Odisha news

ପ୍ରବଳ ବର୍ଷା ସତ୍ତ୍ୱେ ୨୪୫ ବୁଥକୁ ୯୮୦ଜଣ କର୍ମଚାରୀ ଗଲେ।

0
ବାଲିପାଟଣା ୨୦/୦୨ : ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନର ଚତୃର୍ଥ  ପ୍ରଯ୍ୟାୟ ଭୋଟ ନିମନ୍ତେ ଆଜି ବାଲିପାଟଣା ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ହୋଇଛି।ବ୍ଲକର ୧୭ଟି ଗ୍ରାମ ପଞ୍ଚାୟତରେ ମୋଟ ୨୪୫ ବୁଥକୁ ୯୮୦ ଜଣ କର୍ମଚାରୀ ଭୋଟ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯାଇ ପହଞ୍ଚିଛନ୍ତି।ଆଜି ପୂର୍ବାଂନ ୯ଟା କର୍ମଚାରୀମାନେ ପହଂଚିବା ପରେ ପ୍ରଶାସନ ତରଫରୁ ସେମାନଙ୍କ ପଞ୍ଜିକରଣ ପ୍ରକିଆ କରାଯାଇ,ଭୋଟ ସରଞ୍ଜମ ସହସେମାନଙ୍କୁ ବୁଥକୁ ପଠାଇ ଦିଆଯାଇଛି।ପ୍ରବଳ ବର୍ଷା ସତ୍ତ୍ୱେ ପୁଲିଙ୍ଗ କର୍ମଚାରୀମାନେ ଓଦା ହୋଇ ଗାଡି ପାଖକୁ ଯାଉଥିବାର ଦେଖାଯାଇଛି।ଆସନ୍ତା ୨୨ତାରିଖ ଦିନ ହେବାକୁ ଥିବା ଭୋଟରେ ୧୮ ଜଣ ଜିଲ୍ଲା ପରିଷଦ, ୮୮ ଜଣ ସରପଞ୍ଚ, ୭୪ ଜଣ ସମିତି ସଭ୍ୟ ଓ ୪୯୦ ଜଣ ୱାର୍ଡ ସଭ୍ୟ ସଭ୍ୟ।ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣା ଯାଉଛି।ମହିଳାମାନଙ୍କ ପାଇଁ ଭୋଟ ଦେବାପାଇଁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ତରଡପଡା ଠାରେ ଏକ ପିଙ୍କ ବୁଥ କରାଯାଇଛି।ଏହି ବୁଥରେ ପ୍ରିଜାଇଡିଂ ଅଫିସର ଓ ପୁଲିଙ୍ଗ ଅଫିସର ଭାବେ କେବଳ ମହିଳା ଅଧିକାରୀ ରହିବାର ବ୍ୟବସ୍ଥା କରାଯାଇଛି।ଆସନ୍ତା ୨୨ ତାରିଖ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାଣ୍ଣ ୧ ଟାରେ ଶେଷ ହେବ।ନିର୍ବାଚନ ପରିଚାଳନା କରିବା ପାଇଁ ୨୩ ଜଣ ସେକ୍ଟର ଅଫିସର ନିଯୁକ୍ତି ହୋଇଥିବା ବେଳେ ନିର୍ବାଚନ ଅଧିକାରୀ ଭାବେ ବିଡ଼ିଓ ଅଦିକନ୍ଦ ବେହେରା ଦାଇତ୍ୱ ନେବା ସହ ତଥ୍ୟ ପ୍ରଦାନ କରିଛନ୍ତି।ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ୧୪୦ ପୋଲିସ ପୋଷ୍ଟ
କରାଯିବା ସହ ବରିଷ୍ଠ ଅଧିକାରୀ ମାନଙ୍କୁ ତଦାରଖ ପାଇଁ ନିଯୁକ୍ତି କରାଯାଇଛି।
Leave A Reply