ରମ୍ଭା : ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ସାବୁଳିଆ ଗ୍ରାମ ପଂଚାୟତ ଏକ ବୃହତମ ଓ ଅନ୍ୟତମ ହୋଇଥିଲେ ମଧ୍ୟ ଶନିବାର ସନ୍ଧ୍ୟାରେ ଯୁବ ଚେହେରା ମନୋରଞ୍ଜନ ବେହେରା (ମନୁ )ଅଧ୍ୟକ୍ଷତାରେ ଏକ ବିଶ୍ୱାଳ ବାଇକ ରା଼ଲି ରୋଡ଼ ସୋ ଅନୁଷ୍ଠିତ ହୋଇଯାଇଛି।ତତ ସହିତ ସହଯୋଗୀ ବିଜେପିର ରାଜଲକ୍ଷ୍ମୀ ବେହେରା ଓ ପୂର୍ବତନ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ପଲେଇ କାର୍ଯ୍ୟକ୍ରମ ର ନେତୃତ୍ୱ କୁ ସହଯୋଗ କରିଥିଲେ।ରାତି ପାହିଲେ ଆସ୍କା ଲୋକସଭା ସାଙ୍ଗକୁ ଖଲ୍ଲିକୋଟ ବିଧାନସଭା ଆସନ ମତଦାନ ଅନୁଷ୍ଠିତ ହେବ। ଅବତୀର୍ଣ୍ଣ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ମାନେ ପ୍ରଚାର ବିଭିନ୍ନ ଢଙ୍ଗରେ ଚାଲୁ ରଖିଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ମୁହଁ। ମୁହିଁ ହୋଇଥିବା ଓଡିଶା ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଜାରି ରହିବ ବୋଲି ଭୋଟର କୁହାକୁହି ହେଉଛନ୍ତି।ଭୋଟର ମାନଙ୍କ ମନ କିଣିବାକୁ ନେତା ମାନେ ଏପରିକି ଖଲ୍ଲିକୋଟ ବିଧାନସଭାର ଭା ଜା ପା ର ଅବତୀର୍ଣ୍ଣ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠି।ଦଳୀୟ ସମସ୍ତଙ୍କୁ ଧରି ଭୋଟ ଭିକ୍ଷା କରିବା ପରେ ଦଳୀୟ ନେତା ଓ କର୍ମୀ ବେଶ ଉତ୍ସ।ହିତ ହୋଇଥିବା ବେଳେ ଆସିକା ସାଂସଦ ପ୍ରାର୍ଥୀନୀ ଅନିତା ଶୁଭ ଦର୍ଶିନୀ ପଟ୍ଟନାୟକ ଙ୍କୁ ଦଳୀୟ ଚିହ୍ନର ମୋହର ମାରି ଦେବାକୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ପଣ୍ଡା, ଯାଜ୍ଞସେନ ଦାସ, ରମେଶ ପରିଡା, ନିରଞ୍ଜନ ମହାପାତ୍ର, ସଂକୁଳି ଦାସ ପ୍ରମୁଖ ଜିଲ୍ଲା ଓ ରାଜ୍ୟ ସ୍ତରର ନେତୃ ମଣ୍ଡଳୀ ସାମିଲ ହୋଇଥିବା ବେଳେ ସାବୁଳିଆ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ପଲେଇ, ରାଜଲକ୍ଷ୍ମୀ ବେହେରା, ତ୍ରିପତି ପ୍ରସାଦ ଶତପଥୀ (ପୁରୋହିତ ),ପଙ୍କଜ ମାଝୀ, ଦିଲ୍ଲୀପ ବେଜ, ତୋଫାନ ଦଳେଇ, ଶ୍ରୀକାନ୍ତ ଦଳେଇ, ନାରାୟଣ ଦଳେଇ, ଯୁଧିଷ୍ଠିର ପାତ୍ର, ବି.ବିଜୟ ପାତ୍ର, ସଞ୍ଜୟ ପାତ୍ର, ମହେଶ୍ୱର ପାତ୍ର, ରଶ୍ମିତା ବେହେରା, ସୂର୍ଯ୍ୟ ବେହେରା, ଭୀମସେନ ବେହେରା(ପୂର୍ବତନ ସରପଞ୍ଚ ), ମନୋଜ ବେହେରା, କୃଷ୍ଣ ମହାନ୍ତି, ରାମଚନ୍ଦ୍ର ବେହେରା, ନାରାୟଣ ଶତପଥୀ, ସମିତା ନାୟକ, କୈଳାଶ ବେହେରା, ନାଗେଶ୍ୱର ବେହେରା, ମନୋରଞ୍ଜନ ନାହାକ,ସଞ୍ଜୟ ପାତ୍ର, ରାମ ବେହେରା,ପ୍ରକାଶ ବେହେରା, ହଟକିଶୋର ବେହେରା, ଶ୍ରୀରାମ ବେହେରା ସମେତ ଅନେକ ସମର୍ଥକ ରାଲିରେ ସାମିଲ ହୋଇଥିଲେ।