ରାଜନଗର୧୭/୦୮ : ଭାରତୀୟ ମାନବାଧିକାର ସଚେତନତା ସଂଘ,ପୁରୋହିତ ବ୍ରାହ୍ମଣ,ମନ୍ଦିର ସେବକ ସଂଘ,ରାଜନଗର ଶାଖା ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ମନ୍ଦରଧର ମହାଳିକ, ତହସିଲଦାର ଭୋଳାନାଥ ସେଠୀ,ଥାନା ଅଧିକାରୀ ତପନ କୁମାର ନାୟକ, ସମିତି ଅଧକ୍ଷ ଜୟରାମ ସେଠୀ, ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ଦାସ,ଦୋଳଗୋବିନ୍ଦ ଯେନା,ବସନ୍ତ କୁମାର ହାତୀ,ବ୍ରଜକିଶୋର ମିଶ୍ର ପ୍ରଭୃତିଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ । ଅତିଥି ଭାବେ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ବାସୁଦେବ ମିଶ୍ର ଯୋଗଦେଇ ଥିଲେ । ପଣ୍ଡିତ ଶଙ୍କରଶଣ ମିଶ୍ରଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା ।
ଭାରତୀୟ ମାନବାଧିକାର ସଚେତନତା ସଂଘ ପୁରୋହିତ ବ୍ରାହ୍ମଣ, ମନ୍ଦିର ସେବକ ସଂଘ,ରାଜନଗର ଶାଖାର ସଭାପତି ପ୍ରକାଶ କୁମାର ଶତପଥି,ଉପସଭାପତି ବ୍ରହ୍ମାନନ୍ଦ ଦାଶ,ସଂପାଦକ ପ୍ରମୋଦ କୁମାର ମିଶ୍ର, ଦିବାକର ପଣ୍ଡା ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସୂଚନାଥାଉକି କେତେକ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ରହିନପାରିବାରୁ ସେମାନଙ୍କୁ ପରବର୍ତ୍ତୀ ସମୟରେ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରାଯାଇଥିବା ସୂଚନା ମିଳିଛି ।