ନୂଆଦିଲ୍ଲୀ : ପାଖାପାଖି ୨୧ ବର୍ଷ ଧରି ରୁଷକୁ ସମ୍ଭାଳୁଥିବା ରାଷ୍ଟ୍ରପତି ଭ୍ଲାଦିମୀର ପୁତିନୀ ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି l ଏକ ସୂଚନାରୁ ଜଣା ପଡିଛି ଯେ ପୁତିନୀ ଗଂଭୀର ପାର୍କିନ୍ସନ ରୋଗରେ ପୀଡିତ ଅଛନ୍ତି l ତାଙ୍କର ୩୭ ବର୍ଷୀୟl ବାନ୍ଧବୀ ଏଲିନା ଓ ତାଙ୍କର ଦୁଇଟି ଝିଅ ୩୫ ବର୍ଷୀୟl ମାରିଆ ଏବଂ ୩୪ ବର୍ଷୀୟା କାତ୍ରିନା ତାଙ୍କ ଉପରେ ରାଷ୍ଟ୍ରପତି ପଦରୁ ଇସ୍ତପା ଦେବା ପାଇଁ ଚାପ ପକାଉଛନ୍ତି l
ମସ୍କୋର ରାଜନୀତି ବିଜ୍ଞାନୀ ମାନେ କହୁଛନ୍ତି ଯେ ହୁଏତ ପୁତିନୀ ଆସନ୍ତା ବର୍ଷ ଜାନୁଆରୀରେ ଆଉ କାହାକୁ ନିଜ ପଦବୀ ଦେଇ ପାରନ୍ତି l ପୁତିନୀ ପାର୍କିନ୍ସନ ରୋଗରେ ଆକ୍ରାନ୍ତ ଥିବା କାରଣରୁ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ କରୁଛନ୍ତି l
ନିକଟରେ ସାମ୍ନାକୁ ପୁତିନୀଙ୍କର କିଛି ଭିଡିଓ ଫୁଟେଜ ଆସିଛି ,ଯାହାକୁ ନେଇ ଦାବି କରାଯାଉଛି ଯେ ପୁତିନୀ ନିଜ ଗୋଡ଼କୁ ନେଇ ଲଗାତାର ହଲଉଛନ୍ତି l ଏହି ଫୁଟେଜରେ ପୁତିନୀ ନିଜର ଆଙ୍ଗୁଠି ଗୁଡିକୁ ମଧ୍ୟ ଦଳୁ ଥିବାର ଦେଖା ଯାଇଥିଲା l ତାସାହିତ ସେ ଗୋଟିଏ ପାତ୍ରରେ ଅନେକ ଔଷଧ ମଧ୍ୟ ଧରିଥିଲେ l ପୁତିନୀ ୨୦୧୮ ରେ ଚତୁର୍ଥ ଥର ପାଇଁ ରୁଷର ରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିଲେ l
ପ୍ରଥମ ଥରକରି ସେ ୧୯୯୯ ରେ ଗାଦିକୁ ଆସିଥିଲେ l ନିଜର ଚତୁର୍ଥ କାର୍ଯ୍ୟକାଳ ପ୍ରହେବ ପରେ ସମ୍ଭିଧାନିକ ବାଧ୍ୟତା ମୂଳକ କାରଣରୁ ପୁତିନୀ ୨୦୨୪ ରେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଲଢ଼ି ପାରିନଥାନ୍ତେ l ରୁଷରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ପୂର୍ବରୁ ୪ ବର୍ଷ ଥିଲା ପରେ ଏହା ବଢାଯାଇ ୬ ବର୍ଷ କରାଗଲା l