Odisha news

ଶ୍ରୀ ବିଶ୍ୱଜିତ୍ ସାହୁ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭାରତୀୟ ରେଳ ଷ୍ଟୋର ସର୍ଭିସ (ଆଇଆରଏସଏସ) 2013 ବ୍ୟାଚର ଅଧିକାରୀ ଶ୍ରୀ ବିଶ୍ୱଜିତ୍ ସାହୁ ପୂର୍ବ ତଟ ରେଳପଥର ନୂତନ ମୁଖ୍ୟ ଜନସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଦାଇତ୍ୱ ଗ୍ରହଣ କରିଛନ୍ତି |  ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ପୂର୍ବ ସିପିଆରଓ ତଥା ଭାରତୀୟ ରେଳବାଇ ମେକାନିକାଲ ଇଂଜିନିୟରିଂ ସେବା ଅଧିକାରୀ ଶ୍ରୀ କୋୖଶଳେନ୍ଦ୍ର କିଶୋର ଖାଡ଼ଙ୍ଗାଙ୍କ ଠାରୁ ସେ ଦାଇତ୍ୱ ଗ୍ରହଣ କରିଛନ୍ତି |

ମୁଖ୍ୟ ଜନସମ୍ପର୍କ ଅଧିକାରୀ ଭାବରେ ଦାଇତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ସାହୁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ଉପ ମୁଖ୍ୟ ଭଣ୍ଡାର ପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ | ରେଳବାଇର କାର୍ଯ୍ୟ ସମ୍ପାଦନାରେ ସାମଗ୍ରୀ ପରିଚାଳନାରେ ତାଙ୍କର ବଳିଷ୍ଠ ଅଭିଜ୍ଞତା ରହିଛି | ସେ ବିଶାଖାପାଟନମ ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଓ ଡିଭିଜନାଲ ମ୍ୟାଟେରିଆଲ୍ ମ୍ୟାନେଜର ଏବଂ ଭୁବନେଶ୍ୱରର ମଞ୍ଚେଶ୍ୱର ଠାରେ ଥିବା ରେଳ ଡବା ମରାମତି କାରଖାନା ଠାରେ ସିନିୟର ମ୍ୟାଟେରିଆଲ୍ ମ୍ୟାନେଜର ଭାବରେ କାର୍ଯ୍ୟ କରିଛନ୍ତି |

ଭୁବନେଶ୍ୱର ସ୍ଥିତ କଲେଜ ଅଫ ଇଂଜିନିୟରିଂରୁ ବି.ଟେକ ଏବଂ ଆଇ.ଆଇ.ଟି. କାନପୁରରୁ ଏମ.ଟେକ ସମାପ୍ତ କରିବା ପରେ ଶ୍ରୀ ସାହୁ 2013 ରେ ଭାରତୀୟ ରେଳବାଇରେ ଯୋଗ ଦେଇଛନ୍ତି |  ସେ ଓଡ଼ିଶାର ଦେବଗଡ଼ ଜିଲ୍ଲା ବୁଢାପାଳ ନିବାସୀ ପୁରୁଷୋତ୍ତମ ସାହୁଙ୍କ ସୁପୁତ୍ର ଅଟନ୍ତି |  

Govt

Comments are closed.