Odisha news

ରାମ ମନ୍ଦିର ପାଇଁ ୧୫୧ ନଦୀ ଜଳ ଉପହାର

0

ଅଯୋଧ୍ୟା :  ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଅଯୋଧ୍ୟାରେ ଭୂମି ପୂଜା କରାଯିବ । ଏଥିପାଇଁ ଉତ୍ତର ପ୍ରଦେଶ ଜାନୁପୁର ଜିଲ୍ଲାର ଦୁଇ ଭାଇ (ବୟସ ପ୍ରାୟ ୭୦)ଦ୍ଧରାଧେଶ୍ୟାମ୍‌ ପାଣ୍ଡେ ଓ ପଣ୍ଡିତ ତ୍ରିଫଳା ଭାରତର ୧୫୧ ନଦୀ ଓ ୩ଟି ସମୂଦ୍ରରୁ ଜଳ ସଂଗ୍ରହ କରିଛନ୍ତି । ଏଥିସହ ୧୯୬୮ରୁ ଶ୍ରୀଲଙ୍କାର ୧୬ଟି ସ୍ଥାନରୁ ମାଟି ସଂଗ୍ରହ କରିଛନ୍ତି । ରାଧେଶ୍ୟାମ୍‌ କହିଛନ୍ତି, ‘ଆମର ସ୍ୱପ୍ନ ଥିଲା ଯେ ଯେତେବେଳେ ରାମ ମନ୍ଦିର ନିର୍ମାଣ ହେବ, ଆମେ ଭାରତର ପାଣି ଓ ଶ୍ରୀଲଙ୍କାରୁ ମାଟି ଉପହାର ଦେବୁ ।’ ଦୁଇ ଭାଇ ୧୯୬୮ରୁ ୨୦୧୯ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାତ୍ରା କରି ଏସବୁ ଉପାଦାନ ସଂଗ୍ରହ କରିଛନ୍ତି । ଭୂମି ପୂଜା ଉତ୍ସବରେ ସାଧୁ, ସନ୍ଥଙ୍କ ସମେତ ସରକାର, ଆର୍‌ଏସ୍‌ଏସ୍‌ ଓ ହିନ୍ଦୁ ସଂଗଠନର ବଡ଼ବଡ଼ ନେତା ଉପସ୍ଥିତ ରହିବେ । ଏହାପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

Leave A Reply