Odisha news

ଛତ୍ରପୁର ନବ ନିର୍ବାଚିତ ବିଧାୟକଙ୍କୁ ଗଞ୍ଜାମ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ପକ୍ଷରୁ ସମ୍ଭର୍ଦ୍ଧନା ଉତ୍ସବ

0
ରମ୍ଭା :-27/06/2024 ଛତ୍ରପୁର ନବ ନିର୍ବାଚିତ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ କୃଷି ବିପଣନ ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କୁ ଗଞ୍ଜାମ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ପକ୍ଷରୁ ଉଭୟ ପ୍ରତିନିଧି ଙ୍କୁ ଉପଢୌକନ ସହ ଫୁଲତୋଡ଼ା ଦେଇ ପୁଷ୍ପ ଗୋଛରେ  ସମ୍ବର୍ଦ୍ଧିତ କରାଯାଇଥିଲା। ତତ ସହିତ ନବ ନିର୍ବାଚିତ ବିଧାୟକ ଛାତ୍ର ଛାତ୍ରୀ ମାନଙ୍କର ଗୁଣାତ୍ମକ ଶିକ୍ଷା, ଅଭାବ ଅସୁବିଧା, ଶିକ୍ଷାର ବିକାଶ ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବିକାଶରେ କିପରି ଉନ୍ନତି ଘଟିବ ଆଲୋଚନା କରିବା ସହ ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିବେ ବୋଲି ଜଣାଇଥିଲେ।କାର୍ଯ୍ୟକ୍ରମ ରେ ଦ୍ରୁବ ଚରଣ ପଲାଇ (ସମିତି ସଭ୍ୟ ହୂମ୍ମା ), ବିଜୟ କୁମାର ବିଶ୍ୱାଳ (ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ), ପ୍ରଶାନ୍ତ କୁମାର ନାୟକ, ରଘୁନାଥ ସାହୁ (ପୂର୍ବତନ ବ୍ଲକ ଚେୟାରମ୍ୟାନ ), ପ୍ରଶାନ୍ତ କୁମାର ବେହେରା (ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଂଘ ସଭାପତି ), ଗଜେନ୍ଦ୍ର ମାଝୀ (ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ), କୃଷ୍ଣଚନ୍ଦ୍ର ବେହେରା (ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟ କାର୍ଯକାରୀ ସଭାପତି ),ପ୍ରଶାନ୍ତ କୁମାର ଚୌଧୁରୀ(ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ପ୍ରାଥମିକ ସଂଘ ସଭାପତି ), ବିଜୟ କୁମାର ମହାନ୍ତି (ଗଣ ଶିକ୍ଷକ ସଂଘ ସଭାପତି ), ସ୍ଵାଗତିକା ଦଳେଇ (କନିଷ୍ଠ ଶିକ୍ଷକ ସଂଘ ସଭାପତି )ପ୍ରମୁଖ କାର୍ଯ୍ୟକ୍ରମ ରେ ପୌରହିତ କରିଥିଲେ।
Leave A Reply