Odisha news

ବୈଜୟନ୍ତଙ୍କ ଜନଜାଗରଣ ଅଭିଯାନ

0

 

ଭୁବନେଶ୍ୱର, : ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ଜନଜାଗରଣ ଓ ସମ୍ପର୍କ ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଚେନ୍ନାଇରେ ପହଞ୍ଚିଛନ୍ତି । ଏଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ସିଏଏ ଉପରେ ଏକ ବିଶାଳ ଶୋଭାଯାତ୍ରାରେ ଯୋଗଦେଇ ସେ ହଜାର ହଜାର ଜନତାଙ୍କୁ ଉଦବୋଧନ ଦେଇଥିଲେ । ପ୍ରାୟ ଦଶ ହଜାରରୁ ଉଦ୍ଧ୍ୱର୍ ଜନତା ଏହି ଶୋଭାଯାତ୍ରାରେ ସାମିଲ ହୋଇ ସିଏଏକୁ ସମର୍ଥନ କରିଥିଲେ । ଏହାପରେ ଏକ ସାର୍ବଜନିକ ବୈଠକରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା ସିଏଏକୁ ନେଇ ପ୍ରଚାର ହେଉଥିବା ଅନେକ ମିଛ ଓ ଗୁଜବରେ ପ୍ରଭାବିତ ନହେବାକୁ ଜନତାଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାମିଲନାଡୁ ବିଜେପି ସାଧାରଣ ସମ୍ପାଦକ କେଶବ ବିନାୟକନ, ରାଜ୍ୟ ସିଏଏ ସଂଯୋଜକ ବିନୋଜ ଏବଂ ଅନେକ ବରିଷ୍ଠ ନେତା ଯୋଗ ଦେଇଥିଲେ । ପରେ ତାମିଲନାଡୁର ପ୍ରମୁଖ ଶିକ୍ଷାବିତ, ଶିଳ୍ପପତି, ଆଇନଜୀବୀ, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରି ଶ୍ରୀ ପଣ୍ଡା ସିଏଏ ଉପରେ ଆଲୋଚନା କରିଥିଲେ । ଏହା ପୂର୍ବରୁ ବିଜୟୱାଡା ଠାରେ ସିଏଏ ଉପରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀଙ୍କ ଏକ ବୈଠକରେ ଶ୍ରୀ ପଣ୍ଡା ଯୋଗଦେଇ ଏହି ଆଇନ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ବିଜୱାଡା ବିଜେପି ଜିଲ୍ଲା ସଭାପତି ଶ୍ରୀ ସତ୍ୟମୂର୍ତ୍ତି ବୈଠକରେ ଉପସ୍ଥିତ ଥିଲେ ।

Leave A Reply