ଆମେ ସମସ୍ତେ ଜାଣିଛୁ ହନୁମାନ ବ୍ରହ୍ମଚାରୀ ଥିଲେ ,କିନ୍ତୁ ସେ ଗୋଟିଏ ପୁତ୍ରର ପିତା ଅଟନ୍ତି ଏହା ହୁଏତ କେହି ଜାଣି ନଥିବେ l ଏହି ପୁତ୍ର ତାଙ୍କ ବୀର୍ଯ୍ୟ ବଦଳରେ ଝାଳରୁ ଉତ୍ପତି ହୋଇଥିଲା l ଯେତେବେଳେ ହନୁମାନ ସୀତାଙ୍କୁ ଖୋଜି ଲଙ୍କାରେ ପହଂଚି ଥିଲେ ,ସେତେବେଳେ ତାଙ୍କୁ ମେଘନାଦ ବନ୍ଦୀ କରିଥିଲା l ବନ୍ଦୀ ହେବାପରେ ହନୁମାନଙ୍କୁ ରାବଣର ଦରବାରରେ ହାଜର କରାଗଲା l
ରାବଣ ଦଣ୍ଡ ସ୍ୱରୂପ ଆଦେଶ ଦେଲା ଯେ ତାଙ୍କ ଲାଞ୍ଜରେ ନିଆଁ ଲଗାଇବା ପାଇଁ l ଏହାପରେ ରାବଣର ସୈନ୍ୟମାନେ ହନୁମାନଙ୍କ ଲାଞ୍ଜରେ ନିଆଁ ଲଗାଇ ଦେଇଥିଲେ l ହନୁମାନ ସେହି ଜଳୁଥିବା ଲାଞ୍ଜରେ ଲଙ୍କାକୁ ପୋଡି ଦେଇଥିଲେ l ଏହା ପରେ ସେ ନିଜ ଲାଞ୍ଜର ନିଆଁକୁ ଲିଭାଇବା ପାଇଁ ସମୁଦ୍ର ଜଳରେ ଲେଞ୍ଜକୁ ବୁଡ଼ାଇଲେ l
ସେହି ସମୟରେ ତାଙ୍କ ଶରୀରରୁ ପ୍ରବଳ ଝାଳ ବୋହୁଥିଲା ଓ ସେହି ଝାଳର ଗୋଟିଏ ବୁନ୍ଦା ଯାଇ ଗୋଟିଏ ମାଛ ପାଟିରେ ପଡିଲା l ମାଛଟି ସେହି ଝାଳ ବୁନ୍ଦାକୁ ପିଇବା ଦ୍ୱାରା ଗର୍ଭାବର୍ତୀ ହୋଇଗଲା l ସେହି ମାଛ ଗର୍ଭରୁ ଗୋଟିଏ ପୁତ୍ର ଜନ୍ମ ନେଲା ଯାହାର ନାମ ମକରଧ୍ବଜ l ହନୁମାନଙ୍କ ପୁତ୍ର ମକରଧ୍ବଜ ମଧ୍ୟ ତାଙ୍କ ଭଳି ପରାକ୍ରମୀ ଓ ତେଜସ୍ୱି ଥିଲେ l ତାଙ୍କୁ ଅହିରାବଣ ପାତାଳ ପୁରୀର ଦ୍ୱାରପାଳ ଭାବରେ ନିଯୁକ୍ତି ଦେଇଥିଲା l ଯେତେବେଳେ ଅହିରାବଣ ରାମ ଓ ଲକ୍ଷ୍ମଣଙ୍କୁ ବନ୍ଦୀକରି ହରଣ କଲା ସେତେବେଳେ ତାଙ୍କୁ ନେଇ ପାତାଳ ପୁରୀରେ ରଖିଥିଲା l ସେଠାରେ ସେ ମାୟାଦେବୀଙ୍କୁ ବଳି ଚଢ଼ାଇବାକୁ ଚାହୁଁଥିଲା l
ସେତେବେଳେ ରାମ ଓ ଲକ୍ଷ୍ମଣଙ୍କ ବିଷୟରେ ବିଭୀଷଣଙ୍କ ପାଖରୁ ହନୁମାନ ତଥ୍ୟ ପାଇବା ପରେ ,ତାଙ୍କୁ ମୁକୁଳାଇବା ପାଇଁ ପାତାଳ ପୁରୀରେ ପହଁଚିଲେ l ତାଙ୍କର ସେଠାରେ ମାକଧ୍ୱଜ ସହିତ ସାକ୍ଷାତ ହେଲା l ମାକଧ୍ୱଜ ତାଙ୍କ ପିତା ହନୁମାନଙ୍କୁ ନିଜର ଉତ୍ପତି ବିଷୟରେ ଶୁଣାଇଥିଲେ l
ସମସ୍ତ କଥା ସୁନୀଲ ପରେ ହନୁମାନ ସ୍ଥିର କଲେ ଯେ ରାମ ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବେ l ସେ ତାଙ୍କ ପୁତ୍ରଙ୍କୁ କହିଲେ ପୁତ୍ର ତମେ ଯେପରି ଅହିରାବଣର ସେବକ ମୁଁ ସେପରି ମୋ ପ୍ରଭୁଙ୍କର ସେବକ ଅଟେ l ତେଣୁ ମୁଁ ତୁମକୁ ଯେମିତି ହେଲେ ଯୁଦ୍ଧରେ ପରାସ୍ତ କରି ମୋ ପ୍ରଭୁଙ୍କୁ ଉଦ୍ଧାର କରିବି l ମକରଧ୍ବଜ କହିଥିଲେ ପିତା ଶ୍ରୀ ମୁଁ ମଧ୍ୟ କର୍ତବ୍ୟର ବନ୍ଧା ତେଣୁ ଆପଣ ମତେ ଯୁଦ୍ଧରେ ପରାସ୍ତ କରି ପାରିଲେ ଭିତରକୁ ଯାଇ ପାରିବେ l ଏହା ପରେ ପିତା ଓ ପୁତ୍ରଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା l
ଯୁଦ୍ଧରେ ମାକଧ୍ବଜଙ୍କୁ ପରାସ୍ତ କରି ହନୁମାନ ରାମ ଲକ୍ଷ୍ମଣଙ୍କୁ ଉଦ୍ଧାର କରିବା ପାଇଁ ଆଗକୁ ବଢିଲେ l ଅହିରାବଣ ସହିତ ହନୁମାନଙ୍କର ଘୋର ଯୁଦ୍ଧ ହେଲା l ସେହି ଯୁଦ୍ଧରେ ଅହିରାବଣଙ୍କୁ ବଦ୍ଧ କରି ପ୍ରଭୁ ଶ୍ରୀ ରାମ ଓ ଲକ୍ଷ୍ମଣଙ୍କୁ ମୁକ୍ତ କରି ହନୁମାନ ଫେରିଲେ l ଫେରିଲା ବେଳକୁ ମକରଧ୍ବଜଙ୍କୁ ପାତାଳ ଲୋକର ଅଧିପତି ଭାବରେ ନିଯୁକ୍ତ କଲେ ଓ ଧର୍ମର ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେଲେ l