Odisha news

ଡାଳିକାଏନ୍ଦାରେ ରଥଯାତ୍ରା 

0
ରାଜକନିକା ତା ୮/୦୭ : ରାଜକନିକା ବ୍ଲକ ଡାଳିକାଏନ୍ଦା ଗ୍ରାମରେ  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କର ମହା ଆଡମ୍ବରରେ ରଥ ଟଣା ଅନୁଷ୍ଠିତ ହୋଇଯାଇଛି | ମହାପ୍ରଭୁ ମନ୍ଦିର ରୁ ବାହାରିବା ପରେ ସମାଜସେବୀ, କନିକା ଭାସ୍କର ତଥା ଓଡିଶା ନବରତ୍ନ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ଡ଼. ହୟଗ୍ରୀବ ଗୁରୁ ପ୍ରଥମେ ଛେରା ପହଁରା କରିବା ପରେ ଜଗନ୍ନାଥ ପହଣ୍ଡି ବିଜେ କରିଥିଲେ | ପରେ ହଜାର ହଜାର ଶ୍ରଦ୍ଧାଳୁ ହରିବୋଲ ହୁଳହୁଳି,ଘଣ୍ଟଘଣ୍ଟା ବଜାଇ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ମାଉସୀ ମା  ମନ୍ଦିରକୁ ନେଇଥିଲେ | ସେହିପରି କନିକା ପ୍ରସିଦ୍ଧ ଓଳାଭର ଦେଉଳସାହି ଠାରେ ୩ ଠାକୁର ମନ୍ଦିର  ପହଣ୍ଡି ସାରି ରଥାରୁଢ଼ ହୋଇ ହଜାର ହଜାର ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ | କନିକା ତହସିଲଦାର ଅଶୋକ କୁମାର ଦେହୁରୀ ଉପସ୍ଥିତ ରହି କାର୍ଯ୍ୟ ବ୍ଲ ତଦାରଖ କରିଥିଲେ | ଏହାଛଡ଼ା ବ୍ଲକ ର ବାଘବୁଦା, ଜାଗୁଳାଇପଡ଼ା, ପେଗରପଡ଼ା ଆଦି ବିଭିନ୍ନ ସ୍ଥାନରେ ରଥଟଣା କାର୍ଯ୍ୟ ସମ୍ପାଦିତ ହୋଇଥିଲା |
Leave A Reply