Odisha news

ବର୍ତ୍ତମାନ୍ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ପରିବର୍ତ୍ତନ ହୋଇ ରଖାଗଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : ଦେଶରେ ଦୀର୍ଘ ଦିନରୁ ବିଭିନ୍ନ ଖେଳ ପାଇଁ ଦିଆ ଯାଉଥିବା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ପରିବର୍ତ୍ତନ ହୋଇ, ରଖାଗଲା ଭାରତର ପ୍ରସିଦ୍ଧ ହକି ଖେଳାଳି ଧ୍ୟାନଚାନ୍ଦ ଙ୍କ ନାମରେ । ଏହି ପୁରସ୍କାର ବର୍ତ୍ତମାନ୍ ହେବ ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର । ଆଜି ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ ବର୍ତ୍ତମାନ୍ ଏହାର ଆବଶ୍ୟକତା ରହିଛି । ଲୋକ ମାନଙ୍କର ଭାବନାକୁ ଦେଖି ଏହି ପଦକ୍ଷେପ ନିଆ ଯାଉଛି ।

ଆଉ ଗୋଟିଏ ଟୁଇଟ୍ ରେ କହିଛନ୍ତି ଯେ ଚଳିତ ବର୍ଷ ଅଲମ୍ପିକ୍ସ ରେ ଭାରତର ପୁତ୍ର ଓ କନ୍ୟା ମାନେ ଯେଉଁ ସୁନ୍ଦର୍ ପ୍ରଦର୍ଶନ କରିଛନ୍ତି ସେଥିରେ ଆମେ ସମସ୍ତେ ଅବଗତ । ଏହା ଆମର ମେଜର ଧ୍ୟାନଚାନ୍ଦଙ୍କ ପାଇଁ ଗୋଟିଏ ସମ୍ମାନ ଅଟେ । ଏହା ବର୍ତ୍ତମାନର ଓ ଆସନ୍ତା ପିଢ଼ି ପାଇଁ ଗୋଟିଏ ବଡ଼ ପ୍ରେରଣା ଅଟେ ।

ଏହି ପୁରସ୍କାର କୁ ୧୯୯୧ – ୧୯୯୨ ମଧ୍ୟରେ ଆରମ୍ଭ ହୋଇଥିଲା । ସେତେବେଳେ ଏହା ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନାମରେ ରଖା ଯାଉଥିଲା । ଏହି ପୁରସ୍କାର ର ମୁଖ୍ୟ ଉଦ୍ଦେଶ୍ୟ ହେଲା କ୍ରୀଡା କ୍ଷେତ୍ରରେ ଜାଗୃତ କରିବା ଓ ଖେଳାଳି ମାନଙ୍କୁ ସମ୍ମାନିତ କରି ତାଙ୍କ ପ୍ରତିଷ୍ଠା ବଢ଼ାଇବା ।

Comments are closed.