Odisha news

ତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ : ପୁରୀ-ଦୁର୍ଗ ବିଶେଷ ଟ୍ରେନ ସପ୍ତାହ ପାଇଁ ଆଂଶିକ ବାତିଲ ହେବ ଏବଂ ବିଶାଖାପାଟଣା-ନିଜାମୁଦ୍ଦିନ ବିଶେଷ ଟ୍ରେନ ଛଅ ଦିନ ପାଇଁ ବାତିଲ ରହିବ

0
ପୂର୍ବ ତଟ ରେଳ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେସନ୍ ମଧ୍ୟରେତୁରେଇକେଲା ରୋଡ୍-ହରିଶଙ୍କର ରୋଡ୍-ଲଖନା ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନିମ୍ନଲିଖିତ ଅନୁଯାୟୀ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ –

ଟ୍ରେନର ବାତିଲ୍:

02887/02888 ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ବିଶେଷ ଟ୍ରେନ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର ଚଳିତ ମାସ 3 ନଭେମ୍ବର ରୁ 8 ନଭେମ୍ବର, 2020 ମଧ୍ୟରେ ଏବଂ ନିଜାମୁଦ୍ଦିନ ଠାରୁ 2 ନଭେମ୍ବର ରୁ 7 ନଭେମ୍ବର, 2020 ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ଟ୍ରେନର ଆଂଶିକ ବାତିଲ୍:

08425/08426 ପୁରୀ-ଦୁର୍ଗ-ପୁରୀ ବିଶେଷ ଟ୍ରେନ ପୁରୀ ଠାରୁ 2 ରୁ 8 ନଭେମ୍ବର, 2020 ମଧ୍ୟରେ ଏବଂ ଦୁର୍ଗ ଠାରୁ 3 ରୁ 9 ନଭେମ୍ବର, 2020 ମଧ୍ୟରେ ଉଭୟ ଦିଗରୁ ପୁରୀ ଏବଂ ଟିଟିଲାଗଡ ମଧ୍ୟରେ ଚଳାଚଳ କରିବ ଏବଂ  ଟିଟିଲାଗଡ ଓ ଦୁର୍ଗ ମଧ୍ୟରେ ବାତିଲ୍ ରହିବ |


Leave A Reply