Odisha news

ଜିଲ୍ଲା ଟପ୍ପର ଓମ୍ ବେହେରା ସମ୍ବର୍ଦ୍ଧିତ 

0
ରାଜକନିକା ତା ୧୯/୦୫ : ସଦ୍ୟ ପ୍ରକାଶିତ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷା ରେ କେନ୍ଦ୍ରାପଡ଼ା ନବୋଦୟ ବିଦ୍ୟାଳୟ ରେ ସର୍ବୋଚ୍ଚ ନମ୍ବର ରଖି ରାଜକନିକା ବ୍ଲକ କାଟଣା ଗ୍ରାମ ର ମନୋରଞ୍ଜନ ବେହେରା ଓ ବିଳାସିନୀ ବେହେରା ଙ୍କ ବଡ ପୁଅ ଓମ୍ ବେହେରା  ଜିଲ୍ଲା  ଟପ୍ପର ହୋଇଛନ୍ତି | ସେ ମୋଟ ୯୬.୬ ପ୍ରତିଶତ ନମ୍ବର ରଖି ରାଜକନିକା ବ୍ଲକ ସମେତ କାଟଣା ଅଞ୍ଚଳ ର ଗୌରବ ବଢ଼ାଇଛନ୍ତି | ତେଣୁ ତାଙ୍କୁ କାଟଣା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିବାର ପକ୍ଷ ରୁ ପରିଚାଳନା ସମିତି ର ସମ୍ପାଦକ ଧନୁର୍ଜୟ ଦାସ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ପଣ୍ଡା, ଯୁଗ୍ମ ସମ୍ପାଦକ ଗଜାନନ ମାହୁନ୍ତ ଓ  ପ୍ରଧାନ ଆଚାର୍ଯ୍ୟା ବବିତା କୁଣ୍ଡ ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଓମ୍ ବେହେରା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଏହା ଛଡା ଉକ୍ତ ଦିନ କାଟଣା ଉପଯୋଜନା କେନ୍ଦ୍ର ର ସତସଙ୍ଗ ପରିବାର ପକ୍ଷ ରୁ ମଧ୍ୟ ଓମ୍ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା |
Leave A Reply