• ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କଠିନ ପରିଶ୍ରମ କରୁଛନ୍ତି
• ଯୁବ ବଜେଟ୍ ପାଇଁ ୧ ଲକ୍ଷ କୋଟି ଟଙ୍କା ରଖିଛନ୍ତି, ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ, ୯୫ ପ୍ରତିଶତ କଲେଜ ଛାତ୍ରଛାତ୍ରୀ ନୂଆ-ଓ ଛାତ୍ରବୃତ୍ତି ପାଉଛନ୍ତି• ରଣପୁର ଜଗନ୍ନାଥ ମନ୍ଦିର ଉନ୍ନତି ପାଇଁ ୫ କୋଟି, ମଣୀନାଗ ମନ୍ଦିର ଉନ୍ନତି ପାଇଁ ୪ କୋଟି ଓ ତଳମଣୀନାଗ ମନ୍ଦିର ପାଇଁ ୩ କୋଟି ଟଙ୍କା ଯୋଗାଇ ଦେବା ସହ ଅନେକ ମଠ, ମନ୍ଦିର ମସ୍ଜିଦ୍ର ବିକାଶ କାମ କରାଯାଇଛି
• ରଣପୁର ନିର୍ବାଚନ ମଣ୍ଡଳୀରେ ଜଳସେଚନର ସୁବିଧା କରାଯାଇଛି
• ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ସମସ୍ତଙ୍କୁ ପରିବାର ସଦସ୍ୟ ବୋଲି ଭାବନ୍ତି
• ଜୁନ୍ ୯ ରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ, ଶପଥ ନେବ ପରେ ପ୍ରଥମ ଦସ୍ତଖତ କରିବେ ଓଡିଶାର ୯୦ ପ୍ରତିଶତ ପରିବାରଙ୍କ ପାଇଁ ବିଜୁଳି ବିଲ୍ ଛାଡ ହେବ
• ଦ୍ୱିତୀୟ ଦସ୍ତଖତ ହେବ BSKY ରେ ସମସ୍ତଙ୍କୁ ସାମିଲ କରିବା ପାଇଁ
• ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି କର୍ମୀ ଓ ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍ସନ ସୁବିଧା, ମିଶନ ଶକ୍ତି ସଦସ୍ୟାମାନେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏଥି ପାଇଁ ଅନୁରୋଧ କରିଥିଲେ
• ଏ ସବୁ ମୁଖ୍ୟମନ୍ତ୍ରୀ ଆପଣମାନଙ୍କୁ ଭଲରେ ରଖିବା ପାଇଁ କରୁଛନ୍ତି, ଆପଣମାନଙ୍କ ମୁହଁରେ ହସ ଫୁଟାଇବାକୁ ସେ ଚାହାନ୍ତି