Odisha news

ଆସିଗଲା ବର୍ଷାଋତୁ ! ବଢି ଯାଇଥାଏ ଏହି ୮ଟି ରୋଗର ବିପଦ , ଏହିସବୁ କଥାକୁ ରଖନ୍ତୁ ଧ୍ୟାନ

0

ବର୍ତମାନ ଭାରତର ଅନେକ ସ୍ଥାନରେ ମୌସୁମୀ ପାଦ ଥାପି ସାରିଛି l କିଛିଟା ସ୍ଥାନରେ ବର୍ତମାନ ବର୍ଷା ର ପ୍ରକୋପ ମଧ୍ୟ ବଡି ଯାଇଛି l ବର୍ଷାଋତୁ ଆସିବା ମାତ୍ରକେକିଛିଟା ଏଭଳି ରୋଗ ଦେଖା ଯାଇଥାଏ ଯାହାକି ଆମ ପାଇଁ ସମସ୍ୟାର କାରଣ ହୋଇଥାଏ l ବର୍ଷାଋତୁ ରେ ଏଭଳି ୧୦ଟି ରୋଗ ରହିଛି ଯାହାକି ଅନେକ ସମୟ ରେ ବିପଦ ସୃଷ୍ଟି କରିଥାଏ l

ବର୍ଷାଦିନର ରୋଗ ଗୁଡିକ ହେଲା –
୧ – ଡେଂଗୁ – ବର୍ଷା ଦିନରେ ମଶା ମାନଙ୍କର ଉପଦ୍ରଵ ଖୁବ ବଢି ଯାଇଥାଏ, ଏବଂ ଏହି ଋତୁରେ ମଶା ମାନଙ୍କ ପାଇଁ ଡେଂଗୁ ରୋଗ ହେବାର ଅନେକ ଆଶଙ୍କା ରହିଥାଏ l ଗତ କିଛିବର୍ଷ ହେଲା ଡେଂଗୁ ର ପ୍ରକୋପ ବଢି ବଢି ଚାଲିଛି l ଏହି ରୋଗ ହେବାର ମୁଖ୍ୟ କାରଣ ହେଲା ଏଡିଜ ଏଜିପ୍ଟି ମଶା କାମୁଡିବା ଦ୍ୱାରା ବ୍ୟାପି ଥାଏ l ଏହି ରୋଗରେ ମୁଣ୍ଡ ବିନ୍ଧା , ଗଣ୍ଠି ଯନ୍ତ୍ରଣା, ପ୍ଲେଟଲେଟସ ହ୍ରାସ ପାଇବା ଜ୍ବରରେ ପୀଡିତ ହେବା ଇତ୍ୟାଦି ଦେଖା ଯାଇଥାଏ l

୨ – ୟେଲୋ ଫିବର  – ଏଡିଜ ମଶା କାମୁଡିବା ଦ୍ୱାରା ମଧ୍ୟ ୟେଲୋ ଫିବାର  ହୋଇଥାଏ l ଏହି ଜ୍ବରରେ ରୋଗୀ ମଧ୍ୟରେ ଜଣ୍ଡିସ ର ଲକ୍ଷଣ ଦେଖିବାକୁ ମିଳିଥାଏ l ଏହି ରୋଗର ଲକ୍ଷଣ ହେଲା ଜ୍ୱର ହେବା, ବାନ୍ତି ଲାଗିବା, ମୁଣ୍ଡ ବିନ୍ଧl ଭଳି ସମସ୍ୟା ଦେଖା ଯାଇଥାଏ l

୩ – ମ୍ୟାଲେରିଆ – ଡେଂଗୁ ପୂର୍ବରୁ ଲୋକଙ୍କ ମନରେ ମ୍ୟାଲେରିଆ ପ୍ରତି ଖୁବ ଭୟ ଥିଲା, ବର୍ଷା ଋତୁରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଥାଏ l ମାଈ ଏନୋଫ୍ଲିସ ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ ଜ୍ୱର ହୋଇଥାଏ l  ଏହି ଜ୍ବରରେ ମଧ୍ୟ ମୁଣ୍ଡ ବିନ୍ଧା ଜ୍ୱର ଭଳି ସମସ୍ୟା ଦେଖା ଯାଇଥାଏ l

୪ – ଚିକନଗୁନିଆ – ଡେଂଗୁ ପରେ ଯଦି ଭାରତରେ ଆଉ କେଉଁ ରୋଗର ଅଧିକ ବୃଦ୍ଧି ହୋଇଛି ତାହା ହେଉଛି ଚିକନଗୁନିଆ l ଏହି ଜ୍ୱର ମଧ୍ୟ ଡେଂଗୁ ଓ ୟେଲୋ ଫିବାର ମଶା କାମୁଡିବା ଦ୍ୱାରା ହୋଇଥାଏ l ଏହି ରୋଗରେ ଜ୍ୱର, ଗଣ୍ଠି ରେ ଯନ୍ତ୍ରଣା ତ୍ୱଚା ରେ ନାଲି ଦାଗ ଇତ୍ୟାଦି ଦେଖା ଯାଇଥାଏ l

୫ – କୋଲର୍ ଏଣ୍ଡ ଫ୍ଲୁ – ବର୍ଷା ଋତୁରେ ବିଭିନ୍ନ ପ୍ରକାର ସଂକ୍ରମିତ ରୋଗ ଦେଖିବାକୁ ମିଳିଥାଏ, ସେଥି ମଧ୍ୟରୁ ଗୋଟିଏ ହେଉଛି ସର୍ଦି, କାଶ ଓ ଜ୍ୱର l  ଏହା ଜଣଙ୍କ ନିକଟରୁ ଆଉ ଜଣଙ୍କୁ ବ୍ୟାପିଥାଏ l  ଏହାଛଡା ବର୍ଷା ଦିନରେ ଏହା ମଧ୍ୟ ଗୋଟିଏ ସଂକ୍ରମିତ ରୋଗ ଅଟେ l

୬ – ହଇଜା – ବିବୃୟୋ କୋଲେରୀ ନାମକ ଜୀବାଣୁ ଦ୍ୱାରା ଦୂଷିତ ଭୋଜନ ଓ ପାଣି ସେବନ କରିବା ଦ୍ୱାରା ହଇଜା ଭଳି ସମସ୍ୟା ଦେଖା ଯାଇଥାଏ l ଏହି କାରଣରୁ ଶରୀରରେ ଡାଇରିଆ ଲକ୍ଷଣ ଦେଖିବାକୁ ମିଳିଥାଏ l ଏବଂ ଆପଣ ବାନ୍ତି, ଦେହ ଯନ୍ତ୍ରଣା ଝାଡା ଇତ୍ୟାଦିର ସମୁଖୀନ ହୋଇ ଥାଆନ୍ତି l

୭ – ହେପାଟାଇଟିସ ଏ – ହଇଜା ଭଳି ହେପାଟାଇଟିସ ଏ ମଧ୍ୟ ଦୂଷିତ ଖାଦ୍ୟ ଓ ଦୂଷିତ ଜଳ ଯୋଗୁଁ ବ୍ୟାପି ଥାଏ l ଏହି ରୋଗ କାରଣରୁ ଲିଭର ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ L ଏହାଦ୍ୱାରା ବାନ୍ତି ଓ ଜ୍ୱର ସମସ୍ୟା ଦେଖା ଯାଇଥାଏ l

୮ – ଟାଇଫଏଡ – ଟାଇଫଏଡ ଜ୍ଵରର ସମସ୍ୟା ବର୍ଷା ଦିନରେ ବଢି ଯାଇଥାଏ l ଯାହାକି ସାଲମୋନେଲା ଟାଇଫି ନାମକ  ବ୍ୟାକ୍ଟେରିଆ ଦ୍ୱାରା ବ୍ୟାପିଥାଏ l ଏହି ରୋଗରେ ପୀଡିତ ହେବା ଦ୍ୱାରା ଜ୍ୱର, ମୁଣ୍ଡ ବିନ୍ଧା , ଭୋକ ନ;ଲାଗିବା ଭଳି ସମସ୍ୟା ଦେଖା ଯାଇଥାଏ l

ଏହିସବୁ ସାବଧାନତା ନିହାତି ରଖନ୍ତୁ –
– ବର୍ଷା ଋତୁରେ ନିଜ ଘରର ଚତୁର୍ପାର୍ଶ୍ୱ ସଫା ରଖନ୍ତୁ l
– ସଫା ପାଣି ପିଅନ୍ତୁ l
– ନିୟମିତ ଗରମ ଖାଦ୍ୟ ଗ୍ରହଣ କରନ୍ତୁ l
– ପରିସ୍କାର ପୋଷାକ ପିନ୍ଧନ୍ତୁ l
– ମଶାରୀ ଟାଙ୍ଗି ସୂଅନ୍ତୁ l
– ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ କୁ ଖାଆନ୍ତୁ ନାହିଁ l

Leave A Reply