ଫାଲଗୁନ ମାସର ପୂର୍ଣିମା ଦିନଟି କୁ ଦୋଳ ପୂର୍ଣିମା ଭାବରେ ପାଳନ କରାଯାଇ ଥାଏ l ଚଳିତ ଥର ଏହି ଦୋଳ ପୂର୍ଣିମା ଉତ୍ସବ ମାର୍ଚ୍ଚ ମାସ ୨୫ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି l ଏହିଦିନ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିବ l କିନ୍ତୁ ବିଶେଷ କଥାଟି ହେଲା ଏହି ଚନ୍ଦ୍ର ଗ୍ରହଣ ର ପ୍ରଭାବ ହୋଲି ଉପରେ କିମ୍ବା ହୋଲିକା ଦହନ ଉପରେ ପଡିବ ନାହିଁ l କାହିଁକି ନା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହଣ ଭାରତରେ ଦେଖାଯିବ ନାହିଁ ଓ ଏଥିପାଇଁ ତେଣୁ ଏଠାରେ ଗ୍ରହଣ ସୂତକ ସମୟ ଧାର୍ଯ୍ୟ ନୁହେଁ l
ହୋଲି ରେ ଲାଗୁଥିବା ଏହି ଚନ୍ଦ୍ର ଗ୍ରହଣ ଉପାଛାୟା ଚନ୍ଦ୍ର ଗ୍ରହଣ ରହିବ l ଚନ୍ଦ୍ର ଗ୍ରହଣ ର ଉପଛାୟା ର ପ୍ରଥମ ସ୍ପର୍ଶ ସକାଳ ୧୦ ଟା ବାଜି ୨୪ ମିନିଟ ରହିବ ଓ ଅନ୍ତିମ ସ୍ପର୍ଶ ଦ୍ଵିପ୍ରହ ୩ଟା ବାଜି ୧ ମିନିଟ ରହିବ l କିନ୍ତୁ ଭାରତରେ ଦେଖାଯାଉ ନଥିବା କାରଣରୁ ଦୋଳ ପୂର୍ଣିମା ଓ ହୋଲିକା ଦହନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ l ଏହିଦିନ ସମସ୍ତ ପୂଜା ପାଠ କାର୍ଯ୍ୟ ସାମାନ୍ୟ ରହିବ l
ଚଳିତ ଥର ଦୋଳ ପୂର୍ଣିମା ରେ ଲାଗୁଥିବା ଚନ୍ଦ୍ର ଗ୍ରହଣ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି l ଏହା ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ମଧ୍ୟ l ଏହିଦିନ ବିଶେଷ ଭାବରେ ଭାରତ ପାଇଁ ସୁତକ ସମୟ ଧାର୍ଯ୍ୟ ନୁହେଁ l
– ଏହିଦିନ ମହାପ୍ରଭୁ ଙ୍କ ନିକଟରେ ସାଧାରଣ ପୂଜା କାର୍ଯ୍ୟ ଅନୁଷ୍ଠିତ ହେବ l
– ରୀତିନୀତି ରେ ମଧ୍ୟ ସେଭଳି କୌଣସି ପରିବର୍ତନ ରହିବ ନାହିଁ l
– ଦୋଳ ପୂର୍ଣିମା ଦିନ ସାଧାରଣ ଭାବରେ ଗୋ ପୂଜା ରହିବ l
– ଏହାଛଡା ରଙ୍ଗ ଖେଳ ମଧ୍ୟ ସେହିଭଳି ରହିବ ବୋଲି କୁହାଯାଈଛି l