ପଟ୍ଟାମୁଣ୍ଡାଇ ତା୧୭.୯- ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ପକ୍ଷରୁ ଆଡଭାନ୍ସ କେମିକାଲ ସାଇନ୍ସ ଆଣ୍ଡ ଦେୟାର ଆପ୍ଲିକେସନ ଶୀର୍ଷକ ଜାତୀୟ ସ୍ତରୀୟ ୱେବନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍କୁଲ ଅଫ ଫିଜିକାଲ ସାଇନ୍ସର ମୁଖ୍ୟ ପ୍ରଫେସର ଏ. ଶକ୍ତିଭେଲ ଓ ଆସାମର ଗୌହାଟି ବିଶ୍ୱବିଦ୍ୟାଳୟର ରସାୟନ ବିଭାଗ ପ୍ରଫେସର ପ୍ରଦୀପ ଫୁକାନ ଯୋଗ ଦେଇ ଆଡଭାନ୍ସ କେମିକାଲ ସାଇନ୍ସ ଆଣ୍ଡ ଦେୟାର ଆପ୍ଲିକେସନ ଉପରେ ମତାମତ ଦେବା ସହିତ ଏହା ଆଧୁନିକ ସମାଜ ପାଇଁ କେତେ ଉପଯୋଗୀ ସେ ସଂପର୍କରେ ବିଶ୍ଳେଷଣ କରିଥିଲେ ।
ୱବିନାର ଅଧ୍ୟକ୍ଷ ତଥା ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରି ପଟ୍ଟାମୁଣ୍ଡାଇକଲେଜର ବିକାଶ ଓ ସାଂପ୍ରତିକ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ ।
ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଭାଗ ମୁଖ୍ୟ ଡ. ଦୁଃଶାସନ ପରିଡା ଅତିଥିପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ରଞନ କୁମାର ଗାହାଣ ପ୍ରଶ୍ନ ଉତର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରଧ୍ୟାପକ ଡ. ନୀଳମଣି ଲେଙ୍କା, ଡ. ପ୍ରମୋଦ କୁମାର ସାମଲ, ଦିଲ୍ଲୀପ ଭୂୟାଁ, ପ୍ରମୋଦ ସ୍ୱାଇଁ, ଅଞଳୀ ଦାଶ, ନିରୁପମା ସ୍ୱାଇଁ, ମନୋଜ ପରିଡା, ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ଦେଶର ୩୦ଜଣ ଅଂଶଗ୍ରହଣକାରୀଙ୍କ ସହିତ ୫୦୦ ପ୍ରଫେସର,ଆସୋସିଏଟ ପ୍ରଫେସର, ସହକାରୀ ପ୍ରଫେସର , ରିସର୍ଚ ସ୍କଲାର ଓ ବିଭିନ୍ନ ବିଶ୍ୱବିଦ୍ୟାଳୟ କଲେଜର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।