ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ର ଛିନ୍ଦ୍ ୱାଡା ରେ ଗୋଟିଏ ଅଦ୍ଭୂତ ଘଟଣା ଦେଖିବାକୁ ମିଳୁଛି । ଯେଉଁଠାରେ ଜଣେ ବ୍ୟକ୍ତି ଡିଜିଟାଲ ଭାବରେ ଭିକ୍ଷା କରୁଛନ୍ତି ଓ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ହେମନ୍ତ ସୂର୍ଯ୍ୟବଂଶୀ ନାମକ ବ୍ୟକ୍ତି ନିଜ ହାତରେ ଡିଜିଟାଲ ଲେଣ ଦେନ୍ ବାର୍ କୋଡ଼ ଧରି ଭିକ ମାଗୁଛନ୍ତି ।
ହେମନ୍ତ କହିଛନ୍ତି ଯେ ଭିକ ମାଗିବା ସମୟରେ ପ୍ରାୟ ସମସ୍ତେ କହିଛନ୍ତି ଖୁଚୁରା ନାହିଁ । ବର୍ତ୍ତମାନ୍ ସେ ଡିଜିଟାଲ ବାର୍ କୋଡ଼ ଜରିଆରେ ଭିକ ମାଗୁଛନ୍ତି । ତାଙ୍କ ଭିକ ମାଗିବାର ତରିକା ସମ୍ପୂର୍ଣ୍ଣ ଅଲଗା । ସେ କହିଛନ୍ତି ଯେ ଯଦି ଖୁଚୁରା ନାହିଁ ତେବେ ଗୁଗଲ ପେ କିମ୍ବା ଫୋନ୍ ପେ ଯୋଗେ ଭିକ ଦିଅନ୍ତୁ । ଲୋକମାନେ ମଧ୍ୟ ବାର୍ କୋଡ଼ ଦ୍ଵାରା ୫ ଟଙ୍କାରୁ ଅଧିକ ଦେଉଛନ୍ତି । ହାତରେ ମୋବାଇଲ୍ ଓ ବେକରେ ବାର୍ କୋଡ଼ ଧରି ଏପରି ବୁଲୁଛନ୍ତି ତେବେ ସେ ସମସ୍ତଙ୍କର ଆଖି ଦୃଷ୍ଟିଆ ହୋଇଛନ୍ତି ।ଏହା ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।