ରେଳବାଇ ଚାକିରୀ ପାଇଁ ପ୍ରଲୋଭନ ଦେଖାଉଥିବା ଦଲାଲ ମାନଙ୍କ ଜାଲରେ ନପଡିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଶାୟୀ ପ୍ରାର୍ଥୀ ମାନଙ୍କୁ ସତର୍କ ସୂଚନା
√● ଲୋକମାନଙ୍କୁ ସଚେତନ କରାଇବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ନିରନ୍ତର ସତର୍କ କରାଯାଉଅଛି |
√● ବର୍ତମାନ ସମସ୍ତ ରେଳବାଇ ଚାକିରୀ ଅନ ଲାଇନ ମାଧ୍ୟମରେ ପରିଚାଳନା କରାଯାଉଅଛି |
√● ରେଳବାଇର ଚାକିରୀ କରାଇଦେବାର ଭ୍ରାନ୍ତ ପ୍ରତିଶୃତି କିମ୍ବା କୌଣସି ଦୁର୍ନୀତି ସମ୍ବନ୍ଧରେ ପୂର୍ବତଟ ରେଳପଥର ର ଭିଜିଲାନ୍ସ (ସତର୍କତା) ବିଭାଗକୁ ସୁଞ୍ଚନ ଦେବାକୁ ନିବେଦନ କରାଯାଇଅଛି |
ରେଳ ସୁରକ୍ଷା ବଳ (ଆରପିଏଫ୍) କନଷ୍ଟେବଲ୍ ଚାକିରୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଅଛି ବୋଲି କେତେକ ସାମାଜିକ ଗଣମାଧ୍ୟମ ଏବଂ ୱେବ ନ୍ୟୁଜ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପୁଳ ଭାବେ ସେମାନଙ୍କ ପୋର୍ଟାଲ ମାଧ୍ୟମରେ ପ୍ରସାର କରାଯାଉଅଛି ବୋଲି ରେଳବାଇ ପ୍ରଶାସନ ନଜରକୁ ଆସିଛି |
ରେଳବାଇ ଏବଂ ପ୍ରେସ ଇନଫରମେସନ୍ ବ୍ୟୁରୋ ଦ୍ୱାରା ହୋଇଥିବା ଫ୍ୟାକ୍ଟ ଚେକ୍ ବା ତଦନ୍ତ ଉପରେ ଏହା ଦେଖାଯାଇଛି ଯେ ଏହା ସମ୍ପୂର୍ଣ୍ଣ ନକଲି ଏବଂ ଆରପିଏଫ୍ କିମ୍ବା ରେଳବାଇ ଦ୍ୱାରା କୌଣସି ନିଯୁକ୍ତି ବିଜ୍ଞାପନ / ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ |
ପୂର୍ବ ତଟ ରେଳବାଇରେ କିମ୍ବା ରେଳବାଇ ସୁରକ୍ଷା ବଳ ଚାକିରି ଯୋଗାଇଦେବାକୁ ପ୍ରତିଜ୍ଞା କରୁଥିବା ଦଲାଲ ମାନଙ୍କ ଜାଲରେ ନ ପଡ଼ିବା ପାଇଁ ଚାକିରି ଆଶାୟୀ ମାନଙ୍କୁ ରେଳବାଇ ପକ୍ଷରୁ ନିବେଦନ କରାଯାଇଅଛି | ନିକଟ ଅତୀତରେ ରେଳ ପ୍ରଶାସନର ଅନେକ ମାମଲା ସାମ୍ନାକୁ ଆସିଛି | ନିର୍ଦ୍ଦୋଷ ଲୋକଙ୍କୁ ରେଳବାଇରେ ଚାକିରୀ ଯୋଗାଇ ଦେବାକୁ ପ୍ରତିଶୃତି ଦେଇ ପ୍ରଲୋଭନ ଦେଖାଇ ଠକାମିର ଶିକାର ନହେବା ପାଇଁ ରେଳବାଇ ଅନେକ ପଦକ୍ଷେପ ହାତକୁ ନେଇ କ୍ରମାନ୍ୱୟ ଭାବେ ସଚେତନତା କାର୍ଯ୍ୟକ୍ରମ କରିଆସୁଅଛି ।
ଏଠାରେ ପୁନର୍ବାର କୁହାଯାଉଅଛି ଯେ “ରେଲୱେ ଚାକିରି ପାଇବାକୁ ଏବଂ ଆଶାୟୀ ପ୍ରାର୍ଥୀ ମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରିବାକୁ ରେଳବାଇ ପକ୍ଷରୁ ବଗରମବାର କୁହାଯାଉଥିବାବେଳେ ଦଲାଲ ମାନଙ୍କ ଜାଲରେ ଶିକାର ନହେବାକୁ ପରାମର୍ଶ ଦିଆଯାଇଅଛି | ଯୋଗ୍ୟତା ଏବଂ ପରିଶ୍ରମ ଦ୍ୱାରା ଚାକିରି ପାଆନ୍ତୁ | ରେଳବାଇ ବୋର୍ଡ କିମ୍ବା ରେଳବାଇ ନିଯୁକ୍ତି ବୋର୍ଡ କିମ୍ବା ରେଳ ମନ୍ତ୍ରଣାଳୟ ନିଯୁକ୍ତି ପାଇଁ କୌଣସି ତୃତୀୟ ପକ୍ଷ ଏଜେଣ୍ଟ କିମ୍ବା ଆଉଟସୋର୍ସିଂ ଏଜେନ୍ସିକୁ ମନୋନୀତ କରାଯାଏ ନାହିଁ |
ସର୍ବଦା ରେଳବାଇ ନିଯୁକ୍ତି ବୋର୍ଡ, ରେଳବାଇ ନିଯୁକ୍ତି ସେଲ ଏବଂ ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରନ୍ତୁ ଏବଂ ଖବରକାଗଜରେ ଏବଂ ଏମ୍ପ୍ଲୋୟମେଣ୍ଟ ନ୍ୟୁଜ ରେ ବୋର୍ଡ ଦ୍ୱାରା ପ୍ରକାଶିତ ବିଜ୍ଞାପନ ଅନୁସରଣ କରନ୍ତୁ | କେବଳ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଅନୁସରଣ କରନ୍ତୁ ବୋଲି ପୂର୍ବତଟ ରେଳପଥ ବାରମ୍ବାର ସତର୍କ କରୁଅଛି |
ଯଦି କେହି ଆପଣଙ୍କୁ ରେଳବାଇରେ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦେଇ ଲାଞ୍ଚ ମାଗନ୍ତି କିମ୍ବା ଯଦି ଆପଣ ଦୁର୍ନୀତି ସମ୍ବନ୍ଧରେ କୌଣସି ସୂଚନା ପାଉଛନ୍ତି କିମ୍ବା ଆପଣ ଉପରୋକ୍ତ ଶିକାର ହେଉଛନ୍ତି, ଦୟାକରି ପୂର୍ବତଟ ରଲାପଥର ଭିଜିଲାନ୍ସ ହେଲ୍ପଲାଇନ ନମ୍ବର 8455885031 ରେ ସୂଚନା ଦିଅନ୍ତୁ ଯାହାକି ତୁରନ୍ତ ବିହିତ କାର୍ଯ୍ୟ ଗ୍ରହଣ କରାଯାଇ ପାରିବ |