Odisha news

ରାମାୟଣର ରୋଚକ କଥା : ଲକ୍ଷ୍ମଣ କାହିଁକି ସୋଇ ନଥିଲେ ୧୪ ବର୍ଷ

0

ରାମଚନ୍ଦ୍ରଙ୍କୁ ଯେତେବେଳେ ତାଙ୍କର ପିତା ଦଶରଥ ରାଜ୍ୟ ଅଭିଷେକ କରାଇ ରାଜ୍ୟଭାର ଦେବାକୁ ଚାହୁଁଥିଲେ ,ସେତେବେଳେ ତାଙ୍କର ଦୁତୀୟା ରାଣୀ କୈକେଇଙ୍କୁ ଦାସୀ ମନ୍ଥରା ଅତ୍ୟନ୍ତ ଉତେଜିତ କରାଇଥିଲା l ମନ୍ଥରା କହିଥିଲା ରାଜା ହେବ ପାଇଁ ଆପଣଙ୍କ ପୁଅ ଭରତ ହିଁ ଉପଯୁକ୍ତ ଅଟନ୍ତି l ଏହାପରେ କୈକେଇ ରାଜା ଦଶରଥଙ୍କୁ ବାକିଥିବା ଦୁଇଟି ବର ମାଗିଥିଲେ ,ପ୍ରଥମ ବର ଥିଲା ଭରତ ରାଜା ହେବେ ଓ ଦୁତୀୟା ବରଟି ଥିଲା ରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବେ l ରାଜା ଦଶରଥଙ୍କୁ କୈକେଇଙ୍କ କଥା ମାନିବାକୁ ପଡିଥିଲା l

ରାମଚନ୍ଦ୍ର ଯେତେବେଳେ ଅଯୋଧ୍ୟା ଛାଡି ବନବାସ ଯିବାକୁ ବାହାରିଲେ ସେତେବେଳେ ତାଙ୍କ ସହିତ ଲକ୍ଷ୍ମଣ ମଧ୍ୟ ଯିବା ପାଇଁ ଇଛା କଲେ l ଲକ୍ଷ୍ମଣଙ୍କ ଯିବାକଥା ଜାଣି ଲକ୍ଷ୍ମଣଙ୍କ ପତ୍ନୀ ଉର୍ମିଳା ସେ ମଧ୍ୟ ବଣକୁ ଯିବାପାଇଁ ଇଛା କଲେ l ସେତେବେଳେ ଲକ୍ଷ୍ମଣ ନିଜ ପତ୍ନୀ ଉର୍ମିଳାଙ୍କ କହିଥିଲେ ମୁଁ ନିଜ ବଡଭାଇ ଓ ମା ସମାନ ଭାଉଜଙ୍କର ସେବା କରିବା ପାଇଁ ବନବାସରେ ଯାଉଛି l ଯଦି ତୁମେ ମୋ ସହିତ ବନବାସରେ ଯିବ,ତେବେ ମୁଁ ମୋ ଭାଇଙ୍କର ଠିକରେ ସେବା କରି ପାରିବି ନାହିଁ l

ଲକ୍ଷ୍ମଣଙ୍କର ସେବା ଭାବକୁ ଦେଖି ଉର୍ମିଳା ତାଙ୍କ ସହିତ ବଣକୁ ଯିବାର ଜିଦି ଛାଡି ଦେଇଥିଲେ l ବଣରେ ପହଞ୍ଚିଲା ପରେ ଲକ୍ଷ୍ମଣ ଭଗବାନ ରାମ ଓ ମା ସୀତାଙ୍କ ପାଇଁ ଗୋଟିଏ କୁଡ଼ିଆ ତିଆରି କରିଥିଲେ l ଯେତେବେଳେ ରାମ ଓ ସୀତା କୁଡ଼ିଆରେ ବିଶ୍ରାମ କରୁଥିଲେ ସେତେବେଳେ ଲକ୍ଷ୍ମଣ ବାହାରେ ଜଗି ରହୁଥିଲେ l ବନବାସର ପ୍ରଥମ ଦିନ ଲକ୍ଷ୍ମଣ ଯେତେବେଳେ ଭାଇ ଭାଉଜଙ୍କୁ କୁଡ଼ିଆ ବାହାରେ ଜଗିଥିଲେ ,ସେତେବେଳେ ତାଙ୍କ ଆଗରେ ନିଦ୍ରାଦେବୀ ପ୍ରକଟ ହେଲେ l ସେତେବେଳେ ଲକ୍ଷ୍ମଣ ନିଦ୍ରାଦେବୀଙ୍କୁ ବର ମାଗିଥିଲେ ଯେ ମୁଁ ୧୪ ବର୍ଷ ପର୍ଯ୍ୟନ୍ତ ନିଦ୍ରାରୁ ମୁକ୍ତ ରହିବାକୁ ଚାହୁଁଛି ,ମତେ ଏହି ବରଦାନ ଦିଅନ୍ତୁ l ନିଦ୍ରାଦେବୀ କହିଲେ ମତେ ତେବେ ତମ ଭାଗରେ ଥିବା ନିଦକୁ ଆଉ କାହାକୁ ଦେବାକୁ ପଡିବ l ସେହି ସମୟ ଲକ୍ଷ୍ମଣ କହିଲେ ମୋ ଭାଗରେ ଥିବା ନିଦକୁ ମୋ ପତ୍ନୀ ଉର୍ମିଲାଙ୍କୁ ଦେଇ ଦିଅନ୍ତୁ l

ଏହାପରେ ନିଦ୍ରାଦେବୀ ତଥାସ୍ତୁ କହିଥିଲେ l ଏହି କାରଣରୁ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ସୋଇ ନଥିଲେ ଓ ଉର୍ମିଳା ଏହି ସମୟରେ ଲଗାତାର ୧୪ ବର୍ଷ ସୋଇ ରହିଥିଲେ l ୧୪ ବର୍ଷ ପରେ ଯେତେବେଳେ ଭଗବାନ ରାମଚନ୍ଦ୍ର ଓ ମାତା ସୀତାଙ୍କ ସହିତ ଲକ୍ଷ୍ମଣ ଅଯୋଧ୍ୟା ଫେରିଲେ ,ସେହି ସମୟରେ ରାମଚନ୍ଦ୍ରଙ୍କର ରଜ ତିଳକ ସମାରୋହ ହୋଇଥିଲା ଓ ଏହି ରାଜ ତିଳକରେ ଉର୍ମିଳା ମଧ୍ୟ ସୋଇଥିବା ଅବସ୍ଥାରେ ଉପସ୍ଥିତ ଥିଲେ l ଏହା ଦେଖି ଲକ୍ଷ୍ମଣ ହସିବାକୁ ଲାଗିଲେ l

ଲକ୍ଷ୍ମଣଙ୍କୁ ହସିବାର କାରଣ ପଚାରିବାରୁ ସେ ନିଦ୍ରାଦେବୀଙ୍କ ବରଦାନ ବିଷୟରେ କହିଥିଲେ ଓ ଏହା ମଧ୍ୟ କହିଲେ ଯେ ମୁଁ ଯେତେବେଳେ ହାଇ ମାରିବି ଉର୍ମିଳାଙ୍କ ନିଦ ଭାଙ୍ଗିଯିବ l ଏହା ଶୁଣି ସଭାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ହସିବାକୁ ଲାଗିଲେ ,ଠିକ ସେହି ସମୟରେ ଲକ୍ଷ୍ମଣଙ୍କୁ ମଧ୍ୟ ହାଇ ଆସିଲା ଓ ଉର୍ମିଳାଙ୍କ ନିଦ ମଧ୍ୟ ଭାଙ୍ଗି ଗଲା l ଏହି କାରଣରୁ ଲକ୍ଷ୍ମଣ ୧୪ ବର୍ଷ ଅନିଦ୍ରା ରହିଥିଲେ l

Leave A Reply