Odisha news

ରୁଷ ରାଷ୍ଟ୍ରପତି ପୁତିନ ନିଜ ଜୀବନକୁ ନେଇ ହୋଇଛନ୍ତି ସତର୍କ : କେହି ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚାହୁଁଚି ବୋଲି କରୁଛନ୍ତି ସନ୍ଦେହ

0

ନୂଆଦିଲ୍ଲୀ : ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଗୋଟିଏ ଚାଞ୍ଚଲ୍ୟକର ଖବର ଶୁଣିବାକୁ ମିଳିଛି l ରୁଷ ରାଷ୍ଟ୍ରପତିଙ୍କ ଅସୁବିଧା କମିବାର ନା ଧରୁନି l ୟୁକ୍ରେନ ବାସୀ ଯେଉଁଠି ୨୬ ଦିନ ଧରି ଯୁଦ୍ଧ କରି ଅନେକ ଅସୁବିଧା ର ସମୁଖୀନ ହେଉଛନ୍ତି ସେହି ସ୍ଥାନରେ ରୁଷ ରାଷ୍ଟ୍ରପତି ମଧ୍ୟ ନିଜ ଜୀବନ କୁ ବିପଦ ରହିଥିବା କୁ ଚିନ୍ତିତ ଅଛନ୍ତି l ଗଣମାଧ୍ୟମ ସୂଚନା ଅନୁସାରେ ସମ୍ଭାବିତ ପରମାଣୁ ଆକ୍ରମଣ ଭୟରେ ସେ ନିଜ ପରିବାର କୁ ଗୋଟିଏ ରହସ୍ୟମୟ ଅଣ୍ଡରଗ୍ରାଉଣ୍ଡ ସହର ରେ ଲୁଚାଇ ରଖିଛନ୍ତି l ତା ସହିତ ସେ ନିଜର ପର୍ଶନାଲ ସୁରକ୍ଷା କାରଣରୁ ନିଜର ୧୦୦୦ କର୍ମଚାରୀ ଙ୍କୁ ଚାକିରୀ ରୁ ବାହାର କରି ଦେଇଛନ୍ତି l ପୁତିନ ଭୟ କରୁଛନ୍ତି ଯେ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରାଯାଇ ପରେ l
ମିଳିଥିବା ସୂଚନା ଅନୁସାରେ ରୁଷ ର ଅନେକ ବରିଷ୍ଠ ରାଜନୈତିକ ଲୋକ ପୁତିନ ଙ୍କୁ ହତ୍ୟା କରିବା ପାଇଁ ତାଙ୍କ ନିକଟ ତର ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି l ଏହି କାରଣରୁ ପୁତିନ ଭୟଭୀତ ଅଛନ୍ତି l ଦକ୍ଷିଣ କେରୋଲିଆ ର ସିନେଟର ଲିଣ୍ଡେସ ଗ୍ରାହାମ ଟୁଇଟ କରି ପୁତିନ ଙ୍କ ହତ୍ୟା ପାଇଁ ଆହ୍ୱାନ କରିଛନ୍ତି l

ଫ୍ରାନ୍ସ ର ଗୁଇନ୍ଦା ବିଭାଗ ଦାବି କରିଛି ଯେ କ୍ରେମଲୀନ ରେ ଲୋକମାନେ ରୁଷ ରାଷ୍ଟ୍ରପତି ଙ୍କୁ ଗାଦିଚ୍ୟୁତ କରିବା ପାଇଁ ହତ୍ୟା ମଧ୍ୟ କରି ପାରନ୍ତି l ବିଷ କଥା ଏଥିପାଇଁ ଉଠୁଛି କାରଣ ରୁଷ ସରକାର ନିଜ ଶତୃମାନଙ୍କୁ ବିଷ ଦେଇ ହତ୍ୟା କରିବାକୁ ନେଇ ଜଣାଶୁଣା l ଏହି ଫ୍ରାନ୍ସ ଏଜେଣ୍ଟ ଜଣଙ୍କ କହିଛନ୍ତି ଯେ ରଷିଆନ ଇଣ୍ଟେଲିଜେଣ୍ଟ ଯିଏ କି ଏପରି ଏଜେନ୍ସି ଯିଏ ବିଷ ର ବ୍ୟବହାର କରିଥାଏ

Leave A Reply