ରକ୍ଷାବନ୍ଧନ ର ପର୍ବ ଭାଇ-ଭଉଣୀ ଙ୍କ ସ୍ନେହ ର ବନ୍ଧନ କୁ ଦର୍ଶାଇ ଥାଏ, ଭଉଣୀ ନିଜ ଭାଇ ହାତରେ ଏହିଦିନ ରାକ୍ଷୀ ବାନ୍ଧିଥାଏ, ଏବଂ ଭାଇର ଉନ୍ନତିର କାମନା କରିଥାଏ, ଏବଂ ରାକ୍ଷୀ ପୂର୍ଣିମା ରେ ଅନେକ ଲୋକ ଭଗବାନ ଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଥାଆନ୍ତି, ଏବଂ ନିଜ ଭାଇ ଜୀବନରେ ସୁଖ ସମୃଦ୍ଧିର କାମନା କରନ୍ତି l
ରକ୍ଷାବନ୍ଧନ ଦିନ ସକାଳୁ କରି ନିଅନ୍ତୁ ଏହି ୪ଟି ଉପାୟ –
* ଆର୍ଥିକ ଅସୁବିଧା ଦୂର କରିବା ପାଇଁ =
ରାକ୍ଷୀ ପୂର୍ଣିମା ଦିନ ଭାଇ କୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଗବାନ ଙ୍କ ନିକଟରେ ରାକ୍ଷୀ ଗୁଡିକ ପୂଜା କରନ୍ତୁ, ଏବଂ ବିଶେଷ ଭାବରେ ଗଣପତି ବିଘ୍ନ ବିନାଶକ ଙ୍କୁ ରାକ୍ଷୀ ବାନ୍ଧି ନିଜ ଭାଇର ଶୁଭ କାମନା କରନ୍ତୁ, ଏହା ସହିତ ଗଣେଶ ଙ୍କ ନିକଟରେ ଗୋଟିଏ ନାଲି କପଡା ରେ କଉଡ଼ି ଅର୍ପଣ କରନ୍ତୁ ଏବଂ ପୂଜା ସାରିବା ପରେ ନିଜ ଆଲମିରା ରେ ତାହାକୁ ରଖନ୍ତୁ l
* ଭାଇ ଜୀବନ ରେ ଉନ୍ନତି ପାଇଁ =
ରାକ୍ଷୀ ପୁର୍ଣିମା ଦିନ ରାକ୍ଷୀ ବାନ୍ଧିବା ପୂର୍ବରୁ ମହାଦେବ ଙ୍କ ଜଳାଭିଷେକ କରନ୍ତୁ, ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ, ଏବଂ ମହାଦେବ ଙ୍କୁ ରାକ୍ଷୀ ଟିଏ ଅର୍ପଣ କରନ୍ତି, ଏହି ଉପାୟ କରିବା ଦ୍ୱାରା ଭାଇ ଜୀବନ ରେ ସଫଳତା ଲାଭ ହେବା ସହିତ ଭାଇ ଭଉଣୀ ସମ୍ପର୍କ ରେ ମଧୁରତା ଆସିଥାଏ ଏବଂ ସମ୍ପର୍କ ଅଧିକ ନିବିଡ଼ ହୋଇଥାଏ l
* ସୁଖ ସମୃଦ୍ଧି ପାଇଁ ଉପାୟ =
ରାକ୍ଷୀ ପୁର୍ଣିମା ଦିନ ସକାଳୁ ଗାଧୋଇ ମା ଲକ୍ଷ୍ମୀ ଙ୍କ ଓ ଗଣପତି ବିଧି ଅନୁସାରେ ପୂଜା କରନ୍ତୁ, ଏବଂ ୧୦୮ ଥର ଓଁ ଶ୍ରୀଙ୍ଗ ହୃଙ୍ଗ ଶ୍ରୀଙ୍ଗ ମହାଲକ୍ଷ୍ମୟେ ନମଃ ମନ୍ତ୍ର ଜପ କରନ୍ତୁ, ଏବଂ ୧୦୮ ଥର ଓଂ ଗଣ ଗଣପତୟେ ନମଃ ମନ୍ତ୍ର ପାଠ କରନ୍ତୁ, ଯାହାଦ୍ୱାରା ସମସ୍ତ ସମସ୍ୟା ରୁ ମୁକ୍ତି ମିଳିବ l ଏବଂ ଉଭୟ ଭାଇ ଭଉଣୀ ଙ୍କ ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହେବ l
* ପରିବାର ର ରକ୍ଷା ଓ ସୁଖ ପାଇଁ =
ରକ୍ଷାବନ୍ଧନ ରେ ଭାଇ-ଭଉଣୀ ସହିତ ପରିବାର ର ସୁଖ ସମୃଦ୍ଧି ପାଇଁ ଗୋଟିଏ ନାଲି କପଡା ରେ ଗୋଟିଏ ମୁଦ୍ରା, ସୋରିଷ, କେଶର, ଚନ୍ଦନ, ଚାଉଳ ଓ ଦୁବ ରଖି ଦିଅନ୍ତୁ, ଏବଂ ଏହାକୁ ଗୋଟିଏ ରଙ୍ଗୀନ ସୁତା ରେ ବାନ୍ଧି ନିଅନ୍ତୁ, ଏବଂ ଲକ୍ଷ୍ମୀ ଙ୍କ ନିକଟରେ ପୂଜା ପରେ ରଖି ଦିଅନ୍ତୁ l