Odisha news

ରଣପୁର ପୂର୍ତ୍ତବିଭାଗ ର ଅଜବ ନିତି , ସରକାର କା ମାଲ ଦରିଆ ମେ ଡାଲ ସଦୃଶ , ଭଲ ରାସ୍ତା ଉପରେ ନିର୍ମାଣ ହେଉଛି ନୂତନ ରାସ୍ତା : ଏନ. ଏସି ର ମୁଖ୍ୟ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସିଙ୍କ ବିରୋଧ

0
ରଣପୁର….. ନୟାଗଡ ଜିଲ୍ଲା ରଣପୁର ପୂର୍ତ୍ତ ବିଭାଗ ଅଧିନସ୍ଥ   ରାଜସୁନାଖଳା ଠାରୁ ରଣପୁର  ରାସ୍ତା କୁ ନୂତନ କରୀ ନିର୍ମାଣ ଚାଲିଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହି ନୂତନ ରାସ୍ତା ନିର୍ମାଣ କୁ ନେଇ  ଅସନ୍ତୋଷ ପ୍ରକାଶ କରୁଛନ୍ତି  ଏବଂ ରଣପୁର ଏନ. ଏସି ର ବଜାର ଭିତରେ ଥିବା ମୁଖ୍ୟ  ରାସ୍ତା ନିର୍ମାଣ କୁ ସ୍ଥାନୀୟ ଅଞ୍ଚଳବାସି ବିରୋଧକରୁଥିବା ଜଣାପଡିଛି….ସୂଚନା ଅନୁସାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ସୁନାଖଳା ଠାରୁ ରଣପୁର  ପ୍ରଯ୍ୟନ୍ତ ଥିବା 14 କିମି ମୁଖ୍ୟ ରାସ୍ତା କୁ ପ୍ରସସ୍ତି  କରଣ କରିବା ସହିତ ନୂତନ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଯୋଜନା ଅନୁଦାନ ତରଫରୁ 22 କୋଟି 36ଲକ୍ଷ ଟଙ୍କା ମଞ୍ଜୁରୁ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଏଥିରେ ଏଥିରେ 7. 1କିମି ପିଚୁ ରାସ୍ତା ଥିବା ବେଳେ 6. 8କିମି କଂକ୍ରିଟି ରାସ୍ତା ସହିତ 17 ଟି କଲଭଟ ନିର୍ମାଣ ହେବା ନେଇ ସୂଚନା ରହିଛି.. ତେବେ ପ୍ରଶସ୍ତି କରଣ ନାମରେ ନିର୍ମାଣ ହେଉଥିବା  ନୂତନ ରାସ୍ତା ରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି.ନୂତନ ରାସ୍ତା ନିର୍ମାଣ ରେ  ରାସ୍ତା ପ୍ରଶସ୍ତି କରଣ  ହେଉନଥିବା ବେଳେ ଭଲ ଥିବା କଂକ୍ରିଟି ରାସ୍ତା ଉପରେ ନୂତନ କଂକ୍ରିଟି ରାସ୍ତା ନିର୍ମାଣ କରାଯାଉଛି ତେବେ ପୁରୁଣା କଂକ୍ରିଟି ରାସ୍ତା କୁ ଖୋଳା ନଯାଇ ତାହାରି ଉପରେ ନୂତନ  ନିର୍ମାଣ କରାଯାଉଥିବାରୁ   ରାସ୍ତା ପାର୍ଶ୍ୱ ରେ ଥିବା ଘର ଗୁଡିକ ଖାଲୁଆ ହୋଇଯାଉଛି. ଏବଂ ରଣପୁର ବଜାର ର ମୁଖ୍ୟ ରାସ୍ତା ଟି ସମ୍ପୂର୍ଣ ଭଲ ଥିବାରୁ ଏହା ଉପରେ ପୁନ୍ନବାର କଂକ୍ରିଟି ରାସ୍ତା ନିର୍ମାଣ କୁ ବିରୋଧ କରାଯାଉଛି  ଯାହାକୁ ନେଇ ରଣପୁର ଏନ. ଏସି ର 2ନମ୍ବର ୱାର୍ଡ ହାଟସାହି ମାଛମାର୍କେଟ ଛକ ଠାରେ ସ୍ଥାନୀୟ ୱାର୍ଡ ବାସି  ଏବଂ ରଣପୁର ଏନ. ଏସି ଜନସାଧାରଣ ଙ୍କ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କୁ  ବିରୋଧ କରୁଥିବା ଜଣାପଡିଛି… ଯଦି ରଣପୁର ଏନ. ଏସି ଭିତର ଦେଇ ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଏ ତେବେ ରାସ୍ତା ପାର୍ଶ୍ଵ ରେ ଥିବା ସମସ୍ତ ଘର ଗୁଡିକ ଖାଲୁଆ ହୋଇଯିବା ସହିତ ଡ୍ରେନ ପାଣି ପଶିବା ନେଇ ଭୟ ରହିଛି.. ଏହି ଭଲ  ରାସ୍ତାରେ ନୂତନ ରାସ୍ତା  ନିର୍ମାଣ କୁ ରଣପୁର ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ବିରୋଧ କରିବା ସହିତ ସରକାର କା ମାଲ ଦରିଆ ମେ ଡାଲ ସଦୃଶ ହୋଇଥିବା ସହ ଏହା ବିକାଶ ନାମରେ ବିନାଶ କରାଯାଉଥିବା ଦେଖିବାକୁ ମିଳୁଛି
Govt
Leave A Reply