ଆଜି ହେଉଛି ଶ୍ରାବଣ ମାସର ଶେଷ ଦିନ ରାକ୍ଷୀ ପୂୂର୍ଣ୍ଣିମା , ଭାଇ ର ଦୀର୍ଘାୟୁ କାମନା କରି ମହାଦେବ ଙ୍କ ନିକଟରେ କରନ୍ତୁ ଏହି ଉପାୟ
ସନାତନ ପରମ୍ପରା ଅନୁସାରେ ଶ୍ରାବଣ ପୂର୍ଣ୍ଣିମା ର ରହିଛି ଅନେକ ମହତ୍ୱ , କହିଁକି ନା ଏହିଦିନ ମହାଦେବ ଙ୍କ ପ୍ରିୟ ମାସ ଶ୍ରାବଣ ମାସ ଅଟେ , ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଜପ ତପ ସହିତ ଦାନ ପୁଣ୍ୟ ର ରହିଛି ଅନେକ ମହତ୍ୱ l
ମହାଦେବ ଙ୍କୁ ସନ୍ତୁଷ୍ଟ କରିବାର ଉପାୟ :-
ଶ୍ରାବଣ ପୂୁର୍ଣିମା ମହାଦେବ ଙ୍କ କୃପା ବରଷୁଥିବା ଶେଷ ଦିନ , ତେଣୁ ଆଜର ଦିନରେ ପଞ୍ଚାମୃତ ରେ ମହାଦେବ ଙ୍କୁ ଅଭିଷେକ କରିବା ଦ୍ୱାରା ଭାଇ ଜୀବନ ରୁ ସମସ୍ତ କଷ୍ଟ ଦୂର ହୋଇଥାଏ l
ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ସମର୍ପିତ ଆଜିର ଦିନ ଟି -:
ରାକ୍ଷୀ ପୂର୍ଣ୍ଣିମା ଭଗବାନ ଶିବ ଙ୍କ ସହିତ ବିଷ୍ଣୁ ଙ୍କୁ ମଧ୍ୟ ସମର୍ପିତ l ଭାଇ ଭଉଣୀ ଙ୍କ ସୁଖ ସମୃଦ୍ଧି ଏବଂ ସମ୍ପର୍କ ରେ ମଧୁରତା ପାଇଁ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ l
ଓସ୍ତ ବୃକ୍ଷ ପୂଜନ କରିବା ଜରୁରୀ -:
ଶ୍ରାବଣ ପୂୁର୍ଣିମା ଦିନ ଓସ୍ତ ବୃକ୍ଷକୁ ପୂଜନ କରିବା ଜରୁରୀ , କାହିଁକିନା ଏହି ବୃକ୍ଷ କୁ ଜଳ ଅର୍ପଣ କରି ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ , ମହାଦେବ ଓ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ l
ଚନ୍ଦ୍ର ଙ୍କୁ ପୂଜା କରନ୍ତୁ :-
ଆଜିର ଦିନ ରେ ରାତି ସମୟ ରେ ଚନ୍ଦ୍ର ଙ୍କୁ ଦୁଗ୍ଧ ର ଅର୍ଘ୍ୟ ଦେଇ , ମିଠା ଜିନିଷ ଅର୍ପଣ କରି ପୂଜା କରିବା ଦ୍ୱାରା ଭାଇ ଦୀର୍ଘାୟୁ ହୋଇଥାଏ , ଏବଂ ଭାଇ ଜୀବନ ର ସମସ୍ତ ଦୁଃଖ ର ବିନାଶ ହୋଇଥାଏ l