Odisha news

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

0

ଭୁବନେଶ୍ୱର : ପୂର୍ବ ଭାରତ ଉପରେ େୱଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଏବଂ ସମୁଦ୍ର ସ୍ତରରୁ ୫.୮ କିମି ଊଦ୍ଧ୍ୱର୍ରେ ଅପର୍‌ ଏୟାର ଟ୍ରଫ୍‌ ଲାଇନ୍‌ର ପ୍ରଭାବରେ ଆସନ୍ତା ଜାନୁଆରୀ  ୯ ତାରିଖରେ ଆଭ୍ୟ‘ରୀଣ ଏବଂ ଉତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ
ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ ୮ ତାରିଖ ଅପରାହ@ ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବଜ୍ରପାତ ସହ ଝଡବର୍ଷା
ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି । ଜାନୁଆରୀ ୧୦ ତାରିଖରୁ ଦୁଇ ଦିନ ପର୍ଯ୍ୟ‘ ରାତିର ତାପମାତ୍ରା କମିବାର ସମ୍ଭାବନା ରହିଥିବା ବେଳେ ଆଉ ଏକ େୱଷ୍ଟର୍ଣ୍ଣ ଡିଷ୍ଟର୍‌ବାନ୍ସର ପ୍ରଭାବ ଉତର ପଶ୍ଚିମ
ଭାରତରେ ପଡ଼ିବାର ସମ୍ଭାବନା ରହିଛି । ତେବେ ଜାନୁଆରୀ ୧୨ ତାରିଖରୁ ଦିନର ତାପମାତ୍ରା ବଢ଼ିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

Leave A Reply