ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁ ରଚିଲେ ଇତିହାସ : ବ୍ରୋଞ୍ ପଦକ ଜିତି ଅଲମ୍ପିକ୍ସ ରେ ୨ଟି ମେଡାଲ ଜିଟିଥିବା ପ୍ରଥମ ଭାରତୀୟ ମହିଳା
ନୂଆଦିଲ୍ଲୀ : ଭାରତର ବ୍ୟାଡମିଣ୍ଟନ ଖେଳାଳି ପିବି ସିନ୍ଧୁ ରଚିଲେ ଇତିହାସ । ସେ ଅଲମ୍ପିକ୍ସ ରେ ୨ଟି ମେଡାଲ ଜିଟିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି , ସୁଶିଲ କୁମାର ଙ୍କ ପରେ ସେ ଭାରତର ଦ୍ଵିତୀୟ ଖେଳାଳି । ବ୍ରୋଞ୍ ପଦକ ଜିତି ଥିବା ସିନ୍ଧୁ ଚୀନ୍ ର ଜୀୟାଓ ୱିଙ୍ଗ ଙ୍କୁ ମାତ୍ର ୫୨ ମିନିଟ୍ ରେ ୨୧-୧୩, ୨୧-୧୫ ରେ ପରାସ୍ତ କରିଛନ୍ତି । ସିନ୍ଧୁ ୨୦୧୬ ରେ ରିୟୋ ଅଲମ୍ପିକ୍ସ ରେ ରୌପ୍ୟ ପଦକ ହାସଲ କରିଥିଲେ । ସୁଶିଲ କୁମାର ୨୦୦୮ ବେଜିଂ ଅଲମ୍ପିକରେ ବ୍ରୋଞ୍ଜ ଓ ୨୦୧୨ ଲଣ୍ଡନ ଅଲମ୍ପିକ୍ସ ରେ ରୌପ୍ୟ ପଦକ ହାସଲ କରିଥିଲେ ।
ଭାରତ ବର୍ତ୍ତମାନ୍ ସୁଧା ଟୋକିଓ ଅଲମ୍ପିକ୍ସ ରେ ୩ଟି ମେଡାଲ ଜିତି ସାରିଛି । ସର୍ବ ପ୍ରଥମେ ମିରବାଇ ଚନୁ ୱେଟ ଲିଫ୍ଟିଂ ରେ ସିଲଭର୍ ମେଡାଲ ଜିତି ଥିଲେ । ଲବଳୀନା ବୋରଗୋହନ ବକ୍ସିଂ ରେ ସେମିଫାଇନାଲ ରେ ପହଞ୍ଚି ପଦକ ସ୍ଥିର କରି ସାରିଛନ୍ତି । ପ୍ରଥମେ ସିନ୍ଧୁ ଖୁବ୍ ସୁନ୍ଦର ଭାବରେ ଖେଳ ପ୍ରଦର୍ଶନ କରିଥିଲେ ।
ବ୍ୟାଡମିଣ୍ଟନ ରେ ଭାରତର ତୃତୀୟ ପଦକ ହାସଲ –
ସାଇନା ନେହେୱାଳ – ବ୍ରୋଞ୍ ପଦକ – ଲଣ୍ଡନ ଅଲମ୍ପିକ୍ସ ୧୦୧୨
ପୀବି ସିନ୍ଧୁ – ରୌପ୍ୟ ପଦକ – ରୀୟୋ ଅଲମ୍ପିକ୍ସ -୨୦୧୬
ପିବୀ ସିନ୍ଧୁ – ବ୍ରୋଞ୍ ପଦକ – ଟୋକିଓ ଅଲମ୍ପିକ୍ସ – ୨୦୨୧
Comments are closed.