Odisha news

ସିରିୟା ଶରଣାର୍ଥୀ ମାନଙ୍କ ପାଇଁ ଲେବାନନରେ ରମଜାନ ମାସରେ ରୋଜା ଖୋଲିବା ପାଇଁ ଖାଦ୍ୟ ଟିକିଏ ମିଳୁନି : ପିଆଜ ଖାଇ ଉପବାସ ଭାଙ୍ଗୁ ଛନ୍ତି

0

ନୂଆଦିଲ୍ଲୀ : ରମଜାନର ପବିତ୍ର ମାସ ଆରମ୍ଭ ହୋଇ ଯାଇଛି ଓ ବିଶ୍ୱାସର ସମସ୍ତ ମୁସଲମାନ ଲୋକ ବର୍ତମାନ ସମୟରେ ରୋଜା ରଖୁଛନ୍ତି , ଏହା ପରେ ସନ୍ଧ୍ୟା ହେବାପରେ ଇଫତାର କରିଥାନ୍ତି l କିନ୍ତୁ ଏହି ପବିତ୍ର ମାସରେ ମଧ୍ୟ ଲେବାନନରେ ଶରଣ ନେଇଥିବା ସିରିୟା ଶରଣାର୍ଥୀ ମାନଙ୍କ ପାଇଁ ରୋଜା ରଖିବା କଠିନ ସାବ୍ୟସ୍ତ ହେଊଛୀ l ଲେବାନନରେ ଅଟେ ଅସୁବିଧା ରହିଛି ଯେ ଇଫତାର ଭୋଜନ ପାଇଁ ସାମାନ୍ୟ ମିଠା ଟିକେ ମଧ୍ୟ ମିଳୁନାହିଁ l ସିରିୟାର ଶରଣାର୍ଥୀ ମାନେ ବିସ୍ଥାପିତ ଭାବରେ ଲେବାନନର ଆର୍ଥିକ ସଙ୍କଟ ମଧ୍ୟରେ ଫସି ରହିଛନ୍ତି l ତାଙ୍କର ବ୍ରତ ଭାଙ୍ଗିବା ପରେ ସେମାନେ ଖାଦ୍ୟ ଖାଇବାକୁ ମଧ୍ୟ ପାଉ ନାହାନ୍ତି l

ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା କହିଛନ୍ତି ଯେ ଏହା ଗୋଟିଏ କଷ୍ଟ ଦାୟକ ରମଜାନ ମାସ ଅଟେ l ସାରା ଦିନର ଉପବାସ ପରେ ଶରୀରକୁ ପୋଷଣ ଯୁକ୍ତ ଖାଦ୍ୟ ବଶ୍ୟକ ,କିନ୍ତୁ ତାହା ମଧ୍ୟ ଆମ ଭାଗ୍ୟରେ ନାହିଁ l ଆଉ ଜଣେ ବ୍ୟକ୍ତି କହିଛନ୍ତି ଖାଇବା ପିଇବା ଜିନିଷର ଅଧିକ ମୂଲ୍ୟ ଯୋଗୁ ଆମେ ସାରାଦିନ ବ୍ରତ ରଖି ରାତିରେ ଖଣ୍ଡିଏ ପିଆଜ ଖାଇ ନିଜର ଉପବାସ ଭାଙ୍ଗୁଛୁ l ବର୍ତ୍ତମାନ ସମୟରେ ଲେବାନନରେ ଏକ ମିଲିୟନରୁ ଅଧିକ ସିରିୟା ଶରଣାର୍ଥୀ ରହିଛନ୍ତି l ଲେବାନନର ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ ଓ ତା ଉପରେ କରୋନାର ପ୍ରଭାବ l ବର୍ତ୍ତମାନ ସମୟରେ ଏପରି ପରିସ୍ଥିତିରେ ସିରିୟା ଶରଣାର୍ଥୀଙ୍କ ପାଇଁ ରୋଜା ରଖିବା କଷ୍ଟକର ହୋଇ ପଡିଛି l

Leave A Reply