ଆର,ଉଦୟଗିରି ; ଗଜପତି ଜିଲ୍ଲା ରାମଗିରି ପୁଲିସ ଓ ଅବକାରୀ ବିଭାଗ ଓ ଅବକାରୀ ଭାମ୍ୟମାଣ ବିଭାଗ ମଙ୍ଗଳବାର ରାମଗିରି ନିକଟସ୍ଥ ସିନ୍ଧିବା ଗ୍ରାମରେ ଚଢାଉ କଲାବେଳେ ଚୋରାମଦ ବେପାରିଙ୍କ ଆକ୍ରମଣ ଶିକାର ହୋଇଥିଲେ । ଏଥିରେ ଜଣେ ଡାଇଭର, ଜଣେ ଏସଆଇ ଓ ଏବଂ ଜଣେ ମହିଳା କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଅବକାରୀ ଓ ପୁଲିସ ବିଭାଗ ଚଢାଉ କରି ୧୨୦୦ ଲିଟର ପୋଚ ନଷ୍ଟ କରିଥିବା ବେଳେ ୧୨୦ ଲିଟର ମଦ ଜବତ କରିଥିଲେ । ଏନେଇ ରାମଗିରି ଥାନାରେ ଜଗନ୍ନାଥଙ୍କ ସମେତ ୫୦ ଜଣଙ୍କ ନାମରେ କେଶ୍ ନମ୍ବର ୬୫\୨୦ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ବିଭିନ୍ନ ସ୍ଥାନରେ ଚଢାଉ, ଗାଡି ସହ ୧୩୫ କେଜି ଗଞ୍ଜେଇ ଜବତ ୬ ଗିରଫ । ଆର,ଉଦୟଗିରି(ସବ୍ୟୁ)- ଗଜପତି ଜିଲ୍ଲା ଆର,ଉଦୟଗିରି ଓ ଅଡବା ପୁଲିସ ପକ୍ଷରୁ ପୁଥକ ପୁଥକ ଚଢାଉ କରି ୨ଟି ଗାଡି ସହ ୧୩୫ କେଜି ଗଞ୍ଜେଇ ମଙ୍ଗଳବାର ଅପରାହ୍ନ ସମୟରେ ଜବତ କରିଛନ୍ତି । ଆର,ଉଦୟଗିରି ପୁଲିସ ସମ୍ବଲପୁର – ଆଟିଲିମା ମଧ୍ୟରେ ଥିବା ରାଣୀଛକ ରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୁଣ୍ଡା କାରକୁ ଦେଖି ଗାଡି ଯାଞ୍ଚ କରିବାରୁ କାର ନଂ AP 01 ED 8887 ରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ମଧ୍ୟପ୍ରଦେଶ ଚାଲାଣ କାରୀ ମୋଦନ ଲାଲ ଜାଟଭ, ପ୍ରଦୀପସିଂ, ଦୌଲତ ସିଂ, ଗଙ୍ଗରାମ ଚାନ୍ଦ ଏବଂ ଗଜପତି ଜିଲ୍ଲାର ପାଲକୁଆ ଗ୍ରାମର ଷଣ୍ଢ ଗମାଙ୍ଗକୁ ଗିରଫ କରାଯାଇଛି । ଏନେଇ ଆର,ଉଦୟଗିରି ଥାନାରେ୫୪\୨୦ରେ କେଶ ରୁଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସେହିପରି ଅଡବା ପୁଲିସ ଝିଲିକି ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ହୁଣ୍ଡା କାର ନଂ OD – 20- BG 1397 ରୁ ୩୫ କେଜି ଗଞ୍ଜେଇ ଜବତ କରିଥିଲେ । ଏଥିରେ ଅଡବା ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ଗାଡି ଚାଳକ ଅଶୋକସେଠୀକୁ ଗିରଫ କରିଥିଲେ। ଏନେଇ ଅଡବା ଥାନାରେ ୬୫\ ୨୦ ମାମଲା ରୁଜୁ କରି ଆଜି ସମସ୍ତ ଆସାମୀଙ୍କୁ କୋର୍ଟ ଚାଲାଣ ହୋଇଛନ୍ତି। ଜବତ ଗଞ୍ଜେଇର ଅନୁମାନିକ ବଜାର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ଅନିଲି କୁମାର ପ୍ରଧାନ କହିଛନ୍ତି ।
ସାଧାରଣରେ ପ୍ରଶ୍ନ ହେଉଛି ଯେ ପ୍ରତିଦିନ ଏହି ଅଞ୍ଚଳର ପୁଲିସ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଧରୁଥିବା ବେଳେ ଏହି ଅଞ୍ଚଳର ଅବକାରୀ ବିଭାଗ ଏକ କେଜିର ଗଞ୍ଜେଇ ଧରିବାରେ ସକ୍ଷମ ହୋଇପାରୁନି । ଅବକାରୀ ବିଭାଗ କର୍ମଚାରୀ ଗଞ୍ଜେଇ ଓ ମଦ ବେପାରି ଠାରୁ ମାଶିକ ଚାନ୍ଦାନେଇ ଚୋର ବେପାରିଙ୍କୁ ସହଯୋଗ କରୁଥିବା ର୍ଚଚିା ହେଉଛି ।