ୍ଦିବା ପାଇଁ ଅସୁବିଧାରେ ପଡିଥାନ୍ତି । ରାଜ୍ୟ ସରକାର ଏଠାରେ ଏକ କଲ୍ୟାଣି ମଣ୍ଡପ ନିର୍ମାଣ ପାଇଁ ଅର୍ଥ ମଞୁର କରିଥିଲେ ମଧ୍ୟ ଏହା ଅଧପାନ୍ଥରିଆ ଭାବେ ପଡିଛି । ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନେ ବର୍ଷା ହେଲେ ମୁଣ୍ଡ ଗୁଞିବାକୁ ଯାଗା ଟିକେ ନାହିଁ । ଯାହାଫଳରେ ଅନେକ ପର୍ଯ୍ୟଟକ ଅସୁବିଧାରେ ପଡନ୍ତି । ଆସୁଥିବା ମହିଳା ପର୍ଯ୍ୟଟକ ମାନଙ୍କ ପାଇଁ ଶୌଚାଳୟ , ସ୍ନାନାଗାର ନଥିବାରୁ ସେମାନେ ହଇରାଣ ହରକତ ହେବାକୁ ପଡିଥାଏ । ରାଜ୍ୟସରକାର ଏହି ପର୍ଯ୍ୟଟନ କ୍ଷେତ୍ରକୁ ପର୍ଯ୍ୟଟନ ର ମାନ୍ୟତା ଦେବାସହ ଯାତ୍ରୀ ମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସର୍ବସାଧାରଣରେ ଦାବି ହୋଉଛି ।