● ସ୍କ୍ରାପ୍ ଅପସାରଣ ଦ୍ୱାରା ପୂର୍ବ ତଟ ରେଳପଥ ପରିବେଶକୁ ନିର୍ମଳ ଓ ସ୍ୟାସ୍ଥ୍ୟକର କରିବା ସହିତ ସୁରକ୍ଷିତ ରଖିବା ପାଇଁ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି |
● ସ୍କ୍ରାପ୍ ଅପସାରଣ ରାଜସ୍ୱ ଅର୍ଜନ କ୍ଷେତ୍ରରେ 215 କୋଟି ରାଜସ୍ୱ ଆୟ ଅତିକ୍ରମ କରିଛି |
ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ସ୍କ୍ରାପ୍ ନିଷ୍କାସନ ଲକ୍ଷ୍ୟକୁ ପୂର୍ବ ତଟ ରେଳପଥ ଅତିକ୍ରମ କରିଛି | ସମଗ୍ର ଜୋନ୍ ମଧ୍ୟରେ ସ୍କ୍ରାପ୍ ମୁକ୍ତ ଏବଂ ପରିବେଶ ଅନୁକୂଳ କରିବାକୁ ପୂର୍ବତଟ ରେଳପଥ ସମସ୍ତ ପ୍ରକାର ପ୍ରୟାସ ଜାରିରଖିଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ସ୍କ୍ରାପ୍ ଅପସାରଣ ପ୍ରଣାଳୀରେ ଜଡିତ ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି |
ଚଳିତ ଆର୍ଥିକ ବର୍ଷ ଶେଷହେବାକୁ ଆହୁରି 17 ଦିନ ପୂର୍ବରୁ, ପୂର୍ବ ତଟ ରେଳପଥ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା 215 କୋଟି ଟଙ୍କା ଲକ୍ଷ୍ୟ ତୁଳନାରେ ସ୍କ୍ରାପ୍ ନିଷ୍କାସନରୁ 215.75 କୋଟିରୁ ଅଧିକ ଆୟ କରିଛି | ଏଥିରୁ ୱାଲଟିୟର ରେଳ ମଣ୍ଡଳ 79.1 କୋଟି ଟଙ୍କା, ଖୋର୍ଦ୍ଧା ରୋଡ ଡିଭିଜନ 58.21 କୋଟି, ସମ୍ବଲପୁର 51.93 କୋଟି, ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା 22.19 କୋଟି ଏବଂ ପୁରୁଣା ରେଲ କୁ ରେଳ ବିକାଶ ନିଗମ ଲିମିଟେଡ଼ କୁ ହସ୍ତାନ୍ତର କରି 4.32 କୋଟି ରାଜସ୍ୱ ହାସଲ କରିଛି
ଚଳିତ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଫେବୃୟାରୀ ମାସ 13 ତାରିଖ ମଧ୍ୟରେ 174 ଟି ଇ-ନିଲାମ କରିଛି ଯେଉଁଥିରେ ୱାଲଟିୟର, ଖୋର୍ଦ୍ଧା ରୋଡ, ସମ୍ବଲପୁରର ରେଳ ମଣ୍ଡଳ ସହିତ ମଞ୍ଚେଶ୍ୱର ସଵାରୀ ଡବା ମରାମତି କାରଖାନା ଏବଂ ରେଲୱେ ହୁଇଲ ଫ୍ୟାକଟୋରି (ରେଳ ଚକ କାରଖାନା RWF) କୁ ପୁନଃ ବ୍ୟବହାର ଏବଂ ଅନ୍ୟାନ୍ୟ ସାମଗ୍ରୀରେ ରୂପାନ୍ତର ପାଇଁ ପଠାଇଛି | ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆହୁରି 17 ଦିନ ବାକିଥିବାବେଳେ ଅଧିକ 18 ଟି ଇ-ନିଲାମ ପାଇଁ ଯୋଜନା କରିଛି |
ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ହେତୁ ଏହି ଉଲ୍ଲେଖନୀୟ ରାଜସ୍ୱ ସୃଷ୍ଟି ହୋଇପାରିଛି | କଳକବଜା, ଯନ୍ତ୍ରପାତି ଓ ଅନ୍ୟାନ୍ୟ ଉପକରଣ ସହ ଜଡିତ ଶିଳ୍ପ ସଂସ୍ଥା ମାନଙ୍କରୁ ସ୍କ୍ରାପ୍ ର ଉତ୍ପତି ହୋଇଥାଏ l ଏହି ଉପକରଣ ଗୁଡିକର କାର୍ଯ୍ୟ କ୍ଷମତା ସମାପ୍ତ ହେବା ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ତଥା ସୁରକ୍ଷା ପାଇଁ ସେଗୁଡିକୁ ପରିବର୍ତ୍ତନ କରିଦିଆ ଯାଇଥାଏ l ସ୍କ୍ରାପ୍ କୁ ଯଥାସମୟରେ ଅପସାରଣ କରିଦେବା ଉଚିତ, ଯଦ୍ୱାରା ଏଗୁଡ଼ିକୁ ରିସାଇକ୍ଳିଙ୍ଗ୍ କରାଯାଇ ଅନ୍ୟ କୌଣସି ବ୍ୟବହାରଯୋଗ୍ୟ ବସ୍ତୁରେ ରୂପାନ୍ତରଣ କରା ଯାଇପାରିବ l ଏହାଦ୍ୱାରା ମଧ୍ୟ ପରିବେଶ ନିର୍ମଳ ଓ ସ୍ୟାସ୍ଥ୍ୟକର ହେବା ସମ୍ଭବ ହୋଇଥାଏ |
ପୂର୍ବ ତଟ ରେଳପଥର ସଠିକ ସମୟରେ ସ୍କ୍ରାପ୍ ନିଷ୍କାସନ ପାଇଁ ସକ୍ରିୟ ପଦକ୍ଷେପ ନେଇଛି | ସ୍କ୍ରାପ୍ ନିଷ୍କାସନର କାର୍ଯ୍ୟକଳାପ ଇ-ନିଲାମ ମାଧ୍ୟମରେ କରାଯାଉଛି ଯାହାକି ପୂର୍ବତଟ ରେଳପଥରେ ସମ୍ପୂର୍ଣ୍ଣ ଭାବେ ଅନ-ଲାଇନ ଅଟେ | ପୂର୍ବ ତଟ ରେଳପଥର ସାମଗ୍ରୀ ପରିଚାଳନା ବିଭାଗ ଏହାର ଉତ୍ସର୍ଗୀକୃତ IREPS (ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ 2013 ମସିହା ଠାରୁ ଇ-ନିଲାମ କରିଆସୁଅଛି, ଯାହାକି ସ୍କ୍ରାପ୍ ସାମଗ୍ରୀର ଅପସାରଣ ପାଇଁ ଏକ ସ୍ୱଚ୍ଛ ପ୍ରକ୍ରିୟା ଏବଂ ଏହା ସମସ୍ତ ନିଲାମଧାରୀ ମାନଙ୍କୁ ଏକ ସ୍ୱଚ୍ଛ ସୁଯୋଗ ଦେଇଥାଏ | ଏହି ପଦ୍ଧତି ମଧ୍ୟ ମାନବ ହସ୍ତକ୍ଷେପରୁ ମୁକ୍ତ ହୋଇଥିବା ଯୋଗୁଁ ପରିଚାଳନାରେ ସ୍ୱଚ୍ଛତା ଆଣିଥାଏ | ପୂର୍ବତଟ ରେଳପଥରେ ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ରଣାଳୀ ପୋର୍ଟାଲରେ 4000 ରୁ ଅଧିକ ନିଲାମଧାରୀ ପଞ୍ଜୀକୃତ ହୋଇସାରିଛନ୍ତି |
ଇ-ନିଲାମ ପ୍ରକ୍ରିୟାରେ, ଭାରତୀୟ ରେଳ ଇ-ପ୍ରୋକ୍ୟୁରିମେଣ୍ଟ ସିଷ୍ଟମ ପ୍ଲାଟଫର୍ମରେ ଅବ୍ୟବହୃତ ଓ ନିଷ୍କାସିତ ସାମଗ୍ରୀ ଗୁଡିକ ଅନଲାଇନରେ ପ୍ରକାଶିତ ହୋଇଥାଏ ଏବଂ ନିଲାମଧାରୀ ମାନଙ୍କୁ ଅନଲାଇନରେ ସେମାନଙ୍କର ପ୍ରକ୍ରିୟାକରଣ କରିବାକୁ ଅନୁମତି ଦିଆଯାଏ | ପୂର୍ବରୁ ସ୍ଥିର ହୋଇଥିବା ରିଜର୍ଭ ମୂଲ୍ୟଠାରୁ ଯଦି ସର୍ବାଧିକ ବିଡ୍ ପ୍ରାପ୍ତ ହୋଇଛି, ତେବେ ବିଡ୍ ସିଷ୍ଟମ୍ ଦ୍ୱାରା ଗ୍ରହଣ କରାଯାଏ ଏବଂ ଅଂଶଗ୍ରହଣକାରୀଙ୍କୁ ଲଟ୍ ବିକ୍ରୟ ଘୋଷିତ କରାଯାଇଥାଏ | କୌଣସି ମାନବିକ ହସ୍ତକ୍ଷେପ ବିନା ସମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ୍ ଅଟେ |