ଭାରତରେ ହିନ୍ଦୁ ଧର୍ମ ଗୋଟିଏ ଏଭଳି ଧର୍ମ ଯେଉଁଠି ଧାର୍ମିକ ପର୍ବ ପର୍ବାଣୀ ଅଧିକ ପାଳିତ ହୋଇଥାଏ l ଏହି ପର୍ବ ଗୁଡିକ ମଧ୍ୟରୁ ରାମ ନବମୀ ଗୋଟିଏ l ପୁରୁଷ ଶ୍ରେଷ୍ଠ ରାମ ଚନ୍ଦ୍ରଙ୍କ ଜନ୍ମଦିନକୁ ରାମ ନବମୀ ଭାବରେ ପାଳନ କରାଯାଇଥାଏ l ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମଙ୍କ ଜନ୍ମଦିନ ପାଳିତ ହୁଏ l ଏହି ଚୈତ୍ର ମାସରେ ନବରାତ୍ରି ମଧ୍ୟ ପାଳିତ ହୋଇଥାଏ ଓ ରାମ ନବମୀ ଦିନ ଚୈତ୍ର ନବରାତ୍ରୀର ସମାପନ ମଧ୍ୟ ହୋଇଥାଏ l ଶ୍ରୀରାମଙ୍କ ଜନ୍ମ ଉତ୍ସବ କାରଣରୁ ଏହି ତିଥିକୁ ରାମନବମୀ କୁହା ଯାଇଥାଏ l
ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର ହେଉଛି ରାମ ଅବତାର l ଅସୁର ମାନଙ୍କର ବିନାଶ କରି ପୃଥିବୀକୁ ଶାନ୍ତ କରିବା ପାଇଁ ତ୍ରେତେୟା ଯୁଗରେ ବିଷ୍ଣୁ ରାମ ଅବତାର ଗ୍ରହଣ କରିଥିଲେ l ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷ କୁହାଯାଏ ,କାହିଁକି ନ ସେ ଜଣେ ରାଜ କୁମାର ହୋଇ ନିଜ ଜୀବନ କାଳରେ ସମସ୍ତ କଷ୍ଟ ସହି ମର୍ଯ୍ୟାଦାତିତ ଜୀବନ ବିତେଇ ଉଦାହରଣ ସୃଷ୍ଟି କରିଥିଲେ l ସେ ବିପରୀତ ପରିସ୍ଥିତିରେ ମଧ୍ୟ ନିଜର ଆଦର୍ଶ ହରାଇ ନଥିଲେ l ଏମିତିରେ ସାରା ବିଶ୍ୱରେ ତ ରାମ ନବମୀ ପାଳନ ହୁଏ ,କିନ୍ତୁ ଶ୍ରୀରାମଙ୍କ ଜନ୍ମଭୁମିରେ ଏହାର ବିଶେଷ ମହତ୍ୱ ରହିଛି l ସେହି ସମୟରେ ଅଯୋଧ୍ୟାରେ ଭବ୍ୟ ମେଳାର ଆୟୋଜନ କରାଯାଇ ଥାଏ ,ଏହି ମେଳାକୁ ଅନେକ ସ୍ଥାନରୁ ଶ୍ରଦ୍ଧାଳୁ ଆସିଥାଆନ୍ତି l
ରାମ ନବମୀ ଇତିହାସରେ ହଜାର ହଜାର ବର୍ଷରୁ ପାଳିତ ହୋଇ ଆସୁଛି l ଏହି ଅବସରରେ ହିନ୍ଦୁ ପରିବାରରେ ବ୍ରତ ଓ ଉପବାସ ରଖା ଯାଇଥାଏ ଓ କଳସ ସ୍ଥାପନା କରାଯାଇଥାଏ l ଗତ ବର୍ଷ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବାରଣସୀରେ ମୁସଲମାନ ମହିଳା ମାନେ ରାମ ନବମୀ ପାଳନ କରିଥିଲେ l ଏଠାରେ ସାମ୍ପ୍ରଦାୟିକ ଏକତାକୁ ଦେଖିବାକୁ ମିଳିଥିଲା l ମୁସ୍ଲିମ ମହିଳା ମାନେ ଶ୍ରୀରାମ ଙ୍କ ବନ୍ଦନା କରି ଅତି ହର୍ଷ ଓ ଉଲ୍ଲାସର ସହିତ ପର୍ବ ପାଳନ କରିଥିଲେ l ଅନେକ ବର୍ଷରୁ ମୁସ୍ଲିମ ମହିଳା ମାନେ ଏଠାରେ ରାମ ନବମୀ ପାଳନ କରି ଆସୁଛନ୍ତି l ଭାରତ ଭଳି ଦେଶରେ କେବଳ ଭକ୍ତି ନୁହେଁ ,ସ୍ନେହ ,ପ୍ରେମ ଓ ବନ୍ଧୁତ୍ୱ ମଧ୍ୟ ଦେଖିବାକୁ ମିଳିଥାଏ l ଭାରତର ପଡୋଶୀ ଦେଶ ନେପାଳରେ ମଧ୍ୟ ରାମ ନବମୀ ଉତ୍ସବ ହର୍ଷ ଉଲ୍ଲାସ ମଧ୍ୟରେ ପାଳିତ ହୁଏ l