Odisha news

ଏ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ

0

ଚଳିତ ବର୍ଷ ପୁୁରୀରେ ହେବନି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ସଙ୍କଟ କାଳରେ ଘୋଷଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ ।ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ବନ୍ଦ ରହିଲା ରଥଯାତ୍ରା । ମହାମାରୀ ସମୟରେ ରଥଯାତ୍ରା ଅନୁମତି ଦିଆଯାଇପାରିବ ନାହିଁ ବୋଲି ମୁଖ୍ୟ ବିଚାରପତି ରାୟ ଶୁଣାଇଛନ୍ତି ।

ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ ବୋପନ୍ନା ଓ ଜଷ୍ଟିସ ହୃଷିକେଶ ରାୟଙ୍କ ତିନିଜଣିଆ ଖଣ୍ଡପୀଠ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଶୁଣାଣି କରିଛନ୍ତି ।ରଥଯାତ୍ରା ପାଇଁ ଅନୁମତି ଦେଲେ ପ୍ରଭୁ ହିଁ ନିଜେ କ୍ଷମା କରିବେନି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।କୋଟି କୋଟି ଭକ୍ତଙ୍କ ମନ ଭାଙ୍ଗିଦେଲା ସୁପ୍ରିମକୋର୍ଟ ରାୟ । କାଳିଆର ରଥ ଏବର୍ଷ ବଡ଼ଦାଣ୍ଡରେ ଗଡ଼ିବନି କି ମହାପ୍ରଭୁଙ୍କୁ ଦେଖିବାକୁ ପୁରୀ ଯାଇପାରିବନି ଭକ୍ତ । କରୋନା ପାଇଁ ଜୁନ ୨୩ରେ ହେବାକୁ ଥିବା ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ରହିବ । ଜୋରସୋରରେ ରଥ ନିର୍ମାଣ ଚାଲିଥିବା ବେଳେ ଏପରି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ।

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୁରୀ ଗଜପତି ମହାରାଜ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ଖୁବ ଶୀଘ୍ର ପରିଚାଳନା କମିଟି ବୈଠକ ବସିବ । ଏହାପରେ ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କରିବା ପରେ ସୁପ୍ରିମକୋର୍ଟଙ୍କ ରାୟ ନେଇ ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ଗଜପତି ମହାରାଜ ।

ସେପଟେ ରଥଯାତ୍ରା ବନ୍ଦ ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ହେବା ଯୋଗୁଁ ଗଭୀର ଆଘାତ ଲାଗିଛି । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା କଳଙ୍କ ଲାଗିଲା । ଆଗାମୀ ଦିନରେ ଛତିଶା ନିଯୋଗ ବୈଠକ ବସିବ ।

Leave A Reply