Odisha news

ଚାରି ମାସର ପିଡ଼ିଏସ ଚାଉଳ ହରିଲୁଟ, ଜିଲ୍ଲା ପାଳ ଙ୍କ ତଦନ୍ତ ପାଇଁ ଦାବିକଲେ ହିତାଧିକାରୀ

0
ରଣପୁର -18/8….ରାଜ୍ୟ ଓ କେନ୍ଦ୍ର ସରକାର ଦେଶରେ ଅନାହାର ମୃତ୍ୟୁକୁ ରୋକିବା ପାଇଁ ଦାରିଦ୍ର ସୀମାରେଖା ତଳେ ଥିବା ଗ୍ରାମାଞ୍ଚଳର ଲୋକମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ମାଗଣା ଚାଉଳ ବଣ୍ଟନ କରୁଥିବା ବେଳେ କିଛି ଅସାଧୁ ସରକାରୀ ଅଧିକାରୀ ଓ ଜନପ୍ରତିନିଧିଙ୍କ ଲାଭଖୋର ମନବୃତ୍ତି ପାଇଁ ସରକାରଙ୍କ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହୋଇ ଠକାମୀର ଶିକାର ହେଉଛନ୍ତି ହିତାଧିକାରୀ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ବୃନ୍ଦାବନ ପୁର ପଂଚାୟତରେ l ସୂଚନା ଥାଉକି ଗତଏପ୍ରିଲ ମାସ ଠାରୁ ବୃନ୍ଦାବନ ପୁର ପଂଚାୟତର 300ରୁ ଉର୍ଦ୍ଧ ହିତାଧିକାରୀ ପି ଡ଼ି ଏସ ଚାଉଳ ପାଇନଥିବା ଅଭିଯୋଗ କରିଥିବା ବେଳେ ଉକ୍ତ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଚାଉଳ ଦିଆଯିବ କହି ଏକ ମାସ ପୂର୍ବରୁ ହିତାଧିକାରୀଙ୍କ ଠାରୁ ଫିଙ୍ଗର ପ୍ରିଣ୍ଟ ନେଇଯାଇଥିବା ବେଳେ ଏପର୍ଯ୍ୟନ୍ତ କାହିଁକି ଚାଉଳ ମିଳିଲା ନାହଁ ସ୍ଥାନୀୟ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ନଦେବାରୁ ସରକାରୀ ଚାଉଳ ହରିଲୁଟ ହୋଇଥିବା ସନ୍ଦେହ କରି ଗଣମାଧ୍ୟ୍ୟମର ସହଯୋଗ ଲୋଡ଼ିଥିଲେ ହିତାଧିକାରୀ l ଏ ସମ୍ପର୍କରେ ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର ନାୟକ ଙ୍କୁ ପଚାରିବାରୁ ତଦନ୍ତ ହେଉଥିବା କହିଥିବା ବେଳେ ଦେଖିବାକୁ ବାକି ରହିଲା ଦୁର୍ନୀତି କରିଥିବା ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି ନi ଅନୁକମ୍ପା ଦେଖାଇ ଖସାଇ ଦେବାକୁ ଗଲାବାଟ ତିଆରି କରୁଛନ୍ତି l ତେବେ ଜ଼ିଲ୍ଲା ପ୍ରଶାସନ ଏ ସମ୍ପର୍କରେ ତଦନ୍ତ କରିବାକୁ ହିତାଧିକାରୀ ମାନେ ଦାବି କରିଛନ୍ତି l
Leave A Reply