କେନ୍ଦୁଝର ସ୍ବପ୍ର -ଆନନ୍ଦପୁର ରଜ ମହୋତ୍ସବ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦୁଝର ଲୋକସଭା ସାଂସଦ ଅନନ୍ତ ନାୟକ, କରଂଜିଆ ବିଧାୟକ ପଦ୍ମ ଚରଣ ହାଇବୃରୁ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ମହୋତ୍ସବ କମିଟିର ସଭାପତି ମହେଶ୍ୱର ସାହୁ, ସଂପାଦକ ଦେବରଂଜନ ସାହୁ, ପ୍ରମୁଖ ପ୍ରଥମେ ଆନନ୍ଦପୁର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଆନନ୍ଦପୁର ବଡଦାଣ୍ଡସ୍ଥିତ ମହୋତ୍ସବ ସ୍ତରକୁ ଆସିଥିଲେ। ହଜାର ହଜାର ଜନସାଧାରଣ ସ୍ୱାଗତ୍ ଓ ସମ୍ବର୍ଦ୍ଧନା ଦେଇଥିଲେ।
ପ୍ରଥମେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ଓ କେନ୍ଦୁଝର ଜିଲ୍ଲା ର ଆରାଧ୍ୟ ଦେବୀ ମା ତାରିଣୀ ଙ୍କ ପଂଟୋ ରେ ପୁଷ୍ପମାଲ୍ଯ ଦେଇ ପୂଜାର୍ଚ୍ଚନା କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି ସଭାକାଯ୍ୟ ଆରମ୍ଭ ହୋଇଥିଲା। ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମର୍ଦ୍ଧିତ କରାଯାଇଥିଲା। ରଜ ମହୋତ୍ସବ କମିଟିର ସଭାପତି ମହେଶ୍ୱର ସାହୁ ସ୍ୱାଗତ୍ ଭାଷଣ ଦେଇଥିଲେ।
ପରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, କରଂଜିଆ ବିଧାୟକ ପଦ୍ମ ଚରଣ ହାଇବୃରୁ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଅଧ୍ୟାପକ କୀର୍ତ୍ତନ ବିହାରୀ ପାତ୍ର, ସିନେମା ଜଗତର ତାରକା ଅଶ୍ରୁମୋଚନ ମହାନ୍ତି, ବିଜେପି ର ବରିଷ୍ଠ ନେତା ଆଲୋକ କୁମାର ସେଠୀ, ଶମ୍ଭୁନାଥ ରାଉତ, ପୁରନେଦୁଲାଲ ଦତ୍ତ, ନବରଞ୍ଜନ ପଟ୍ଟନାୟକ, ପ୍ରଫେସର ଡକ୍ଟର ରମାକାନ୍ତ ନାୟକ, ସଂଯୋଜକ ମଦନ ପାଣି ପ୍ରମୁଖ ଆନନ୍ଦପୁର ଭାଇଚାରା ଉପରେ ସେମାନଙ୍କର ଭାଷଣରେ କହିଥିଲେ।
ଶେଷରେ ମୋଲଡି ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ।